ଶ୍ରୀମନ୍ଦିର ନାଟମଣ୍ଡପ ବିମରେ ୭ ଫୁଟ ଲମ୍ବର ଫାଟ

November 27, 2022, ଓଡ଼ିଶା, , Anupambharat News Bureau


ଶ୍ରୀମନ୍ଦିର ନାଟମଣ୍ଡପ ବିମରେ ୭ ଫୁଟ ଲମ୍ବର ଫାଟ
Anupambharat News Bureau
November 27, 2022


ପୁରୀ, ୨୭ା୧୧ (ଅନୁପମ ମିଡିଆ): ଶ୍ରୀମନ୍ଦିର ନାଟମଣ୍ଡପ ବିମ୍‌ ୭ ଫୁଟ ଲମ୍ବର ଫାଟ ହୋଇଥିବା ଜଣାଡିଛି । ଆଜି ଏଏସ୍‌ଆଇ ଟିମ୍‌ ଅନୁଧ୍ୟାନ ପୁରୀ ଆସି ଅନୁଧ୍ୟାନ ପରେ ଏହା ସ୍ପଷ୍ଟ ହୋଇଥିଲା । ଉକ୍ତ ଫାଟର ଗଭୀରତା ୭ ଇଞ୍ଚ ରହିଛି । ୧୦ ଇଞ୍ଚ ପ୍ରସ୍ଥ ଓ ୨୦ ଫୁଟ୍‌ ଲମ୍ବ ବିମ୍‌ ଉପରେ ଏହି ଫାଟ ସୃଷ୍ଟି ହୋଇଛି । ୪ ବର୍ଷ ହେବ ଏହି ଫାଟ ମେଲିମେଲି ଚାଲିଛି । ଏନେଇ ଆଜି ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରି ଏନ୍‌.କେ ମହାନ୍ତି ଗଣମାଧ୍ୟମକୁ ବିସ୍ତୁତ ସୂଚନା ଦେବା ପରେ ସବୁ କଥା ସ୍ପଷ୍ଟ ହୋଇଛି । ତେବେ ଶ୍ରୀମନ୍ଦିର ମରାମତି କରାଯିବା ଉପରେ ହାଇକୋର୍ଟଙ୍କ ନଜର ପଡ଼ିବା ପରେ ଆଉ ଏଏସ୍‌ଆଇ କିମ୍ବା ଶ୍ରୀମନ୍ଦିର ପ୍ରଶାସନ ଏବାବଦରେ ଢିଲା ଦେବେ ନାହିଁ ବୋଲି ସେ ଆଶା ପ୍ରକାଶ କରି କହିଛନ୍ତି । ଆସନ୍ତା ମାର୍ଚ୍ଚ କିମ୍ବା ଏପ୍ରିଲ ଶେଷ ସୁଦ୍ଧା ଏହି ମରାମତି କାର୍ଯ୍ୟ ସରିବା ନେଇ ଟାଗେର୍ଟ ଦିଆଯାଇଥିବା ସେ ଦୋହରାଇଛନ୍ତି ।
ସେ କହିଛନ୍ତି, ଆଜି ଶ୍ରୀମନ୍ଦିର ନାଟ ମଣ୍ଡପ ଯାଞ୍ଚ କରିଛନ୍ତି ଏଏସ୍‌ଆଇ ଉପରିସ୍ଥ ଅଧିକାରୀ ଓ ବିଶେଷଜ୍ଞ ଟିମ୍‌ । କ୍ରାକ୍‌ ମିଟର ମନିଟରିଂ କରାଯାଇଛି । ଏଏସ୍‌ଆଇ ଅତିରିକ୍ତ ଡିଜିଙ୍କ ନେତୃତ୍ୱରେ ଏଏସଆଇ ଟିମ୍‌ ନାଟ ମଣ୍ଡପର ସ୍ଥିତି ଅନୁଧ୍ୟାନ କରିଥିଲା । ଏହି ସମୟରେ ସେ ଓ ପ୍ରତ୍ନତ‰ ବିଭାଗ ଅଧିକ୍ଷକ ଓ ଆଇଆଇଟି ଚେନ୍ନାଇରୁ ପ୍ରଫେସର ଅରୁଣ ମେନନ୍‌ ଉପସ୍ଥିତ ଥିଲେ । ନାଟମଣ୍ଡପ ଉପରକୁ ଯାଇ ସମସ୍ତେ ସ୍ଥିତି ଦେଖିଥିଲେ । ପରେ ଏନେଇ ଏକ ଆଲୋଚନା ବୈଠକ ହୋଇଥିଲା । ଯେଉଁଠି ଏଏସ୍‌ଆଇ ଓ ଟେକ୍ନିକାଲ କମିଟି ସଦସ୍ୟମାନେ ସେମାନଙ୍କ ମତ ଦେଇଥିଲେ । ଖୁବ୍‌ ଶୀଘ୍ର ମିଳିଥିବା ମତ ଉପରେ ଏଏସ୍‌ଆଇ ଓ କୋର କମିଟି ଶେଷ ନିଷ୍ପତ୍ତି ନେଇ କାମ ଆରମ୍ଭ କରିବ । ଏନେଇ ସୂଚନା ଦେଇ ଆମିକସ୍‌ କୁ୍ୟରୀ ଏନ.କେ. ମହାନ୍ତି କହିଛନ୍ତି ଯେ, ୪ ବର୍ଷ ତଳେ ଯେମିତି ଫାଟ ରହିଥିଲା, ଏବେବି ସେମିତି ଫାଟ ରହିଛି । ଖୁବ୍‌ ଶୀଘ୍ର ନାଟ ମଣ୍ଡପ ବିମ୍‌ ଫାଟ ମରାମତି କାର୍ଯ୍ୟ ଆରମ୍ଭ ହେବ । ଦୁଇ ପ୍ରକାର ମରାମତି ପାଇଁ ଏଏସଆଇ ପ୍ରସ୍ତାବ ଦେବ । ମାର୍ଚ୍ଚ, ଅପ୍ରେଲ ମାସ ସୁଦ୍ଧା ଏହି ମରାମତି କାର୍ଯ୍ୟ ଶେଷ ହେବ । କାମ ଚାଲିଥିବା ବେଳେ କ୍ରାକ୍‌ ଟ୍ରାନ୍ସମିଟର ଲାଗି ରହିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ତିନି ଦଫା ଦାବି ନେଇ ପ୍ରାଥମିକ ଶିକ୍ଷକଙ୍କ ମହାସମାବେଶ

ତିନି ଦଫା ଦାବି ନେଇ ପ୍ରାଥମିକ ଶିକ୍ଷକଙ୍କ ମହାସମାବେଶ

Read More...

କେନ୍ଦୁପତ୍ର ତୋଳାଳୀ ପାଇଲେ ହଜାରେ ଟଙ୍କା

କେନ୍ଦୁପତ୍ର ତୋଳାଳୀ ପାଇଲେ ହଜାରେ ଟଙ୍କା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page