ରେଳ ପ୍ରକଳ୍ପର ଅଗ୍ରଗତି ନେଇ ଅଶ୍ୱିନୀଙ୍କ ସମୀକ୍ଷା : ରଥଯାତ୍ରା ପୂର୍ବରୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ୍‌

November 26, 2022, ଓଡ଼ିଶା, , Anupambharat News Bureau


 ରେଳ ପ୍ରକଳ୍ପର ଅଗ୍ରଗତି ନେଇ ଅଶ୍ୱିନୀଙ୍କ ସମୀକ୍ଷା :  ରଥଯାତ୍ରା ପୂର୍ବରୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ୍‌
Anupambharat News Bureau
November 26, 2022


ଭୁବନେଶ୍ୱର, ୨୬ା୧୧(ଅନୁପମ ମିଡ଼ିଆ): ­ ଆସନ୍ତା ରଥଯାତ୍ରା ପୂର୍ବରୁ ରାଜ୍ୟରେ ଗଡ଼ିବ ‘ଜଗନ୍ନାଥ ଏକ୍ସପ୍ରେସ୍‌’ । ଆଜି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୂର୍ବତଟ ରେଳପଥ ମୁଖ୍ୟାଳୟ ଚନ୍ଦ୍ରଶେଖରପୁର ସ୍ଥିତ ରେଳ ସଦନଠାରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଏବଂ ଅନ୍ୟାନ ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ସହିତ ଓଡ଼ିଶାରେ ଚାଲୁରହିଥିବା ରେଳ ପ୍ରକଳ୍ପ ଗୁଡିକର ସମୀକ୍ଷା କରିଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ଖୁବ୍‌ ଶୀଘ୍ର ‘ବନ୍ଦେ ଭାରତ ଏକ୍ସପ୍ରେସ’ ଗଡ଼ିବ ବୋଲି ସେ କହିଛନ୍ତି । ତା’ସହିତ ରାଜ୍ୟ ସରକାର ପ୍ରସ୍ତାବ ଦେଲେ ମେଟ୍ରୋ ଟ୍ରେନ୍‌ ବି ଚାଲିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।
କେନ୍ଦ୍ର ରେଳ ମନ୍ତ୍ରୀ କହିଛନ୍ତି, ଭାରତ ଗୌରବ ପ୍ରକଳ୍ପ ଅଧୀନରେ ଗଡ଼ିବ ‘ଜଗନ୍ନାଥ ଏକ୍ସପ୍ରେସ’ । ଏହା ପୂର୍ବରୁ ଏହି ପ୍ରକଳ୍ପ ଅଧୀନରେ ରାମାୟଣର ପ୍ରଚାର ପ୍ରସାର କରୁଥିବା ରାମାୟଣ ଏକ୍ସପ୍ରେସ ଚାଲିଛି । ‘ଜଗନ୍ନାଥ ଏକ୍ସପ୍ରେସ’ର ରୂପରେଖ ଓ ଡିଜାଇନ ଆଦି ଫାଇନାଲ ହୋଇ ସାରିଛି । ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର କରିବ ଏହି ଏକ୍ସପ୍ରେସ ।
