ନାବାଳିକାକୁ ଦୁଷ୍କର୍ମ ,ଜଣେ ଗିରଫ

May 27, 2019, ଓଡ଼ିଶା, , Anupambharat News Bureau


ନାବାଳିକାକୁ ଦୁଷ୍କର୍ମ ,ଜଣେ ଗିରଫ
Anupambharat News Bureau
May 27, 2019

ସୋର,୨୭ା୫ (ଅନୁପମ ମିଡ଼ିଆ):ସୋର ବ୍ଲକ ଦହିସଡ଼ା ପଞ୍ଚାୟତ ଛପୋଲିଆ ଆଦିବାସୀ ସାହିର ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଫଳରେ ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଗ୍ରାମର ଗୁରୁବା ସିଂର ପୁଅ ପଣ୍ଡା ସିଂ(୩୨) ଗତକାଲି ତାଙ୍କ ସ୍ତ୍ରୀ ସହିତ ଝଗଡ଼ା ହେବା କାରଣରୁ ମାଡ଼ମାରିଥିଲେ । ଫଳରେ ତାଙ୍କ ସ୍ତ୍ରୀ ଘରୁ କେଉଁ ଆଡ଼େ ପଳାଇଯାଇଥିଲେ । ଗତକାଲି ଦିନ ୧୨ଟା ବେଳେ ସେହି ଗ୍ରାମର ତାଙ୍କ ସଂପର୍କୀୟ ସାନ ଭାଇର ୧୨ ବର୍ଷର ଝିଅକୁ ସାଙ୍ଗରେ ଧରି ସ୍ତ୍ରୀକୁ ଖୋଜିବା ପାଇଁ ନିକଟସ୍ଥ ରେଳଲାଇନ୍‌ ପାଖକୁ ଯାଇଥିଲେ । ସେଠାରେ ଏକ ପୋଲ ତଳେ ନାବାଳିକା ଝିଆରିକୁ ଦୁଷ୍କର୍ମ କରିଥିବା ତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ୍‌ ଅଭିଯୋଗମୂଳେ ପୁଲିସ୍‌ ୨୩୫ ନମ୍ବରରେ ମାମଲା ରୁଜୁ କରି ଅଭିଯୁକ୍ତ ପଣ୍ଡା ସିଂକୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଆଜି ପଣ୍ଡା ଏବଂ ନାବାଳିକାର ଡାକ୍ତରୀମାଇନା କରାଯାଇଥିବା ବେଳେ ଆସନ୍ତା କାଲି ନାବାଳିକାର ୧୬୪ ବୟାନ ରେକର୍ଡ଼ କରାଯିବ ବୋଲି ପୁଲିସ୍‌ ସୂତ୍ର ଜଣାପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଜଜାଙ୍ଗ ଖଣିରେ ଶ୍ରମିକ ବିଦ୍ରୋହ, ପୋଲିସ ମୁତୟନ

ଜଜାଙ୍ଗ ଖଣିରେ ଶ୍ରମିକ ବିଦ୍ରୋହ, ପୋଲିସ ମୁତୟନ

Read More...

 ଭିଜିଲାନ୍ସ ଜାଲରେ ଥାନାଧିକାରୀ

ଭିଜିଲାନ୍ସ ଜାଲରେ ଥାନାଧିକାରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page