ଦକ୍ଷିଣ ଓଡ଼ିିଶା ଉପକୂଳରେ ସକ୍ରିୟ ଅବପାତ

September 11, 2022, ଓଡ଼ିଶା, , Anupambharat News Bureau


ଦକ୍ଷିଣ ଓଡ଼ିିଶା ଉପକୂଳରେ ସକ୍ରିୟ ଅବପାତ
Anupambharat News Bureau
September 11, 2022


ଭୁବନେଶ୍ୱର, ୧୧ା୯(ଅନୁପମ ମିଡ଼ିଆ): ଦକ୍ଷିଣ ଓଡ଼ିଶା ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୁଦୃଶ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଗୋପାଳପୁର ଠାରୁ ଉତ୍ତର-ପଶ୍ଚିମ ଦିଗରେ ୨୫ କିମି ଦୂରରେ ଏହା କେନ୍ଦ୍ରୀଭୂତ ରହିଛି । ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଦକ୍ଷିଣ ଓଡିଶା ତଥା ଦକ୍ଷିଣ ଛତିଶଗଡ ଦେଇ ଗତି କରିବା ସହ ଧୀରେ ଧୀରେ ଦୁର୍ବଳ ହେବାର ସମ୍ଭାବନା ରହିଛି । ସକ୍ରିୟ ସୁଦୃଶ ଲଘୁଚାପ କ୍ଷେତ୍ର ପ୍ରଭାବରେ ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲା ଗୁଡିକରେ ବର୍ଷା ଲାଗିରହିଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଅବପାତ ପ୍ରଭାବରେ ଲାଗି ରହିଛି ତୁହାକୁ ତୁହା ବର୍ଷା । ଆଜି ମଧ୍ୟ ରାଜ୍ୟରେ ବିସ୍ତୃତି ବର୍ଷା ସହ କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଓଡିଶା ଉପକୂଳରେ ସମୁଦ୍ର ଅଶାନ୍ତ ଥିବାରୁ ୧୨ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।
ଅନ୍ୟପକ୍ଷରେ ଅବପାତ ପ୍ରଭାବକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶାର ସମସ୍ତ ସାମୁଦ୍ରିକ-ବନ୍ଦର ଗୋପାଳପୁର, ପାରାଦୀପ, ପୁରୀ, ଏବଂ ଚାନ୍ଦବାଲି/ଧାମରା ବନ୍ଦର ପାଇଁ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ସ୍ଥାନରେ ଅତି ପ୍ରବଳ ବର୍ଷା (୧୧୫.୬ ରୁ ୨୦୪.୪ ମିମି) ଏବଂ ୩୪ ସ୍ଥାନରେ ପ୍ରବଳ ବର୍ଷା (୬୪୫ ମିମିରୁ ୧୧୫.୫ ମିମି) ରେକର୍ଡ କରାଯାଇଛି । ସର୍ବାଧିକ ବର୍ଷା ୧୫୪ ମିମି ଢେଙ୍କାନାଳ ସହରରେ ରେକର୍ଡ କରାଯାଇଛି । ସେହିପରି ବାଲେଶ୍ୱର ଜିଲ୍ଲାର ଜୟପୁରରେ ୧୪୨.୮ ମିମି, ବାଲେଶ୍ୱର ଜିଲ୍ଲାର ଏନଏଚ ୫,ଗୋବିନ୍ଦପୁରରେ ୧୨୫.୬, କୋରାପୁଟ ଜିଲ୍ଲାର କୋଟପାଡ଼ରେ ୧୦୬.୦, ଢ଼େଙ୍କାନାଳ ଜିଲ୍ଲାର ଭୁବନରେ ୧୦୨.୦, ବାଲେଶ୍ୱର ଜିଲ୍ଲାର ବାଲେଶ୍ୱରରେ ୧୦୧.୨, କଟକ ଜିଲ୍ଲାର ବାଙ୍କୀରେ ୯୮.୦, ବାଲେଶ୍ୱର ଜିଲ୍ଲାର ରେମୁଣାରେ ୯୭.୦, ମୟୂରଭଞ୍ଜ ଜିଲ୍ଲାର ବାଲିମୁଣ୍ଡଳି ୯୪.୬, ଗଞ୍ଜାମ ଜିଲ୍ଲା ପାତ୍ରପୁରରେ ୯୨.୨, କଟକ ଜିଲ୍ଲା ତିଗିରିଆରେ ୮୮.୦, ମୟୂରଭଞ୍ଜ ଜିଲ୍ଲା ଉଦଳାରେ ୮୭.୮, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗିରେ ୮୭.୦, କେନ୍ଦୁଝର ଜିଲ୍ଲା ଘସିପୁରାରେ ୮୬.୧, ଯାଜପୁର ଜିଲ୍ଲା ସୁକିନ୍ଦାରେ ୮୫.୨, ମୟୂରଭଞ୍ଜ ଜିଲ୍ଲା ଜିବି ନଗରରେ ୮୪.୩, ନବରଙ୍ଗପୁର ଜିଲ୍ଲା ଝରିଗାଁରେ ୮୧.୪, ଗଞ୍ଜାମ ଜିଲ୍ଲା ଶେରଗଡ଼ରେ ୮୦.୨, ନୟାଗଡ଼ ଜିଲ୍ଲା ବାରମୂଳରେ ୮୦.୨, ବାଲେଶ୍ୱର ଜିଲ୍ଲା ବାହାନଗାରେ ୮୦.୦, କନ୍ଧମାଳ ଜିଲ୍ଲାର ଜି. ଉଦୟଗିରିରେ ୭୮.୬, ଢ଼େଙ୍କାନାଳ ଜିଲ୍ଲାର ଢ଼େଙ୍କାନାଳରେ ୭୭.୨, ମୟୂରଭଞ୍ଜ ଜିଲ୍ଲାର ବେତନଟୀରେ ୭୫.୦, ବାଲେଶ୍ୱର ଜିଲ୍ଲାର ଖଇରାରେ ୭୩.୦, କୋରାପୁଟ ଜିଲ୍ଲାର ପଟାଙ୍ଗିରେ ୭୩.୦, ମାଲକାନଗିରି ଜିଲ୍ଲାର ମାଲକାନଗିରିରେ ୭୧.୮, କନ୍ଧମାଳ ଜିଲ୍ଲାର ଚକାପାଦରେ ୭୦.୨, ଖୋର୍ଦ୍ଧା ଜିଲ୍ଲାର ବେଗୁନିଆରେ ୭୦.୧, ନୟାଗଡ଼ ଜିଲ୍ଲାର ଭାପୁରରେ ୭୦.୧, ଜଗତସିଂହପୁର ଜିଲ୍ଲାର ବାଲିକୁଦାରେ ୭୦.୦, ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ରେ ୬୯.୦ ଏବଂ ନବରଙ୍ଗପୁରର ଡାବୁଗାଁରେ ୬୮.୨ ମିମି ବର୍ଷା ରେକର୍ଡ଼ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ  ସରସ୍ୱତୀଙ୍କ ଦେହାନ୍ତ

ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଦେହାନ୍ତ

Read More...

ବିଧାୟକ ଓ ପୂର୍ବତନ ବିଧାୟକଙ୍କ ସ୍ୱାସ୍ଥ୍ୟବୀମା ବୃଦ୍ଧି

ବିଧାୟକ ଓ ପୂର୍ବତନ ବିଧାୟକଙ୍କ ସ୍ୱାସ୍ଥ୍ୟବୀମା ବୃଦ୍ଧି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page