ବ୍ରିଟେନରେ ସୁନକ ଶାସନ ଆରମ୍ଭ

October 25, 2022, ବିଦେଶ, , Anupambharat News Bureau


ବ୍ରିଟେନରେ ସୁନକ ଶାସନ ଆରମ୍ଭ
Anupambharat News Bureau
October 25, 2022


ଲଣ୍ଡନ,୨୫ା୧୦: ଆର୍ଥିକ ସଙ୍କଟରେ ଗତି କରୁଥିବା ଗ୍ରେଟବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ ନିଜ ପଦବିରୁ ଇସ୍ତଫା ଦେବା ପରେ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ଋଷି ସୁନକ ନିଯୁକ୍ତ ହୋଇଛନ୍ତି । ସେ ଆଜି ବ୍ରିଟେନର ରାଜା ତୃତୀୟ ଚାର୍ଲସ୍‌ଙ୍କୁ ବିଧିବଦ୍ଧ ଭାବେ ସାକ୍ଷାତ କରିଛନ୍ତି ଏବଂ ରାଜା ନୂତନ ପ୍ରଧାନମନ୍ତ୍ରୀ ସୁନକଙ୍କୁ ଦାୟିତ୍ୱ ମଧ୍ୟ ହସ୍ତାନ୍ତର କରିଛନ୍ତି । ସବୁଠାରୁ ଆକର୍ଷଣର ପ୍ରସଙ୍ଗ ଯେ, ଜଣେ ଭାରତୀୟ ବଂଶୋଦ୍ଭବ ଭାବରେ ଗ୍ରେଟ ବ୍ରିଟେନର ସର୍ବୋଚ୍ଚ ପଦବି ତଥା ଶାସକ ଭାବେ ବ୍ରିଟେନରେ ସୁଯୋଗ ପାଇଥିବା ଯୋଗୁଁ ଏହା ଭାରତ ଓ ବ୍ରିଟେନ ମଧ୍ୟରେ ସମ୍ପର୍କରେ ଅଧିକ ସୁଦୃଢ଼ ହେବ ବୋଲି ଆଶା କରାଯାଉଛି । ଭାରତୀୟ ବଂଶୋଦ୍ଭବ ବ୍ରିଟେନ ନାଗରିକ ୪୨ ବର୍ଷୀୟ ସୁନକ ଗତକାଲି ବ୍ରିଟେନର କ୍ଷମତାସୀନ କଞ୍ଜରଭେଟିଭ ପାର୍ଟିର ନେତା ଭାବେ ନିଯୁକ୍ତି ପାଇଥିଲେ । ନିୟମ ଅନୁସାରେ ଶାସକ ଦଳର ନେତା ହିଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେହି ଅନୁସାରେ ଋଷି ସୁନକ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି । ୨୦୦ ବର୍ଷର ଇତିହାସ ମଧ୍ୟରେ ସୁନକ ସବୁଠାରୁ କନିଷ୍ଠ ରାଜନେତା ଭାବେ ବ୍ରିଟେନର ଶାସନ ଭାର ସମ୍ଭାଳିବାର ରେକର୍ଡ କରିଛନ୍ତି । ଦାୟିତ୍ୱ ନେବା ପରେ ସେ ଦେଶର ଅର୍ଥନୀତିକୁ ସଜାଡ଼ିବାକୁ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି, ବ୍ରିଟେନ ବର୍ତ୍ତମାନ ସାଂଘାତିକ ଅର୍ଥନୀତିକ ସମସ୍ୟା ଦେଇ ଗତି କରୁଛି ।
ଆଗକୁ ଆହୁରି କଠିନ ଓ କଷ୍ଟଦାୟକ ନିଷ୍ପତ୍ତି ନିଆଯିବ ବୋଲି ସୁନକ କହିଥିଲେ । ସୁନକ ପୂର୍ବରୁ ବୋରିସ ଜନସନଙ୍କ ସରକାରରେ ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଥିଲେ । ବିବାଦ କାରଣରୁ ଜନସନ ଇସ୍ତଫା ଦେବାରୁ ପ୍ରଧାନମନ୍ତ୍ରୀ ପଦ ପାଇଁ ନିର୍ବାଚନ ହୋଇଥିଲା । ସୁନକଙ୍କୁ ହରାଇ ଲିଜ ଟ୍ରସ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଇଥିଲେ । କି;ୁ ଶପଥ ନେବାର ୪୫ ଦିନ ପରେ ସେ ଦେଶର ଅର୍ଥନୀତି ଓ ନିଜର ପ୍ରତିଶ୍ରୁତି ପୂରଣ କରି ନ ପାରିବାରୁ ଇସ୍ତଫା ଦେଇଥିଲେ । ସେ ଇସ୍ତଫା ଦେବା ପରେ ସୁନକ ପ୍ରଧାନମନ୍ତ୍ରୀ ପଦ ପାଇଛନ୍ତି । ଆଜି ଲିଜ ଟ୍ରସ ମଧ୍ୟ ରାଜା ଚାର୍ଲସ ତୃତୀୟଙ୍କୁ ଭେଟି ସାକ୍ଷାତ କରିଥିଲେ । ଏହି ସମୟରେ ସେ ନିଜର ଇସ୍ତଫାପତ୍ର ରାଜାଙ୍କୁ ଦେଇଥିଲେ । ଏଥିସହ ନିଜର ବିଦାୟୀ ଭାଷଣରେ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସଫଳତା କାମନା କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାଂଲାଦେଶରେ ‘ସିତ୍ରାଙ୍ଗ’ ତାଣ୍ଡବ, ୩୩ ମୃତ

ବାଂଲାଦେଶରେ ‘ସିତ୍ରାଙ୍ଗ’ ତାଣ୍ଡବ, ୩୩ ମୃତ

Read More...

ବାତ୍ୟାର ରୂପ ନେଲା ଅବପାତ :ବନ୍ଦର ଗୁଡିକୁ ବିପଦ ସଙ୍କେତ ଜାରି

ବାତ୍ୟାର ରୂପ ନେଲା ଅବପାତ :ବନ୍ଦର ଗୁଡିକୁ ବିପଦ ସଙ୍କେତ ଜାରି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page