ଦୁଇ ଦିନ ଉପାସ ରହିବା ପରେ ଖାଇଲେ ଲାଲୁ

May 28, 2019, ଦେଶ, , Anupambharat News Bureau


ଦୁଇ ଦିନ ଉପାସ ରହିବା ପରେ ଖାଇଲେ ଲାଲୁ
Anupambharat News Bureau
May 28, 2019

ରାଞ୍ଚି: ବିହାର ଓ ଝାରଖଣ୍ଡରେ ଆରଜେଡିର ଲଜ୍ଜାଜନକ ପରାଜୟ ପରେ ଜେଲ୍‌ରେ ଥିବା ଏହାର ପ୍ରତିଷ୍ଠାତା ଲାଲୁ ପ୍ରସାଦ କିଛି ବି ଖାଇ ନଥିଲେ । ତେବେ ଦୁଇ ଦିନ ଉପାସ ରହିବା ପରେ ଗତକାଲି ରାତିରେ ଲାଲୁ ଖାଦ୍ୟ ଗ୍ରହଣ କରିଛନ୍ତି । ସାଧାରଣ ନିର୍ବାଚନରେ ଆରଜେଡି ନୈରାଶ୍ୟଜନକ ପ୍ରଦର୍ଶନ ଭୋଟ୍‌ ଗଣତି ସମୟରେ ସାମ୍ନାକୁ ଆସିଥିଲା । ଏହାପରେ ଲାଲୁ ମନ ଦୁଃଖ କରି ଖାଇବା ଛାଡ଼ି ଦେଇଥିଲେ । ୨୩ ଓ ୨୪ ତାରିଖରେ କିଛି ଖାଇ ନଥିବା ଲାଲୁଙ୍କ ସ୍ୱ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ଆରମ୍ଭ ହୋଇଥିଲା । ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିବାରୁ ଲାଲୁ ଗତକାଲି ଖାଇଛନ୍ତି । ଲାଲୁ ଦୁଇ ଦିନ ହେଲା ଖାଇ ନଥିବାରୁ କୌଣସି ମେଡିସିନ୍‌ ମଧ୍ୟ ଖାଇ ପାରୁ ନଥିଲେ । ଫଳରେ ତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା ବୋଲି ତାଙ୍କର ଚିକିତ୍ସା କରୁଥିବା ଟିମ୍‌ର ମୁଖ୍ୟ ଡା. ଉମେଶ ପ୍ରସାଦ କହିଛନ୍ତି । ଉଚ୍ଚ ରକ୍ତଚାପ, ମଧୁମେହ ଓ ଦୁର୍ବଳ କିଡ୍ନୀ ଭଳି ରୋଗରେ ଆକ୍ରାନ୍ତ ଲାଲୁ ପ୍ରସାଦ ଜେଲ୍‌ ଦଣ୍ଡ ପାଇବା ପରେ ୨୦୧୭ ଡିସେମ୍ବର ମାସରୁ ରାଞ୍ଚିର ରିମ୍‌ସ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । ସାଧାରଣ ନିର୍ବାଚନରେ ଆରଜେଡି ଉଭୟ ବିହାର ଓ ଝାରଖଣ୍ଡରେ ପ୍ରାର୍ଥୀ ଦେଇଥିଲେ ହେଁ, ଉଭୟ ରାଜ୍ୟରେ ଦଳ ଖାତା ଖୋଲି ପାରି ନଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆରପାରିରେ ଭିରୁ ଦେବଗନ

ଆରପାରିରେ ଭିରୁ ଦେବଗନ

Read More...

ସୁଇସ ବ୍ୟାଙ୍କ ପ୍ରକାଶ କରିବ କଳାଟଙ୍କା ରଖିଥିବା ବ୍ୟକ୍ତିଙ୍କ ନାମ

ସୁଇସ ବ୍ୟାଙ୍କ ପ୍ରକାଶ କରିବ କଳାଟଙ୍କା ରଖିଥିବା ବ୍ୟକ୍ତିଙ୍କ ନାମ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page