ଗ୍ରହଣରେ ହେତୁବାଦୀଙ୍କ ସାମୁହିକ ଭୋଜନ ବ୍ୟବସ୍ଥାକୁ ବିରୋଧ :ପ୍ରବଳ ଉତ୍ତେଜନା, ଲାଠିମାଡ଼

November 08, 2022, ଓଡ଼ିଶା, , Anupambharat News Bureau


ଗ୍ରହଣରେ ହେତୁବାଦୀଙ୍କ ସାମୁହିକ ଭୋଜନ ବ୍ୟବସ୍ଥାକୁ ବିରୋଧ :ପ୍ରବଳ ଉତ୍ତେଜନା, ଲାଠିମାଡ଼
Anupambharat News Bureau
November 08, 2022


ବ୍ରହ୍ମପୁର,୮ା୧୧(ଅନୁପମ ମିଡ଼ିଆ): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଚନ୍ଦ୍ରଗ୍ରହଣରେ ହେତୁବାଦୀଙ୍କ ସଂଗଠନ ପକ୍ଷରୁ ବିଜ୍ଞାନ ସମେତ ତଥ୍ୟ ଦର୍ଶାଇ ସାଧାରଣ ଲୋକଙ୍କୁ ସାମୁହିକ ଭାବେ ଆମିଷ ଭୋଜନ ବ୍ୟବସ୍ଥାକୁ ବିଜେପି, ବଜରଙ୍ଗ ଦଳ, ବ୍ରାହ୍ମଣ ସମାଜ ପକ୍ଷରୁ ପ୍ରବଳ ବିରୋଧରୁ ଉତ୍ତେଜନା ସ୍ଥିତି ସୃଷ୍ଟି ହୋଇଥିଲା । ଶେଷରେ ପୋଲିସ ଉକ୍ତ ଭୋଜନ କେନ୍ଦ୍ରକୁ ସିଲ୍‌ କରି ସଂଗଠନ କର୍ମକର୍ତ୍ତାଙ୍କୁ ଉଠାଇ ନେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।
ଗତ ସୂର୍ଯ୍ୟପରାଗ ବେଳେ ହେତୁବାଦୀଙ୍କ ପକ୍ଷରୁ ଚିକେନ୍‌ ବିରିୟାନି ବଣ୍ଟନକୁ ସମଗ୍ର ରାଜ୍ୟର ହିନ୍ଦୁ ଧର୍ମାବଲମ୍ବୀ ତୀବ୍ର ପ୍ରତିକି୍ରୟା ପ୍ରକାଶ କରିଥିବା ବେଳେ ଆଜି ପୁଣି ପବିତ୍ର ଧର୍ମମାସ କାର୍ତ୍ତିକ ପୂର୍ଣ୍ଣିମା ଓ ଚନ୍ଦ୍ରଗ୍ରହଣ ବେଳେ ସହରର ସିଟି ହାଇସ୍କୁଲ ରୋଡ଼ର ଏକ କୋଠରୀରେ ହେତୁବାଦୀ ସଂଗଠନ ପକ୍ଷରୁ ସାମୁହିକ ଆମିଷ ଭୋଜନର ବ୍ୟବସ୍ଥା କରାଯାଇ ମାଇକ୍‌ ଯୋଗେ ସାଧାରଣ ଲୋକଙ୍କୁ ଆମନ୍ତ୍ରଣ କରୁଥିବା ଦେଖିବାକୁ ମିଳିଥିଲା । ଏଭଳି ଘଟଣାକୁ ବିଜେପି ପକ୍ଷରୁ ପ୍ରବଳ ବିରୋଧ କରାଯିବା ସହ ଜିଲ୍ଲା ବିଜେପି ଉପସଭାପତି ରାମକୁମାର ପାତ୍ରଙ୍କ ନେତୃତ୍ୱରେ ବହୁ ବିଜେପି କର୍ମୀ ସାମୁହିକ ଭୋଜନ କେନ୍ଦ୍ର ଭିତରକୁ ଧସେଇ ପଶିବା ବେଳେ ଉପସ୍ଥିତ ପୋଲିସ ବାହିନୀ ସେମାନଙ୍କୁ ଅଟକାଇଥିଲେ । ଫଳରେ ଦୀର୍ଘ ସମୟ ଧରି ବିଜେପି କର୍ମୀମାନେ ପ୍ରବଳ ପ୍ରତିବାଦ ସହ ସଂଗଠନର କାର୍ଯ୍ୟକ୍ରମକୁ ତୀବ୍ର ନିନ୍ଦା କରାଯାଇଥିଲା । ଯଦ୍ୱାରା ଘଟଣାସ୍ଥଳରେ ଦୀର୍ଘ ସମୟ ଧରି ଉତ୍ତେଜନା ଲାଗିଥିବା ବେଳେ ପୁଣି ବଜରଙ୍ଗ ଦଳର ବହୁ ସଦସ୍ୟ ଏକ ଶୋଭାଯାତ୍ରାରେ ଆସି ଭୋଜନ କେନ୍ଦ୍ର ନିକଟରେ ପହଞ୍ଚି ‘ଜୟ ଶ୍ରୀରାମ’ ଧ୍ୱନିରେ ସେହି ଅଞ୍ଚଳକୁ ପ୍ରକମ୍ପିତ କରିଥିଲେ । ଉକ୍ତ ସମୟରେ ଜିଲ୍ଲାର ବ୍ରାହ୍ମଣ ସମାଜର କିଛି କର୍ମକର୍ତ୍ତା ବି ସେଥିରେ ସାମିଲ୍‌ ହୋଇ ପ୍ରବଳ ପ୍ରତିବାଦ କରିବା ବେଳେ ହଠାତ୍‌ କିଛି ବିକ୍ଷୋଭକାରୀ ଭୋଜନ କେନ୍ଦ୍ରର ବ୍ୟାନର୍‌ ଚିରିବା ସହ ଚାମୁଡ଼ିଆ ଭାଙ୍ଗି ଗୋବର ଫିଙ୍ଗିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଉକ୍ତ ଘଟଣାରେ କିଛି ଫଟୋ ସାମ୍ବାଦିକ, ପୋଲିସ ଉପରେ ଗୋବର ପଡିବାରୁ ଉପସ୍ଥିତ ପୋଲିସ ବାହିନୀ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ମୃଦୁ ଲାଠି ଚାଳନା କରାଯାଇଥିବା ଏବଂ ଉକ୍ତ ଘଟଣାରେ ବିକ୍ଷୋଭକାରୀ ମାନେ ମାତ୍ର କିଛି ସମୟ ଛତ୍ରଭଙ୍ଗ ଦେବା ପରେ ପୁଣି ସେହି ସ୍ଥାନରେ ପହଞ୍ଚି ଯାଇଥିଲେ । ତେବେ ପରିସ୍ଥିିତି ଉଗ୍ର ଆକାର ଧାରଣ କରିବା ଫଳରେ ଅଧିକ ପୋଲିିିସ ବାହିନୀ ଆସି ବିଜେପି ଉପସଭାପତି ରାମ କୁମାର ପାତ୍ରଙ୍କୁ ଡ଼ାକି ନେବା ବେଳେ ବିକ୍ଷୋଭକାରୀଙ୍କ ମଧ୍ୟରେପ୍ରବଳ ପ୍ରତିବାଦ ଦେଖା ଦେଇଥିଲା ।
ଯଦ୍ୱାରା ପୋଲିସ ଉପସଭାପତି ପାତ୍ରଙ୍କୁ ଶୃଙ୍ଖଳା ବଜାୟ ପାଇଁ ପରାମର୍ଶ ଦେଇ ଛାଡ଼ି ଦେଇଥିବା ଜଣାପଡିଛି । ଏହା ସତ୍ତେ୍ୱ ବିକ୍ଷୋଭକାରୀ ମାନେ ସେହି ସ୍ଥାନରେ ରୁଣ୍ଡ ହୋଇ ହେତୁବାଦୀଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଫଳରେ ପରିସ୍ଥିତି ଅଧିକ ସଂଗୀନ୍‌ ହେବା ପରେ ବ୍ରହ୍ମପୁର ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଏସ୍‌ପି ଅସୀମ୍‌ ପଣ୍ଡା, ଏସ୍‌ଡ଼ିପିଓ
