ଟାର୍ଗେଟ-୨୦୨୪: କେଜରିୱାଲଙ୍କୁ ଭେଟିଲେ ନୀତିଶ

September 06, 2022, ଦେଶ, , Anupambharat News Bureau


ଟାର୍ଗେଟ-୨୦୨୪: କେଜରିୱାଲଙ୍କୁ ଭେଟିଲେ ନୀତିଶ
Anupambharat News Bureau
September 06, 2022


ନୂଆଦିଲ୍ଲୀ,୬ା୯: ଭାରତୀୟ ରାଜନୀତିରେ ପ୍ରଶାସନିକ ବ୍ୟବସ୍ଥା ସୁଦୃଢ଼ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ଦେଶରେ ସ୍ଥିର ସରକାର ଦେବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଅନ୍ୟ ପକ୍ଷରେ ଅଣବିଜେପି ଶାସିତ ରାଜ୍ୟମାନଙ୍କରେ ଅଚଳାବସ୍ତା ସୃଷ୍ଟି କରିବା ଦିଗରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ସଙ୍କୋଚ ମନେ କରିନାହାଁନ୍ତି । ତେବେ ଦେଶର ପ୍ରଧାନମନ୍ତ୍ରୀ ହେବା ପାଇଁ ବର୍ତ୍ତମାନ ଠାରୁ ଯୋଜନା ଆରମ୍ଭ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସମସ୍ତ ବିରୋଧୀ ଦଳମାନଙ୍କୁ ଏକଜୁଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରାସ୍ତ କରିବା ପାଇଁ ନୀତିଶ କୁମାର ଆରମ୍ଭ କରିଛନ୍ତି ଏକ ବଡ଼ଧରଣର ରାଜନୈତିକ ଅଭିଯାନ । ପ୍ରଥମେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ସାକ୍ଷା କରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମଧ୍ୟ ନୀତିଶ ସାକ୍ଷାତ କରିଛନ୍ତି । ଏହା ସିହତ ସିପିଆଇର ଜଣେ ବରିଷ୍ଠ ତଥା ପ୍ରବୀଣ ନେତା ଭାବେ ପରିଚିତ ସୀତାରାମ ୟେଚୁରୀଙ୍କୁ ମଧ୍ୟ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସାକ୍ଷାତ କରି ଦେଶର ପରବର୍ତ୍ତୀ ରାଜନୈତିକ ଗତିବିଧି ସମ୍ପର୍କରେ ଆଲୋଚନା କରିଛନ୍ତି । କୁହାଯାଉଛି ଆଗାମୀ ୨୦୨୪ ନିର୍ବାଚନ ପାଇଁ ଭାରତକୁ ବିଜେପିମୁକ୍ତ କରିବା ଉଦ୍ଦେଶ୍ୟରେ ନୀତିଶଙ୍କ ଏହି ଅଭିଯାନ ଆରମ୍ଭ ହୋଇଛି । ୨୦୨୪ ଲୋକସଭା ନିର୍ବାଚନରେ ଭାରତୀୟ ଜନତାପାର୍ଟି (ବିଜେପି)କୁ ସମସ୍ତ ବିରୋଧୀ ଦଳ ଏକ ହୋଇ ଲଢ଼େଇ କରିବାକୁ ଯୋଜନା ପ୍ରସ୍ତìତ କରୁଛନ୍ତି । ନୀତିଶ କୁମାର ଏହି ଅବସରରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଆଇଏନ୍‌ଏଲ୍‌ଡିର ଜଣେ ବରିଷ୍ଠ ନେତା ଓମ୍‌ ପ୍ରକାଶ ଚୌତାଲାଙ୍କୁ ତାହାଙ୍କ ଗୁରୁଗ୍ରାମ ସ୍ଥିତ ବାସଭବନରେ ଆଜି ସାକ୍ଷାତ କରିଛନ୍ତି । ଏପରିକି ସମାଜବାଦୀ ପାର୍ଟିର ନେତା ମୁଲାୟମ ସିଂ ଯାଦବଙ୍କୁ ମଧ୍ୟ ନୀତିଶ ସାକ୍ଷାତ କରିବା ପାଇଁ ଯୋଜନା ପ୍ରସ୍ତìତ କରିଛନ୍ତି ।
