କେନ୍ଦ୍ରର ଘୋଷଣା: ୧୫ ବର୍ଷ ପୁରୁଣା ସରକାରୀ ଗାଡ଼ି ହଟିବ

November 25, 2022, ଦେଶ, , Anupambharat News Bureau


କେନ୍ଦ୍ରର ଘୋଷଣା: ୧୫ ବର୍ଷ ପୁରୁଣା ସରକାରୀ ଗାଡ଼ି ହଟିବ
Anupambharat News Bureau
November 25, 2022


ନୂଆଦିଲ୍ଲୀ,୨୫ା୧୧: ଯାନବାହାନ ଚଳାଚଳ କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ସହିତ ବହୁ ଭୟଙ୍କର ଦୁର୍ଘଟଣାକୁ ହ୍ରାସ କରିବା ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ପଦକ୍ଷେପ ଗ୍ରହଣ କରାଯାଇଛି । ଏଣିକି ୧୫ ବର୍ଷରୁ ଅଧିକ ପୁରୁଣା ଯାନବାହାନକୁ ସଡ଼କରେ ଚଳାଇ ଦିଆଯିବନାହିଁ ବୋଲି ସ୍ଥିର କରାଯାଇଛି । କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ ୧୫ ବର୍ଷ ପୁରୁଣା ସରକାରୀ ଗାଡିକୁ ହଟାଇ ଦିଆଯିବ । ଅର୍ଥାତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରୀ ବିଭାଗରେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ଚାଲିପାରିବ ନାହିଁ । ଏ ସମ୍ପର୍କରେ କେନ୍ଦ୍ର ସରକାର ଏକ ନୀତି ପ୍ରସ୍ତୁତ କରି ରାଜ୍ୟ ସରକାରମାନଙ୍କୁ ପଠାଇଛନ୍ତି ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଏହି ନୀତି ମାଧ୍ୟମରେ ରାଜ୍ୟ ସରକାରମାନଙ୍କୁ ସେମାନଙ୍କ ବିଭାଗରେ ଚାଲୁଥିବା ୧୫ ବର୍ଷରୁ ପୁରୁଣା ଗାଡ଼ି ହଟେଇବାକୁ କୁହାଯାଇଛି । ଏସବୁ ଗାଡ଼ି ମଧ୍ୟରେ ଅନ୍ତର୍ଭୁକ୍ତ ରହିଛି ବସ୍‌, ଟ୍ରକ୍‌, କାର କିମ୍ବା ଏସୟୁଭି ।
ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଚଳିତ ବର୍ଷ ଆରମ୍ଭରେ କେନ୍ଦ୍ର ସରକାର ଏକ ଭେହିକଲ ସ୍କ୍ରାପେଜ୍‌ ପଲିସି (ଗାଡ଼ି ବଦଳ ନୀତି) ଘୋଷଣା କରିଥିଲେ । ୨୦୨୨ ଏପ୍ରିଲ ୧ ତାରିଖରୁ ଏହା ଲାଗୁ ହୋଇଛି । ଏହା ମାଧ୍ୟମରେ ରାସ୍ତାରୁ ପୁରୁଣା ଗାଡ଼ି ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଏହି ନୂଆ ନିର୍ଦ୍ଦେଶ ଉକ୍ତ ସ୍କ୍ରାପେଜ୍‌ ପଲିସିର ଏକ ଅଂଶ ବୋଲି କୁହାଯାଉଛି । କେନ୍ଦ୍ର ସରକାର ଏହି ସ୍କ୍ରାପେଜ୍‌ ନୀତି ଘୋଷଣା କରିବାର ୪ ବର୍ଷ ପୂର୍ବରୁ ଅର୍ଥାତ ୨୦୧୮ରେ ଦିଲ୍ଲୀ ପାଇଁ ସମାନ ନିର୍ଦ୍ଦେଶ ଜାରି କରିଥିଲେ । ଏହା ଅନୁସାରେ ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ ଓ ୧୦ ବର୍ଷରୁ ପୁରୁଣା ଡିଜେଲ ଗାଡ଼ି ଚଳାଚଳକୁ ନିଷିଦ୍ଧ କରାଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଡିସେମ୍ବର ୧ ସୁଦ୍ଧା ମିଳିବ ଶୀତ ସହାୟତା:  କମ୍ବଳ ପାଇଁ ୩୦୦ ଲେଖାଏଁ ପାଇବେ

ଡିସେମ୍ବର ୧ ସୁଦ୍ଧା ମିଳିବ ଶୀତ ସହାୟତା: କମ୍ବଳ ପାଇଁ ୩୦୦ ଲେଖାଏଁ ପାଇବେ

Read More...

ଡିସେମ୍ବର ୭ରୁ  ସଂସଦ ଅଧିବେଶନ

ଡିସେମ୍ବର ୭ରୁ ସଂସଦ ଅଧିବେଶନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page