ଜେଇଇ ଆଡଭାନ୍ସ ରେଜଲଫ: ଆର୍‌କେ. ଶିଶିର ଟªର

September 11, 2022, ଦେଶ, , Anupambharat News Bureau


ଜେଇଇ ଆଡଭାନ୍ସ ରେଜଲଫ: ଆର୍‌କେ. ଶିଶିର ଟªର
Anupambharat News Bureau
September 11, 2022


ମୁମ୍ବାଇ,୧୧ା୯: ଆଜି ‘ଆଇଆଇଟି-ବମ୍ବେ’ ତା’ର ଅଫିସିଆଲ୍‌ େୱବ୍ସାଇଟ୍‌ରେ ଅନ୍ୟତମ କଠିନ ପ୍ରବେଶିକା ପରୀକ୍ଷା ‘ଜେଇଇ ଆଡ୍‌ଭାନ୍ସର ଫଳ ପ୍ରକାଶ କରିଛି । ଉପରୋକ୍ତ ପୋର୍ଟାଲରେ ‘ଆଇଆଇଟି-ବମ୍ବେ’ ‘ଜେଇଇ ଆଡଭାନ୍ସର ‘ଆନ୍ସର୍‌ କିଜ୍‌’ ମଧ୍ୟ ପ୍ରକାଶ କରିଛି । ‘ଜେଇଇ’ (ଆଡ୍‌ଭାନ୍ସ) ୨୦୨୨’ ‘କମନ୍‌ ରାଙ୍କ୍‌ ଲିଷ୍ଟ୍‌’ରେ ଚଳିତ ବର୍ଷ ‘ଆଇଆଇଟି ବମ୍ବେ’ ଜୋନର ଆର୍‌. କେ. ଶିଶିର ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ୩୬୦ ନମ୍ବରରୁ ସେ ପାଇଛନ୍ତି ୩୧୪ ନମ୍ବର । ‘ଆଇଆଇଟି ଦିଲ୍ଲୀ’ ଜୋନର ତନିଷ୍କା କାବ୍ରା ‘କମନ୍‌ ରାଙ୍କ୍‌ ଲିଷ୍ଟ୍‌’ରେ ୧୬ଶ ସ୍ଥାନରେ ରହି ମହିଳା ପରୀକ୍ଷାର୍ଥୀଙ୍କ ମଧ୍ୟରେ ପ୍ରଥମ ହୋଇଛନ୍ତି । ୩୬୦ ନମ୍ବରରୁ ସେ ରଖିଛନ୍ତି ୨୭୭ ନମ୍ବର । ଏହି ପ୍ରବେଶିକ ପରୀକ୍ଷାରେ ଶ୍ରେଷ୍ଠ ୧୦ ସ୍ଥାନ ହାସଲ କରିଥିବା ପରୀକ୍ଷାର୍ଥୀମାନେ ହେଲେ, ଆର୍‌. କେ. ଶିଶିର, ପୋଲୁ ଲକ୍ଷ୍ମୀ ସାଇ ଲୋହିତ ରେzୀ, ଟୋମାସ୍‌ ବିଜୁ ଚୀରାମେୱଲିଲ୍‌, ବଙ୍ଗପଲ୍ଲୀ ସାଇ ସିଦ୍ଧାର୍ଥ, ମୟଙ୍କ ମୋଟୱାନି, ପୋଲିସେଟ୍ଟୀ କାର୍ତ୍ତିକେୟ, ପ୍ରତୀକ ସାହୁ, ଧୀରଜ କୁରୁକୁଣ୍ଡ, ମହିତ ଗଢ଼ିୱାଲା ଓ ବେତଚା ଜ୍ଞାନ ମହେଶ । ଏଥର ସମୁଦାୟ ୧୫୫୫୩୮ ଜଣ ପରୀକ୍ଷାର୍ଥୀ ‘ଜେଇଇ’ (ଆଡଭାନ୍ସ) ୨୦୨୨’ର ପ୍ରଥମ ଓ ଦ୍ୱିତୀୟ ପତ୍ର ଦେଇଥିଲେ । ସେଥିରୁ ମାତ୍ର ୪୦୭୧୨ଜଣ ପାସ୍‌ କରିଛନ୍ତି । ପାସ୍‌ କରିଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୫୧୬ଜଣ ହେଉଛନ୍ତି ମହିଳା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା: ବୀମା ରାଶି ଦଶ ଲକ୍ଷକୁ ବୃଦ୍ଧି ସମ୍ଭାବନା

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା: ବୀମା ରାଶି ଦଶ ଲକ୍ଷକୁ ବୃଦ୍ଧି ସମ୍ଭାବନା

Read More...

ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ  ସରସ୍ୱତୀଙ୍କ ଦେହାନ୍ତ

ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଦେହାନ୍ତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page