ହାଇ ସିକୁ୍ୟରିଟି ନମ୍ବର ପ୍ଳେଟ୍‌ ଅବଧି ଆଉ ମାସେ ବଢିଲା

October 29, 2022, ଓଡ଼ିଶା, , Anupambharat News Bureau


ହାଇ ସିକୁ୍ୟରିଟି ନମ୍ବର ପ୍ଳେଟ୍‌  ଅବଧି ଆଉ ମାସେ ବଢିଲା
Anupambharat News Bureau
October 29, 2022


ଭୁବନେଶ୍ୱର,୨୯ା୧୦(ଅନୁପମ ମିଡ଼ିଆ): ହାଇ ସିକୁ୍ୟରିଟି ନମ୍ବର ପ୍ଳେଟ୍‌ ଲଗାଇବା ଅବଧି ପୁଣି ବଢ଼ାଇଛନ୍ତି ରାଜ୍ୟ ସରକାର । ଆଉ ମାସେ ଅର୍ଥାତ୍‌ ୨୦୨୩ ଫେବୃଆରୀ ପର୍ଯ୍ୟନ୍ତ ଅବଧି ବଢ଼ାଇବାକୁ ରାଜ୍ୟ ପରିବହନ ବିଭାଗ ନିଷ୍ପତ୍ତି ନେଇଛି ।ପରିବହନ ବିଭାଗ ସୂଚନା ଅନୁସାରେ ନମ୍ୱର ପ୍ଲେଟ୍‌ର ଶେଷ ଅଙ୍କ ୧, ୨, ୩, ୪ ଥିଲେ ନଭେମ୍ବର ୩୦ ଶେଷ ତାରିଖ ରହିବ । ସେହିପରି ୫,୬ ଥିଲେ ଡିସେମ୍ବର ୩୧ ଓ ୭, ୮ ଥିଲେ ଜାନୁଆରୀ ୩୧କୁ ଶେଷ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି । ଏହାଛଡ଼ା ଶେଷ ଅଙ୍କ ଶୂନ କିମ୍ବା ୯ ଥିଲେ, ଫେବୃଆରୀ ୨୮ ଶେଷ ତାରିଖ ରହିବ ।
ସୂଚନାଯୋଗ୍ୟ ଯେ ୨୦୧୯ ଏପ୍ରିଲ ୧ ତାରିଖ ପୂର୍ବରୁ କିଣିଥିବା ଗାଡ଼ି ମାଲିକମାନଙ୍କୁ ହାଇ ସିକୁ୍ୟରିଟି ନମ୍ବର ପ୍ଲେଟ ଲଗାଯିବା ନିର୍ଦ୍ଦେଶ ଦେଇଥିଲା ପରିବହନ ବିଭାଗ । ଏନେଇ ଗତ ଜୁନ୍‌ ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଜ୍ଞପ୍ତି ଅନୁସାରେ ଯେଉଁ ବାହନର ପଞ୍ଜୀକରଣ ନମ୍ବରର ଶେଷ ଅଙ୍କ ୧ ଅଥବା ୨ ହୋଇଥିବ, ସେଗୁଡ଼ିକର ହାଇ ସିକୁ୍ୟରିଟି ନମ୍ବର ସେପେଫମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଲାଗିବା କଥା । ମାତ୍ର ଭିତ୍ତିିଭୂମି ନଥାଏ ଏଭଳି ନିର୍ଦ୍ଦେଶ ଦେଇଥିବାରୁ ଓଡିଶା ହାଇକୋର୍ଟ ଏହି ମାମଲାର ଶୁଣାଣି କରିବା ପରେ ରାଜ୍ୟ ସରକାର ହାଇସିକୁ୍ୟରିଟି ଲଗାଇବା ଅବଧିକୁ ବୃଦ୍ଧି କରିଥିଲେ । ହାଇକୋର୍ଟଙ୍କ ତାଗିଦ ପରେ ସରକାର ଯେଉଁମାନଙ୍କ ଗାଡ଼ିର ନମ୍ବରର ଶେଷ ଅଙ୍କ ୧,୨,୩ ଓ ୪ ଥିବ ସେମାନଙ୍କ ପାଇଁ ହାଇସିକ୍ୟୁରିଟି ପ୍ଲେଟ୍‌ ଲଗାଇବାର ସମୟସୀମା ଅକେଫାବର ୩୧ ପର୍ଯ୍ୟନ୍ତ ବଢ଼ାଇ ଥିଲେ । ସେହିପରି ଯେଉଁମାନଙ୍କ ଗାଡ଼ି ନମ୍ବରର ଶେଷ ଅଙ୍କ ୫ ଓ ୬ ରହିଛି, ସେମାନଙ୍କ ପାଇଁ ହାଇସିକୁ୍ୟରିଟି ନମ୍ବର ପ୍ଲେଟ୍‌ ଲଗାଇବାର ସମୟସୀମା ୩୦ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଶେଷ ଅଙ୍କ ୭ ଓ ୮ ଥିବା ଗାଡ଼ିଗୁଡ଼ିକରେ ପ୍ଲେଟ୍‌ ଲଗାଇବା ପାଇଁ ଶେଷ ତାରିଖ ଡିସେମ୍ବର ୩୧ ରଖାଯାଇଛି । ଯେଉଁ ଗାଡ଼ି ଗୁଡ଼ିକର ନମ୍ବରର ଶେଷ ଅଙ୍କ ୯ ଓ ୦ ଥିବ, ସେଗୁଡ଼ିକରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବା ପାଇଁ ସମୟସୀମାକୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗୁଜୁରାଟ ଝୁଲାପୋଲ ଭୁଶୁଡ଼ିବା ଘଟଣା : ମୃତୁ୍ୟ ସଂଖ୍ୟା ୧୪୨କୁ ବୃଦ୍ଧି, ନ’ ଗିରଫ

ଗୁଜୁରାଟ ଝୁଲାପୋଲ ଭୁଶୁଡ଼ିବା ଘଟଣା : ମୃତୁ୍ୟ ସଂଖ୍ୟା ୧୪୨କୁ ବୃଦ୍ଧି, ନ’ ଗିରଫ

Read More...

ବାଣ ଭିଡ଼ିବା ବେଳେ ବିସ୍ପୋରଣ, ଯୁବକ ମୃତ

ବାଣ ଭିଡ଼ିବା ବେଳେ ବିସ୍ପୋରଣ, ଯୁବକ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page