ରାଜୀବ ଲୋଚନ ପଣ୍ଡା ପ୍ରମୁଖ ପହଞ୍ଚି ହେତୁବାଦୀଙ୍କ ପକ୍ଷରୁ ଖୋଲା ଯାଇଥିବା ସାମୁହିକ ଭୋଜନ କେନ୍ଦ୍ରକୁ ବନ୍ଦ କରି ୬ ଜଣ କର୍ମକର୍ତ୍ତାଙ୍କୁ ଉଠାଇ ନେଇଥିଲେ । ଫଳରେ ପରିସ୍ଥିତି ଶାନ୍ତ ପଡିଥିଲା । ଏହି ଘଟଣାରେ ହେତୁବାଦୀ ସଂଗଠନ ପକ୍ଷରୁ ଲୋଚାପଡ଼ା ମଠମହନ୍ତ ଚିନ୍ମୟୀ ମହାରାଜା, ରାମକୁମାର ପାତ୍ର ପ୍ରମୁଖ ୪୦ ଜଣଙ୍କ ବିରୋଧରେ ବଡ଼ ବଜାର ଥାନାରେ ଏତଲା ଦେଇଥିବା ବେଳେ ବିଜେପି ପକ୍ଷରୁ ବି ୨୦ ଜଣ ହେତୁବାଦୀଙ୍କ ବିରୋଧରେ ଏକ ପାଲ୍‌ଟା ଏତଲା ଦିଆଯାଇଥିବା ଜଣାପଡିଛି । ଏନେଇ ପୋଲିସ ୨ଟି ମାମଲା ରୁଜୁ କରିଥିବା ଜଣାପଡିଛି । ଅନ୍ୟପକ୍ଷରେ ଭୁବନେଶ୍ୱର ଲୋହିୟା ଏକାଡେମୀରେ ହେତୁବାଦୀଙ୍କ ପକ୍ଷରୁ ଏକ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା ଏବଂ ଖାଦ୍ୟ ଗ୍ରହଣର କାର୍ଯ୍ୟକ୍ରମ ଥିଲା । କାର୍ଯ୍ୟକ୍ରମ ଚାଲିଥିବା ବେଳେ ପରମ୍ପରାବାଦୀମାନେ ସେଠାରେ ପହଞ୍ଚି ଘଣ୍ଟ ପିଟି ପ୍ରତିବାଦ କରିଥିଲେ । ପରମ୍ପରାବାଦୀଙ୍କ ବିରୋଧ ପରେ ସେଠାରେ ଦୁଇ ପକ୍ଷ ମୁହାଁମୁହିଁ ହୋଇଥିଲେ । ହେତୁବାଦୀ ଓ ପରମ୍ପରାବାଦୀଙ୍କ ମଧ୍ୟରେ ମାରପିଟ ହୋଇଥିଲା । ଉଭୟ ଗୋଷ୍ଠୀ ପରସ୍ପରକୁ ବିଧା, ଗୋଇଠା ମାରିବା ସହିତ ଗୋବର ଓ ଢେଲାପଥର ମାଡ଼ କରିଥିଲେ । ଢେଲା ମାଡରେ ଜଣେ ହେତୁବାଦୀ ଆହତ ହୋଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସ୍‌ ମୁତୟନ ଥିବାବେଳେ ଏଭଳି ଅଘଟଣ ଘଟିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଛାତ୍ରୀଙ୍କୁ ରାଗିଂ ମାମଲାରେ ଦୁଇ ଗିରଫ : ଅଭିଯୁକ୍ତକୁ କଲେଜରୁ ବହିଷ୍କାର ସୁପାରିଶ

ଛାତ୍ରୀଙ୍କୁ ରାଗିଂ ମାମଲାରେ ଦୁଇ ଗିରଫ : ଅଭିଯୁକ୍ତକୁ କଲେଜରୁ ବହିଷ୍କାର ସୁପାରିଶ

Read More...

ରାଷ୍ଟ୍ରପତିଙ୍କ ପୁରୀଗସ୍ତ:  ୨୪ ପ୍ଲାଟୁନ ଫୋର୍ସନିୟୋଜିତ

ରାଷ୍ଟ୍ରପତିଙ୍କ ପୁରୀଗସ୍ତ: ୨୪ ପ୍ଲାଟୁନ ଫୋର୍ସନିୟୋଜିତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page