କମିବ ଶୀତ: ଲଘୁଚାପ କ୍ଷେତ୍ର ସକ୍ରିୟ

November 18, 2022, ଓଡ଼ିଶା, , Anupambharat News Bureau


କମିବ ଶୀତ:  ଲଘୁଚାପ କ୍ଷେତ୍ର ସକ୍ରିୟ
Anupambharat News Bureau
November 18, 2022


ଭୁବନେଶ୍ୱର,୧୮ା୧୧(ଅନୁପମ ମିଡ଼ିଆ): ରାଜ୍ୟରେ ରାତ୍ରି ତାପମାତ୍ରା ହ ୍ରାସ ପାଇଛି । ରାଜ୍ୟର ୬ଟି ସ୍ଥାନରେ ପାରଦ ୧୨ ଡ଼ିଗ୍ରୀ ତଳେ ରହିଛି । କୋରାପୁଟ ଜିଲ୍ଲାର ଶିମିଳିଗୁଡାରେ ରାଜ୍ୟର ସର୍ବନିମ୍ନ ରାତ୍ରି ତାପମାତ୍ରା ୭.୯ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ସେହିପରି କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିରେ ୮.୬, କୋରାପୁଟରେ ୧୦.୫, କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ୧୦.୫ , ଦାରିଙ୍ଗବାଡିରେ ୧୧.୫ ଏବଂ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ୧୧.୮ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ତେବେ ଆଗାମୀ ୨ ରୁ ୩ ଦିନ ଯାଏଁ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବାବେଳେ ପରବର୍ତ୍ତୀ ସମୟରେ ରାତ୍ରି ତାପମାତ୍ରାରେ ୨ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ୱିଟ୍‌ରୁ ଏହି ସୂଚନା ମିଳିଛି । ଅନ୍ୟପକ୍ଷେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଏକ ଲଘୁଚାପ କ୍ଷେତ୍ର । ଏହି ଲଘୁଚାପ କ୍ଷେତ୍ର ସହ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୭.୬ କିମି ଯାଏଁ ବ୍ୟାପିଛି । କ୍ରମଶଃ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରି ୧୯ ନଭେମ୍ବର ବେଳକୁ ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳର ମଧ୍ୟଭାଗରେ ଏକ ଅବପାତର ରୂପନେବା ସହ ପରବର୍ତୀ ୩ ଦିନ ଯାଏଁ ତାମିଲନାଡୁ-ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶ୍ରଦ୍ଧାକୁ ମୁଁ ହତ୍ୟା କରିନି : ଅଫତାବ

ଶ୍ରଦ୍ଧାକୁ ମୁଁ ହତ୍ୟା କରିନି : ଅଫତାବ

Read More...

ଶରଣାର୍ଥୀ ଶିବିରରେ ନିଆଁ ଲାଗି ୨୧ ମୃତ

ଶରଣାର୍ଥୀ ଶିବିରରେ ନିଆଁ ଲାଗି ୨୧ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page