ବିଜେପିକୁ ୨୦୨୪ରେ ହରାଇବା ପାଇଁ ସେ ସବୁ ବିରୋଧୀ ଦଳଗୁଡ଼ିକୁ ଏକାଠି କରିବାକୁ ଚାହୁଁଛନ୍ତି ନୀତିଶ । ଏଥିପାଇଁ ସେ ଦିଲ୍ଲୀ ଆସି ଜଣଙ୍କ ପରେ ଜଣେ ବିରୋଧୀ ଦଳର ନେତାଙ୍କୁ ଭେଟିବାରେ ଲାଗିଛନ୍ତି । ଗତକାଲି କଂଗ୍ରେସ
ସାଂସଦ ରାହୁଲ ଗାନ୍ଧିଙ୍କୁ ଭେଟିଥିବା ନୀତୀଶ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଏକାଧିକ ବାମପନ୍ଥୀ ଦଳର ନେତାଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଛନ୍ତି । ନୀତୀଶ କୁମାର ଆଜି କେଜରିୱାଲଙ୍କୁ ଭେଟିବା ସମୟରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ଜେଡିୟୁ ନେତା ସଞ୍ଜୟ ଝା ଉପସ୍ଥିତ ଥିଲେ । ଏମାନେ ଦୀର୍ଘ ସମୟ ଧରି ରୁଦ୍ଧଦ୍ୱାର ବୈଠକ କରିଥିଲେ ମଧ୍ୟ ଏହାର ବିଷୟବସ୍ତୁ ସମ୍ପର୍କରେ ଜଣାପଡ଼ିନି । କି;ୁ ଆଗାମୀ ରାଜନୀତିକ ରଣନୀତି ଓ କାର୍ଯ୍ୟପନ୍ଥା ସମ୍ପର୍କରେ ସମସ୍ତେ ଆଲୋଚନା କରିଥିବା ଚର୍ଚ୍ଚା ହେଉଛି । ଆଜି ସୀତାରାମ ୟେଚୁରୀଙ୍କୁ ଭେଟିବା ପରେ ନୀତୀଶ କୁମାର କହିଛନ୍ତି ଯେ ଆମର ସମ୍ପର୍କ ବହୁଦିନର । ଯଦି ଦେଶର ସବୁ ବାମଦଳ ଏକାଠି ହୋଇଯିବେ, ତା’ହେଲେ ଏହା ବହୁତ ବଡ଼ କଥା ହେବ । ଯେଉଁମାନେ ସମ୍ବିଧାନକୁ ବିଶ୍ୱାସ କରନ୍ତି, ସେମାନଙ୍କୁ ସାଙ୍ଗରେ ନେଇ ଯିବାକୁ ପଡ଼ିବ ବୋଲି ସେ କହିଛନ୍ତି । ସୀତାରାମ ୟେଚୁରୀ ମଧ୍ୟ ଦେଶର ସବୁ ଧର୍ମନିରପେକ୍ଷ ରାଜନୀତିକ ଦଳ ଏକାଠି ହେବା ଜରୁରୀ ବୋଲି କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୁର୍ନୀତି ହଟୁ :ସବ୍‌ରେଜିଷ୍ଟ୍ରର୍‌ ଅଫିସ୍‌ରେ ସମସ୍ତ କାର୍ଯ୍ୟ ଅନ୍‌ଲାଇନ୍‌ ହେଉ

ଦୁର୍ନୀତି ହଟୁ :ସବ୍‌ରେଜିଷ୍ଟ୍ରର୍‌ ଅଫିସ୍‌ରେ ସମସ୍ତ କାର୍ଯ୍ୟ ଅନ୍‌ଲାଇନ୍‌ ହେଉ

Read More...

ପାଞ୍ଚ ଦିନ ବର୍ଷା ସମ୍ଭାବନା

ପାଞ୍ଚ ଦିନ ବର୍ଷା ସମ୍ଭାବନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page