ରୟାଲଟି ଫାଙ୍କିବାକୁ ଗ୍ରେଡ ପରିବର୍ତ୍ତନ

November 27, 2022, ଓଡ଼ିଶା, , Anupambharat News Bureau


ରୟାଲଟି ଫାଙ୍କିବାକୁ ଗ୍ରେଡ ପରିବର୍ତ୍ତନ
Anupambharat News Bureau
November 27, 2022


କେନ୍ଦୁଝର, ୨୭ା୧୧,(ଅନୁପମ ମିଡ଼ିଆ): କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାରେ ଏବେ ମଧ୍ୟ ଖଣି ଦୂର୍ନିତୀ ପୂର୍ବପରି ଜାରୀ ରହିଛି । ଏହି ର୍ଦୁନୀତି ଭିନ୍ନ ଉପାୟରେ ଖଣି ଲିଜ୍‌ଧାରୀମାନେ ଉଚ୍ଚମାନର ଲୁହାପଥର କୁ ନିମ୍ନମାନର ଦର୍ଶାଇ ଲୁଟ କରୁଛନ୍ତି । ବେଆଇନ ଭାବେ ଗ୍ରେଡ କମାଇ ଖଣି ଚାଲାଣ କରି ଲିଜ୍‌ଧାରୀମାନେ ଦୈନିକ କୋଟି କୋଟି ଟଙ୍କାର ଲାଭବାନ ହେଉଛନ୍ତି ।
ଏହା ଫଳରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବ୍ୟାପକ ରାଜସ୍ୱ ହାନୀ ଘଟୁଛି । ଖଣି ଲିଜ୍‌ଧାରୀ ଓ ଖଣି ବିଭାଗ ସଲାସୁତୁରାରେ ଏହା ବେଧଡକ ଚାଲିଛି । ଏହାକୁ ରୋକିବା ପାଇଁ ଖଣି ବିଭାଗ ଆଦୌ ଗୁରୁତ୍ୱ ଦେଉନଥିବାରୁ ଭିନ୍ନ ଉପାୟରେ ଖଣି ଚୋରୀ ଦିନକୁ ଦିନ ବଢିବାରେ ଲାଗିଛି । ପ୍ରକାଶ ଯେ, କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାରେ ବହୁ କମ୍ପାନୀ ନିଲାମ ରେ ଖଣି ଲିଜ୍‌ ପାଇବା ପରେ ବେଧଡକ ଭାବରେ ଚୋରୀ କରୁଛନ୍ତି । ବିଶେଷ କରି ଉଚ୍ଚମାନର ସାଇଜ ଓର,ଫାଇନ୍ସକୁ ନିମ୍ନମାନର ଦର୍ଶାଇ କମ ରୟାଲଟି ଦେଇ ଭିନ୍ନ ଉପାୟରେ ଖଣି ଚୋରୀ କରୁଛନ୍ତି । ନିକଟରେ ବାରିପଦା ସର୍କଲ ଅନ୍ତର୍ଗତ ବାଦାମପାହାଡ ଲୌହ ଖଣିରୁ ଜିଏମ୍‌ ଆଇରନ ଏଣ୍ଡ ଷ୍ଟିଲ କୁ ଲୁହାପଥର ଫାଇନ୍ସ ପରମିଶନ କରି ସାଇଜ ଓର ପରିବହନ ସମୟରେ ୫ଟି ହାଇୱା ଗାଡି ସ୍କାର୍ଡ ଦ୍ୱାରା ଧରାପଡିଥିଲା । ଏହି ଘଟଣାରେ ଖଣି ବିଭାଗ ଅଦ୍ୟାବଧି କାର୍ଯ୍ୟନୁଷ୍ଠାନ ନେଇନଥିବା ଜଣାପଡିଛି । ୫୧ ଗ୍ରେଡର ଫାଇନ୍ସ ପରମିଶନ ହୋଇ ୫୯ ଗ୍ରେଡର ସାଇଜ ଓର ପରିବହନ ହେଉଥିଲା । ଉକ୍ତ ଖଣିର ଦାୟିତ୍ୱରେ ଥିବା ସହକାରୀ ଖଣି ଅଧିକାରୀଙ୍କ ବିରୁଦ୍ଧରେ ଅଦ୍ୟାବଧି ବାରିପଦା ଖଣି ଉପ ନିର୍ଦ୍ଦେଶକ କୌଣସି କାର୍ଯ୍ୟନୁଷ୍ଠାନ ନେଇନଥିବା ଜଣାପଡଛି । ସେହିପରି ସୁନ୍ଦରଗଡ ଜିଲ୍ଲା କୋଇଡା ଖଣି ଉପନିର୍ଦ୍ଦେଶକ ଅଧିନରେ ଥିବା ମେସର୍ସ ୟାଜଦାନୀ ଷ୍ଟିଲ ଏଣ୍ଡ ପାୱାର ଲିଃ ର କଲମଙ୍ଗ ମାଙ୍ଗାନିଜ ମାଇନ୍ସରେ ୨୨ ଗ୍ରେଡ ଟ୍ରାନଜିଟ ପାସ କରି ୩୫ଗ୍ରେଡର ମାଙ୍ଗାନଜ ପରିବହନ ସମୟରେ ସ୍କାର୍ଡ ଅଧିକାରୀଙ୍କ ଦ୍ୱାରା ଧରାପଡିଥିଲା । ମେସର୍ସ ଇଏସଏଲ ଷ୍ଟିଲ ଲିଃ ରେଙ୍ଗାଲବେଡା ଆଇରନ ଓର ମାଇନ୍ସ ରୁ ୫୮ ଗ୍ରେଡର ଆଇରନ ଫାଇନ୍ସ ପରମିଶନ ହୋଇ ୬୨ ଗ୍ରେଡର ଫାଇନ୍ସ ପରିିବହନ ହେଉଥିବାବେଳେ ସାମ୍ପୁଲ ଯାଞ୍ଚ ପରେ ଜଣାପଡିଥିଲା ।
କେନ୍ଦୁଝର ଜିଲ୍ଲା ଯୋଡା ଖଣି ମଣ୍ଡଳ ଅନ୍ତର୍ଗତ ମେସର୍ସ ଇନ୍ଦ୍ରାଣୀ ପଟ୍ଟନାୟକଙ୍କ ଉଚ୍ଚବାଲି ଆଇରନ ଓର ମାଇନ୍ସ ରୁ ୫୯ ଗ୍ରେଡର ଫାଇନ୍ସ ପରମିଶନ କରି ୬୧ଗ୍ରେଡର ଫାଇନ୍ସ ପରିବହନ ହେଉଥିବାବେଳେ ସ୍କାର୍ଡ ଅଧିକାରୀଙ୍କ ଯାଞ୍ଚ ବେଳେ ଜଣାପଡିଥିଲା । ଖଣିରେ ଗୋଟିଏ ଷ୍ଟାକରୁ ଭେରିଫିକେସନ ହୋଇ ଅନ୍ୟ ଏକ ଷ୍ଟାକରୁ ମାଲ ଉଠୁଛି । ଖଣି ଦାୟିତ୍ୱରେ ଥିବା ସହକାରୀ ଖଣି ଅଧିକାରୀ ସଠିକ୍‌ ଭାବେ ତଦାରଖ କରୁନଥିବାରୁ ଗ୍ରେଡ ହେରଫେର ହେଉଛି । ଗ୍ରେଡ ହେରଫେର ଯୋଗୁଁ ସରକାରଙ୍କ କୋଟି କୋଟି ଟଙ୍କାର ରୟାଲଟି ହାନୀ ସହିତ ଡିଏମ୍‌ଏଫ ଏବଂ ଏନଏମ୍‌ଇଟି ହ ୍ରାସ ହେଉଛି । ରାଜ୍ୟ ସରକାରଙ୍କର ଖଣି ବିଭାଗର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ଅଧିକ ଗ୍ରେଡ କୁ କମ ଗ୍ରେଡ କରି ବିକ୍ରୀ କରୁଥିବା ଲିଜ୍‌ଧାରୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନିଆଯାଉନାହିଁ । ଖଣି ଲିଜ୍‌ଧାରୀ ଏବଂ ଖଣି ବିଭାଗର ଅଧିକାରୀଙ୍କ ମଧ୍ୟରେ ଅନୈତିକ ବୁଝାମଣା ହୋଇଥିବାରୁ ଏହି ଦୂର୍ନିତୀ ଲୋକ ଲୋଚନକୁ ଆସିପାରୁନାହିଁ । ଲିଜ୍‌ଧାରୀ ଏବଂ ଗ୍ରେଡ ହେରଫେର କୁ ସହଯୋଗ କରିଥିବା ଖଣି ବିଭାଗର ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ଦାବୀ ହୋଇଛି । ଗ୍ରେଡ ହେରଫେର ଯୋଗୁ ଦୈନିକ ୫୦ କୋଟି ଟଙ୍କାର ରାଜସ୍ୱ ହାନୀ ହେଉଥିବାରୁ ସରକାର ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବୀ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ୧୭ଟି ପ୍ରସ୍ତାବକୁ ଅନୁମୋଦନ

୧୭ଟି ପ୍ରସ୍ତାବକୁ ଅନୁମୋଦନ

Read More...

ତିନି ଦଫା ଦାବି ନେଇ ପ୍ରାଥମିକ ଶିକ୍ଷକଙ୍କ ମହାସମାବେଶ

ତିନି ଦଫା ଦାବି ନେଇ ପ୍ରାଥମିକ ଶିକ୍ଷକଙ୍କ ମହାସମାବେଶ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page