ରେଳ ମନ୍ତ୍ରୀ କହିଛନ୍ତି, ମେଟ୍ରୋ ଟ୍ରେନ୍‌ ଚଲାଇବା ନେଇ ରାଜ୍ୟ ସରକାର ଏଯାଏଁ କିଛି ପ୍ରସ୍ତାବ ଦେଇ ନାହାନ୍ତି । ରାଜ୍ୟ ସରକାର ପ୍ରସ୍ତାବ ଦେଲେ ଓଡ଼ିଶାରେ ମେଟ୍ରୋ ଟ୍ରେନ୍‌ ଚାଲିବ । ୟୁପିଏ ସରକାର ଅମଳରେ ଓଡ଼ିଶାକୁ ମିଳୁଥିବା ରେଳ ଅନୁଦାନ ଓ ଏବେର ରେଳ ଅନୁଦାନ ମଧ୍ୟରେ ଆକାଶ ପାତାଳ ତଫାତ ରହିଛି । ସେ କହିଛନ୍ତି, ୟୁପିଏ ଶାସନ ସମୟରେ ଓଡ଼ିଶାକୁ ବର୍ଷକୁ ମାତ୍ର ୮ ଶହ କୋଟି ଟଙ୍କା ମିଳୁଥିଲା । ମୋଦି ସରକାର ଆସିବା ପରେ ପ୍ରଥମେ ଡବଲ, ତା’ପରେ ୪ ଗୁଣା ଓ ଏହି ବର୍ଷ ୧୦ ଗୁଣା ହୋଇ ୧୦ ହଜାର କୋଟି ଟଙ୍କା ଓଡ଼ିଶାକୁ ଆସିଛି । ୟୁପିଏ ସରକାର ବେଳେ ଓଡ଼ିଶାରେ ବର୍ଷକୁ ୨୦ ରୁ ୩୦ କିମି ନୂଆ ରେଳ ଲାଇନ୍‌ ତିଆରି ହେଉଥିଲା । ଗତବର୍ଷ ୧୮୦ କିମି ରେଳ ଲାଇନ୍‌ ସମ୍ପୂର୍ଣ୍ଣ ହୋଇଛି । ଚଳିତ ବର୍ଷ ବର୍ତମାନ ସୁଦ୍ଧା ୨୩୦ କିମି ରେଳ ଲାଇନ୍‌ କାମ ସରିଗଲାଣି । ଆସନ୍ତା ମାର୍ଚ୍ଚ ସୁଦ୍ଧା ୫୫୦ କିମି ରେଳ ଲାଇନ ନିର୍ମାଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।
ସେ ଆହୁରି କହିଛନ୍ତି, ୩୨ଟି ଷ୍ଟେସନର ଉନ୍ନତିକରଣ କାମ ଆଗେଇ ଚାଲିଛି । ଆଉ ୪ଟି ଷ୍ଟେସନର ପ୍ଲାନିଂ ଚାଲିଛି । ପୂରା ଓଡ଼ିଶାର ଯେଉଁ ରେଲେୱ ପ୍ରକଳ୍ପ ବାକି ରହିଛି, ତାକୁ ଆଗେଇ ନେବାକୁ ପଦକ୍ଷେପ ନିଆଯାଇଛି । ଭୁବନେଶ୍ୱର ଷ୍ଟେସନର ଉନ୍ନତିକରଣ କାମ ତୀବ୍ର ଗତିରେ ଚାଲିଛି ।
କ୍ୟାମ୍ପ ଅଫିସ୍‌ ତିଆରି ସହ କେବଲିଂ କାମ ଚାଲିଛି । ପୁରୀ ଷ୍ଟେସନ ଉନ୍ନତିକରଣ କାମ ବି ଆରମ୍ଭ ହୋଇସାରିଛି । ଓଡ଼ିଶାରେ ପ୍ରତି ଗାଁକୁ ଡିଜିଟାଲି କନେକଫ କରିବା ପାଇଁ ମୋଦି ସରକାର ୫ ହଜାର ୬୦୦ କୋଟି ଟଙ୍କା ଦେଇଛନ୍ତି । ଏହା ଏବେ ଇଣ୍ଟରନେଟରୁ ଦୂରରେ ଥିବା ରାଜ୍ୟର ୭,୫୦୦ ଗ୍ରାମକୁ ଯୋଡ଼ିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ଚାରି ନକ୍ସଲ

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ଚାରି ନକ୍ସଲ

Read More...

ଓଡ଼ିଶା ଅଗ୍ନିଶମ ସେବା ସଂଶୋଧନ ବିଲ୍‌ ପାରିତ

ଓଡ଼ିଶା ଅଗ୍ନିଶମ ସେବା ସଂଶୋଧନ ବିଲ୍‌ ପାରିତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page