ନୂଆଦିଲ୍ଲୀ,୨୦ା୧୦:ଗତ କିଛିଦିନ ଧରି ଭାରତରେ କୋଭିଡ଼-୧୯ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ପୁଣି ଏହା ପ୍ରଥମେ ଦେଶର ବୃହତ୍ତମ ନଗରୀ ମୁମ୍ବାଇରେ ସଂକ୍ରମଣ ହେବା ପରେ ବିଭିନ୍ନ ନଗରୀକୁ ବ୍ୟାପିବା ଆରମ୍ଭ କରିଛି । ଭାରତରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ, ଗତ ୨୪ ଘଣ୍ଟାରେ ଦେଶରେ ୧୯୪୬ ନୂଆ ମାମଲା ସାମନାକୁ ଆସିଛି । ମହାରାଷ୍ଟ୍ର, କେରଳ, ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ଦିଲ୍ଲୀ, ଝାଡଖଣ୍ଡ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ମଣିପୁର ଏବଂ ଜାମ୍ମୁ କାଶ୍ମୀର ପରି ରାଜ୍ୟରେ କରୋନା ମାମଲା ବୃଦ୍ଧି ହେଉଥିବା ଦେଖିବାକୁ ମିଳୁଛି । ନିକଟରେ ମହାରାଷ୍ଟ୍ରରେ କରୋନାର ନୂଆ ଭାରିଏଣ୍ଟ ଏକ୍ସବିବିର ୧୮ ମାମଲା ଦେଖିବାକୁ ମିଳିଛି । ଏହାକୁ ନଜରରେ ରଖି ସତର୍କ ସୂଚନା ଜାରି କରାଯାଇଛି । ଓମିକ୍ରନର ସବ-ଭାରିଆଣ୍ଟ ବିଏଫ୍-୭ ଏବଂ ବିଏ ୫.୧.୭ ଭାରତରେ ପ୍ରବେଶ କରିଛି । ଗୁଜରାଟ ବାୟୋଟେକନୋଲଜି ରିସର୍ଚ୍ଚ ସେଣ୍ଟର ଦ୍ୱାରା ଏହି ସୂଚନା ଦିଆଯାଇଛି । ଦିଲ୍ଲୀ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ଦ୍ରୁତ ଗତିରେ ବ୍ୟାପୁଥିବା ଓମିକ୍ରନର ସବ ଭାରିଆଣ୍ଟକୁ ନେଇ ସତର୍କ କରାଇଛନ୍ତି । ଦିଲ୍ଲୀ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି, ନୂଆ ଭାରିଆଣ୍ଟର ପ୍ରକୃତି ମୁ୍ୟଟାଣ୍ଟ ହେବ । ଓମିକ୍ରନକୁ ବ୍ୟାପିବାରେ ରୋକିବା ପାଇଁ ସତର୍କ ରହିବାକୁ ପଡିବ । ତେବେ ପୂର୍ବେ କୌଣସି ଭ୍ୟାକ୍ସିନ ନଥିଲା କି;ୁ ଏବେ ଅଧିକାଂଶ ଲୋକେ ଭ୍ୟାକ୍ସିନ ନେଇସାରିଛନ୍ତି ଏବଂ ଲୋକଙ୍କ ଭିତରେ ଭାଇରାସ ବିରୋଧରେ ଇମ୍ୟୁନିଟ୍ ସୃଷ୍ଟି ହୋଇସାରିଛି । ତେବେ ଏହି ଭାଇରସ ବ୍ୟାପିବା ରୋକିବା ପାଇଁ ମାସ୍କ ପିନ୍ଧିବା ଜରୁରୀ ବୋଲି ଡାକ୍ତର ଗୁଲେରିଆ କହିଛନ୍ତି ।
କେନ୍ଦ୍ରାପଡାର ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଲୋକାର୍ପିତ: ରୋଗୀଙ୍କୁ କଟକ,ଭୁବନେଶ୍ୱର ଯିବାକୁ ପଡ଼ିବନି: ମୁଖ୍ୟମନ୍ତ୍ରୀ
Read More...