ବିଶ୍ୱର ସବୁଠାରୁ ଅପରିଷ୍କାର ବ୍ୟକ୍ତିଙ୍କ ପରଲୋକ

October 26, 2022, ଦେଶ, , Anupambharat News Bureau


 ବିଶ୍ୱର ସବୁଠାରୁ ଅପରିଷ୍କାର ବ୍ୟକ୍ତିଙ୍କ ପରଲୋକ
Anupambharat News Bureau
October 26, 2022


ତେହେରାନ : ସୁସ୍ଥ ଓ ନିରୋଗ ରହିବା ପାଇଁ ମଣିଷ ଶୌଚ ହୁଏ । ପରିଷ୍କାର ଓ ପରିଛନ୍ନ ରୁହେ । ରୋଗ, ବ୍ୟାଧି ଏବଂ ଜୀବାଣୁ ମୁକ୍ତ ଶରୀର ପାଇଁ ଶୌଚ ଲାଗି ବିଜ୍ଞାନ ମଧ୍ୟ ପରାମର୍ଶ ଦିଏ । ସଭ୍ୟ ସମାଜ ଏହି ନିୟମକୁ ମାନି ଆସୁଥିବା ବେଳେ ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ଅପରିଷ୍କାର ରହିଲେ ଆୟୁଷ ଲମ୍ବା ହେବ ବିଶ୍ୱାସ କରୁଥିବା ସମ୍ପୃକ୍ତ ବ୍ୟକ୍ତି ଜଣକ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ବର୍ଷ ଧରି ଅଗାଧୁଆ ରହିଥିଲେ । ବିଡ଼ମ୍ବନା ହେଉଛି ୯୪ ବର୍ଷ ବୟସରେ ଗାଧୋଇବା ପରଦିନ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତୁ୍ୟ ହୋଇଛି । ବିଶ୍ୱର ସବୁଠାରୁ ଅପରିଷ୍କାର କୁହାଯାଉଥିବା ସେଇ ବ୍ୟକ୍ତି ଜଣକ ହେଲେ ଇରାନ ନାଗରିକ ଆମୋ ହାଜି । ସେ ପ୍ରାୟ ୫୦ ବର୍ଷରୁ ଅଧିକ ହେବ ଗାଧୋଇ ନଥିଲେ । ଅଗାଧୁଆ ରହିଲେ ସେ ବହୁ ବର୍ଷ ଧରି ଜୀବିତ ରହିପାବେ ବୋଲି ତାଙ୍କର ଅଜବ ବିଶ୍ୱାସ ଥିଲା ।
ଗାଧୋଇଲେ ଶରୀରରେ ସଂକ୍ରମଣ ହୋଇ ଅସୁସ୍ଥ ହୋଇଯିବ ବୋଲି ସେ ଆଶଙ୍କା କରୁଥିଲେ । ଗୋଟିଏ ଇଟା ନିର୍ମିତ କୋଠରୀରେ ଅତି ଦୟନିୟ ଭାବେ ରହୁଥିଲେ । ଦକ୍ଷିଣ ଫାର୍ସ ପ୍ରଦେଶର ଦେଜଗା ଗ୍ରାମରେ ଆମୋ ହାଜି ଏକାକୀ ଜୀବନ ବିତାଉ ଥିଲେ । ଯୁବାବସ୍ଥାରେ କୌଣସି ପ୍ରକାର ମାନସିକ ଆଘାତ ପାଇ ସେ ପରିବାରଠାରୁ ଦୂରେ ଯାଇଥିଲେ । ରବିବାର ତାଙ୍କର ମୃତ୍ୟୁ ଘଟିଥିଲା । ପରିଣତ ବୟସରେ ତାଙ୍କ ଖାଦ୍ୟପେୟ ଓ ପୋଷାକ ପରିଧାନ ମଧ୍ୟ ଅତ୍ୟନ୍ତ ଅପରଷ୍କାର ଥିଲା । ଏହି ମ୍ଲେଛ ଜୀବନଯାପନ ଯୋଗୁ ତାଙ୍କ ଚେହେରା ଦେଖିବା ପାଇଁ ଅତି ଭୟଙ୍କର ଥିଲା ।
ତେବେ ପ୍ରାକୃତିକ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଇରାନର ସରକାରୀ ନ୍ୟୁଜ ଏଜେନ୍ସି ଇରନା କହିଛି । ୨୦୧୪ରେ ତେହେରାନ ଟାଇମ୍ସର ଏକ ରିପୋର୍ଟ ଅନୁସାରେ ଆମୋ ସଡ଼କ ଦୁର୍ଘଟଣାରେ ମରୁଥିବା ଜୀବଜ;ୁଙ୍କ ମାଂସ ଖାଉଥିଲେ । ପଶୁମାନଙ୍କ ମଳରୁ ପ୍ରସ୍ତୁତ ହୁକା ପିଉଥିଲେ । କିଛିବର୍ଷ ତଳେ ସ୍ଥାନୀୟ ଗ୍ରାମବାସୀ ତାଙ୍କୁ ବୁଝାଇସୁଝାଇ ତାଙ୍କ ହାତ ଧୋଇଦେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 କଂଗ୍ରେସରେ  ‘ଖାଡଗେ ଯୁଗ’

କଂଗ୍ରେସରେ ‘ଖାଡଗେ ଯୁଗ’

Read More...

ସାରା ଦେଶରେ ୫-ଜି ସେବାକୁ ଲାଗିବ ଅଧିକ ସମୟ

ସାରା ଦେଶରେ ୫-ଜି ସେବାକୁ ଲାଗିବ ଅଧିକ ସମୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page