୨୦୨୩ ସୁଦ୍ଧା ଭାରତରେ ଚାଲିବ ଉଦଯାନ ଚାଳିତ ଟ୍ରେନ

September 16, 2022, ଦେଶ, , Anupambharat News Bureau


୨୦୨୩ ସୁଦ୍ଧା ଭାରତରେ ଚାଲିବ ଉଦଯାନ ଚାଳିତ ଟ୍ରେନ
Anupambharat News Bureau
September 16, 2022


ନୂଆଦିଲ୍ଲୀ: ନିକଟ ଅତୀତରେ ଭାରତୀୟ ରେଲେୱ ତାର ଭାବମୂର୍ତ୍ତିକୁ ବହୁତ ବଦଳାଇ ଦେଇଛି । ବନ୍ଦେ ଭାରତ, ତେଜସ୍‌ ଏକ୍ସପ୍ରେସ ଭଳି ଟ୍ରେନ୍‌ ଏହାର ଏକ ଉଦାହରଣ । ଏହି ସମୟରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ୨୦୨୩ ସୁଦ୍ଧା ହାଇଡ୍ରୋଜେନ ବା ଉଦଯାନ ଚାଳିତ ଟ୍ରେନ୍‌ ମଧ୍ୟ ଭାରତରେ ଚାଲିବ । ଏହା ଉପରେ ଅନେକ କାମ କରାଯାଇଛି । ଭୁବନେଶ୍ୱରର ସୋଆ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ସମ୍ବୋଧିତ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ରେଳ ଏହାର ଗତି ବଢାଇବା ଦିଗରେ ନିରନ୍ତର କାର୍ଯ୍ୟ କରୁଛ । ଏନେଇ ରେଳ ମନ୍ତ୍ରୀ କହିଛନ୍ତି, ବନ୍ଦେ ଭାରତ ଏକ୍ସପ୍ରେସ ହେଉଛି ଭାରତର ସେମି ହାଇ ସ୍ପିଡ୍‌ ଏବଂ ଦ୍ରୁତତମ ଚାଲୁଥିବା ଟ୍ରେନ୍‌ ମଧ୍ୟରୁ ଗୋଟିଏ । ଏହା ବର୍ତ୍ତମାନ ଭାରତରେ ପ୍ରସ୍ତìତ କରାଯାଉଛି । ଗତ ଦୁଇ ବର୍ଷ ଧରି କୌଣସି ବ୍ରେକଡାଉନ ନଦେଇ ସୁରୁଖୁରୁରେ କାମ ଚାଲୁଛି । ନିକଟରେ ବନ୍ଦେ ଭାରତକୁ ରେଳ ସୁରକ୍ଷା କମିଶନରଙ୍କ ଠାରୁ ସବୁଜ ସଙ୍କେତ ମିଳିଛି । ଟ୍ରେନ୍‌ ଏବଂ ଟ୍ରାକ୍‌ ମ୍ୟାନେଜମେଣ୍ଟ ବିଷୟରେ ମନ୍ତ୍ରୀ କହିଛନ୍ତି, ଆମର ଧ୍ୟାନ କେବଳ ଟ୍ରେନ୍‌ ତିଆରି ଉପରେ ନୁହେଁ । ସେମି ହାଇ ହାଇ କିମ୍ବା ହାଇ ସ୍ପିଡ୍‌ ଟ୍ରେନ୍‌ ଚଳାଇବା ପାଇଁ ଟ୍ରାକ ମ୍ୟାନେଜମେଣ୍ଟ ସିଷ୍ଟମ ଉପରେ ମଧ୍ୟ ଆମେ କଠିନ ପରିଶ୍ରମ କରୁଛୁ ।
ବନ୍ଦେ ଭାରତର ଟ୍ରାଏଲ୍‌ ରନ୍‌ ସଫଳ ହେବା ପରେ ଖୁବ୍‌ ଶୀଘ୍ର ୭୨ ଟି ଟ୍ରେନ ନିର୍ମାଣ ଆରମ୍ଭ ହେବ । ସେ କହିଛନ୍ତି, ତୃତୀୟ ବନ୍ଦେ ଭାରତ ଟ୍ରେନର ସର୍ବାଧିକ ବେଗ ପ୍ରତି ଘଣ୍ଟା ୧୮୦ କିଲୋମିଟର ହେବ । ଏହା ମାତ୍ର ୫୨ ସେକେଣ୍ଡରେ ୧୦୦ କିଲୋମିଟର ବେଗରେ ଗତି କରିଥାଏ । ବୁଲେଟ୍‌ ଟ୍ରେନ୍‌ ପାଇଁ ୫୫ ସେକେଣ୍ଡ ସମୟ ଲାଗିଥାଏ । ଏହି ଟ୍ରେନରେ ହାଇଡ୍ରୋଜେନ ଇନ୍ଧନ ଭାବରେ ବ୍ୟବହୃତ ହେବ ।ଯାହା ଅନେକ ଡିଜେଲ ସଞ୍ଚୟ କରାଯାଇପାରିବ । ଏହା ଏକ ହାଇବ୍ରିଡ୍‌ ଟ୍ରେନ୍‌ ସହ ଅକ୍ଷୟ ଶକ୍ତି ସଂରକ୍ଷଣରେ ବ୍ୟାଟେରୀ କିମ୍ବା ସୁପରକାପାସିଟର୍‌ ଲାଗିଥାଏ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୦ରେ ଲଘୁଚାପ !

୨୦ରେ ଲଘୁଚାପ !

Read More...

ଜଳବାୟୁ ପରିବର୍ତ୍ତନରୁ ଦୁଇଗୁଣ ବୃଦ୍ଧି ପାଇଛି କ୍ଷୁଧା : ରିପୋର୍ଟ

ଜଳବାୟୁ ପରିବର୍ତ୍ତନରୁ ଦୁଇଗୁଣ ବୃଦ୍ଧି ପାଇଛି କ୍ଷୁଧା : ରିପୋର୍ଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page