୨୦୨୩ ଡିସେମ୍ବର ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ମାନ୍ୟତା

November 16, 2022, ଓଡ଼ିଶା, , Anupambharat News Bureau


୨୦୨୩ ଡିସେମ୍ବର ସୁଦ୍ଧା  ପଦ୍ମପୁରକୁ ଜିଲ୍ଲା ମାନ୍ୟତା
Anupambharat News Bureau
November 16, 2022


ଭୁବନେଶ୍ୱର, ୧୬ା୧୧(ଅନୁପମ ମିଡ଼ିଆ): ୨୦୨୩ ଡିସେମ୍ବର ସୁଦ୍ଧା ପଦ୍ମପୁରକୁ ମିଳିବ ଜିଲ୍ଲା ମାନ୍ୟତା । ଜିଲ୍ଲା ମାନ୍ୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ କ୍ରିୟାନୁଷ୍ଠାନ କମିଟି ବୈଠକ ପରେ ପ୍ରତିଶ୍ରୁତି ପ୍ରତିଶ୍ରୁତି । ତେବେ ଆଚରଣ ବିଧି ଲାଗୁ ହୋଇଥିବାରୁ ବର୍ତ୍ତମାନ ଘୋଷଣା ହୋଇପାରୁନି ବୋଲି କମିଟି ପକ୍ଷରୁ କୁହାଯାଇଛି । କ୍ରିୟାନୁଷ୍ଠାନ କମିଟି ସଦସ୍ୟର ଆବାହକ ଉମେଶ ସାହୁ କହିଛନ୍ତି ଯେ ଆଲୋଚନା ସଫଳ ହୋଇଛି । ଡିସେମ୍ବର ୨୦୨୩ ସୁଦ୍ଧା ପଦ୍ମପୁର ଜିଲ୍ଲା ଗଠନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଆଗାମୀ ପଦ୍ମପୁର ଉପ ନିର୍ବାଚନରେ ବିଜେଡିର ଇସ୍ତାହାରରେ ଏହାକୁ ପ୍ରକାଶ କରାଯିବ ।
ଅପରପକ୍ଷରେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ । ସେ ବିଜେଡି ସଭାପତି ହେଲେ ବି ରାଜ୍ୟର ମୁଖ୍ୟମନ୍ତ୍ରୀ । ଜିଲ୍ଲା ମାନ୍ୟତା ପାଇଁ ପ୍ରତିଶ୍ରୁତି ଦେବା ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ । ମୁଖ୍ୟମନ୍ତ୍ରୀ କେବଳ ପ୍ରତିଶ୍ରୁତି ଦିଅନ୍ତି, ତାଙ୍କ ପ୍ରତିଶ୍ରୁତି ପାଣିର ଗାର ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଭେଟିଥିଲା କ୍ରିୟାନୁଷ୍ଠାନ କମିଟି । ପଦ୍ମପୁରକୁ ଜିଲ୍ଲା ଘୋଷଣା କରିବା ପାଇଁ ଦାବି କରିଥିଲେ ।
ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବିଜେଡି ବିଧାୟକ ସୁଶାନ୍ତ ସିଂ କମିଟିକୁ ଭେଟି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ନିମନ୍ତ୍ରଣ ଦେଇଥିଲେ । ସେହି ଅନୁରୋଧ କ୍ରମେ ଆଜି କମିଟିର ସଦସ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଏହାକୁ ନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ କ୍ରିୟାନ୍ୱୟନ କମିଟିକୁ ମୁଖ୍ୟମନ୍ତ୍ରୀ ଆଲୋଚନା ପାଇଁ ଆମନ୍ତ୍ରଣ କରିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ ସକାରାତ୍ମକ ଆଲୋଚନା କଲେ । ପଦ୍ମପୁର ଉପଖଣ୍ଡକୁ ଜିଲା ଘୋଷଣା କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଓଡ଼ିଶା ବନ୍ଦର ନୀତି ଅନୁମୋଦନ :ରାଜ୍ୟ ଶିଶୁ ନୀତି ମଞ୍ଜୁର

ଓଡ଼ିଶା ବନ୍ଦର ନୀତି ଅନୁମୋଦନ :ରାଜ୍ୟ ଶିଶୁ ନୀତି ମଞ୍ଜୁର

Read More...

ବସ୍ତିମୁକ୍ତ ଓଡ଼ିଶା ସ୍ୱପ୍ନ :ସହରାଞ୍ଚଳର ଦାମୀ ଜମି ହଡ଼ପ ନହେଉ

ବସ୍ତିମୁକ୍ତ ଓଡ଼ିଶା ସ୍ୱପ୍ନ :ସହରାଞ୍ଚଳର ଦାମୀ ଜମି ହଡ଼ପ ନହେଉ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page