ଚନ୍ଦ୍ର ଯାତ୍ରାରେ ‘ଆର୍ମେଟିସ୍‌-୧’

November 16, 2022, ବିଦେଶ, , Anupambharat News Bureau


ଚନ୍ଦ୍ର ଯାତ୍ରାରେ ‘ଆର୍ମେଟିସ୍‌-୧’
Anupambharat News Bureau
November 16, 2022


ଫ୍ଲୋରିଡା,୧୬ା୧୧:ଆଜି ‘ନାସା’ ‘ଆର୍ମେଟିସ୍‌-୧‘ ନାମକ ମହାକାଶଯାନକୁ ପ୍ରଥମ କରି ଚନ୍ଦ୍ରଯାତ୍ରାରେ ପ୍ରେରଣ କରିଛି । ମାନବରହିତ ଏହି ଯାନ ଚନ୍ଦ୍ର ପରିକ୍ରମା କରି ପୁଣି ଫେରିଆସିବ । ଫ୍ଲୋରିଡାସ୍ଥିତ କେପ୍‌ କାନାଭେରାଲୁର ‘ଅରିଅନ୍‌’ ମହାକାଶଯାନ ସହିତ ‘ସ୍ପେସ୍‌ ଲଞ୍ଚ୍‌ ସିଷ୍ଟମ୍‌’କୁ (ଏସ୍‌ଏଲ୍‌ଏସ୍‌) ଉତ୍‌କ୍ଷେପଣ କରାଯାଇଛି । ‘ଆର୍ମେଟିସ୍‌-୧’ ଉତ୍‌କ୍ଷେପଣ ନିମନ୍ତେ ଏହା ହେଉଛି ‘ନାସା’ର ତୃତୀୟ ଉଦ୍ୟମ । ବାରମ୍ବାର ଇନ୍ଧନ ‘ଲିକ୍‌’ ହେବା, ଇଞ୍ଜିନରେ ତ୍ରୁଟି ଦେଖା ଦେବା, ଦୁଇ ଥର ତୋଫାନ ପ୍ରବାହିତ ହେବା ଭଳି ଅସୁବିଧା ହେତୁ ଏହାର ଉତ୍‌କ୍ଷେପଣ ବାତିଲ କରାଯାଇଥିଲା । ‘ନାସା’ର ‘ଏକ୍ସପ୍ଲୋରେସନ୍‌ ସିଷ୍ଟମ୍‌ସ ଡେଭଲପମଣ୍ଟର ରାଚେଲ୍‌ କ୍ରାଫଫ୍‌ ଗଣମାଧ୍ୟମକୁ କହିଛନ୍ତି, ମହାକାଶର ସୁଦୂର ଗନ୍ତବ୍ୟସ୍ଥଳୀକୁ ମାନବୀୟ ଓ ରୋବୋଟିକ୍‌ ଅଭିଯାନ ନିମନ୍ତେ ‘ଏସ୍‌ଏଲ୍‌ଏସ୍‌’ ନୂତନ ଅନୁସନ୍ଧାନ ସାମର୍ଥ୍ୟ ଓ ଆବଶ୍ୟକ ଅନୁଯାୟୀ ସୁବିଧା ଯୋଗାଇ ଦେବ । ଏହା ଅଧିକ ଓଜନିଆ ‘ପ୍ଲେଲୋଡ୍‌’ ବହନ କରିବା ସହ ଏବେକାର ରକେଟ୍‌ ଅପେକ୍ଷା ଅଧିକ ଶକ୍ତି ଯୋଗାଇବ । ୪୨ଦିନିଆ ଗସ୍ତରେ ଯାଇଥିବା ଏହି ମହାକାଶଯାନ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଏଡ଼ାଇବା ସଙ୍ଗେ ସଙ୍ଗେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବା ପରେ ତା’ର ମାଧ୍ୟାକର୍ଷଣ ଶକ୍ତିଦ୍ୱାରା ନିୟନ୍ତ୍ରିତ ହେବ । ଏହାର ଉଦ୍ଦେଶ୍ୟ ହେଉଛି ଭବିଷ୍ୟତରେ ମାନବକୁ ଚନ୍ଦ୍ରର କକ୍ଷପଥ ଓ ପୃଷ୍ଠକୁ ପରିବହନ କରିବା । ଏହି ମହାକାଶଯାନ ୪ଟି ‘ଅର୍‌ଏସ୍‌-୨୫’ ଇଞ୍ଜିନଦ୍ୱାରା ଚାଳିତ । ଚନ୍ଦ୍ରର କକ୍ଷପଥରୁ ପ୍ରତ୍ୟାବର୍ତ୍ତନ କରି ଏହି ମହାକାଶଯାନ ଡିସେମ୍ବର ମାସରେ ସାନ୍‌ ଡିଏଗୋ ଉପକୂଳବର୍ତ୍ତୀ ସମୁଦ୍ରରେ ଖସିପଡ଼ିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବସ୍ତିମୁକ୍ତ ଓଡ଼ିଶା ସ୍ୱପ୍ନ :ସହରାଞ୍ଚଳର ଦାମୀ ଜମି ହଡ଼ପ ନହେଉ

ବସ୍ତିମୁକ୍ତ ଓଡ଼ିଶା ସ୍ୱପ୍ନ :ସହରାଞ୍ଚଳର ଦାମୀ ଜମି ହଡ଼ପ ନହେଉ

Read More...

‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଆରମ୍ଭ: ବର୍ଷକୁ ୫୦ ହଜାର ଛାତ୍ରଛାତ୍ରୀଙ୍କୁ ମିଳିବ

‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଆରମ୍ଭ: ବର୍ଷକୁ ୫୦ ହଜାର ଛାତ୍ରଛାତ୍ରୀଙ୍କୁ ମିଳିବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page