ଇଣ୍ଡୋନେସିଆ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୨୬୮କୁ ବୃଦ୍ଧି

November 22, 2022, ବିଦେଶ, , Anupambharat News Bureau


 ଇଣ୍ଡୋନେସିଆ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୨୬୮କୁ ବୃଦ୍ଧି
Anupambharat News Bureau
November 22, 2022


ନୂଆଦିଲ୍ଲୀ: ଇଣ୍ଡୋନେସିଆ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୨୬୮କୁ ବୃଦ୍ଧି ପାଇଛି। ୭୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ଅନେକ ସଂଖ୍ୟାରେ ଲୋକେ ଭଙ୍ଗା ଅଟ୍ଟାଳିକା ତଳେ ଦବି ରହିଛନ୍ତ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସ୍ଥିତି ଏପରି ହୋଇଛି ଯେ, ଗାଡି ପାର୍କିଂ ସ୍ଥାନରେ ଆହତ ଲୋକଙ୍କ ଚିକିତ୍ସା କରିବାକୁ ପଡୁଛି। ସିଆଞ୍ଜୁର ହସ୍ପିଟାଲରେ ଭିଡ ଜମିବା ଯୋଗୁଁ ରାତିସାରା ପାର୍କିଂ ଅଞ୍ଚଳରେ ଆହତଙ୍କ ଚିକିତ୍ସା ଚାଲିଛି। ଅନ୍ୟ କିଛି ଲୋକଙ୍କୁ ଅସ୍ଥାୟୀ ଟେଣ୍ଟ ଭିତରେ ଚିକିତ୍ସା କରାଯାଇଛି। ସେହିପରି ଆଉ କିଛି ଲୋକଙ୍କୁ ରାସ୍ତାକଡରେ ହିଁ ଚିକିତ୍ସା କରିଛନ୍ତି ସ୍ୱାସ୍ଥ୍ୟକର୍ମୀ। ଅନ୍ଧାର ଭିତରେ ଟର୍ଚ୍ଚ ଆଳୁଅରେ ରୋଗୀଙ୍କୁ ଇଞ୍ଜେକସନ୍ ଦିଆଯାଇଛି।ରିପୋର୍ଟ ମୁତାବକ, ଏହି ଭୟଙ୍କର ଭୂମିକମ୍ପ ଯୋଗୁଁ ଅତି କମ୍‌ରେ ୨୨୦୦ ଘର କ୍ଷତିଗ୍ରସ୍ତ ହୋଇଛି। ୫ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟରେ ଶହ ଶହ ପୁଲିସ କର୍ମୀ ନିୟୋଜିତ ଅଛନ୍ତି।ସୂଚନା ମୁତାବକ, ସୋମବାର ମଧ୍ୟାହ୍ନରେ ହଠାତ ବଡ ଧରଣର ଭୁକମ୍ପ ଝଟକାରେ ଥରି ଉଠିଥିଲା ଜାଭା ଦ୍ୱୀପ ସହ ଇଣ୍ଡୋନେସିଆର ବିଭିନ୍ନ ସ୍ଥାନ। ରେକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬ ରେକର୍ଡ କରାଯାଇଥିଲା। ରାଜଧାନୀ ଜକାର୍ତାରୁ ଦକ୍ଷିଣ-ପଶ୍ଚିମ ଦିଗରେ ୭୫କିମି ଦୂରରେ ଭୁକମ୍ପସ୍ଥଳୀ ଥିବା ସୂଚନା ରହିଛି। ତେବେ ସୁନାମୀର କୌଣସି ଆଶଙ୍କା ନଥିବା ଇଣ୍ଡୋନେସିଆ ଭୁବିଜ୍ଞାନୀ ସୂଚନା ଦେଇଛନ୍ତି।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୫ କୋଟିର ଛ’ ପ୍ରକଳ୍ପ ଲୋକାର୍ପିତ : ମାଲକାନଗିରି ସବୁବେଳେ ମୋ ପାଇଁ ସ୍ୱତନ୍ତ୍ର: ନବୀନ

୨୫ କୋଟିର ଛ’ ପ୍ରକଳ୍ପ ଲୋକାର୍ପିତ : ମାଲକାନଗିରି ସବୁବେଳେ ମୋ ପାଇଁ ସ୍ୱତନ୍ତ୍ର: ନବୀନ

Read More...

ଶ୍ରଦ୍ଧାକୁ ମୁଁ ହତ୍ୟା କରିନି : ଅଫତାବ

ଶ୍ରଦ୍ଧାକୁ ମୁଁ ହତ୍ୟା କରିନି : ଅଫତାବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page