ରାଜପଥ ନାମ ହେବ ‘କର୍ତ୍ତବ୍ୟ’ ପଥ

September 05, 2022, ଦେଶ, , Anupambharat News Bureau


ରାଜପଥ ନାମ ହେବ ‘କର୍ତ୍ତବ୍ୟ’ ପଥ
Anupambharat News Bureau
September 05, 2022


ନୂଆଦିଲ୍ଲୀ: କେନ୍ଦ୍ର ସରକାର ରାଜପଥର ନାଁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜପଥର ନାଁ ଏବେ କର୍ତ୍ତବ୍ୟ ପଥ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ରାଜପଥ ଏବଂ ସେଣ୍ଟ୍ରାଲ ଭିସ୍ତା ଲନର ନାଁ ପରିବର୍ତ୍ତନକୁ କେନ୍ଦ୍ର ସରକାର ନିଷ୍ପତ୍ତି ନିଆଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ଲାଲ କିଲାର ପ୍ରଚୀରରୁ ପରାଧୀନତାର ସବୁ ପ୍ରତୀକକୁ ହଟାଇବା ନେଇ ଅନେକ ଥର ନିଜ ବକ୍ତବ୍ୟରେ କହିଥିଲେ । ଏହାସହ ରାଜପଥ ନାଁର ପରିବର୍ତ୍ତନ କରାଯିବ ବୋଲି ଅନୁମାନ କରାଯାଉଥିଲା ।
ସୂତ୍ର ଅନୁସାରେ, ସେପେଫମ୍ବର ୭ରେ ଏନଡିଏମର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏହି ବୈଠକରେ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ମୋହର ବାଜିପାରେ । ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାଧୀନତା ଦିବସ ଭାଷଣରେ କଲୋନିୟଲ ମାନସିକତାରୁ ମୁକ୍ତି ଉପରେ ଜୋର ଦେଇଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ୨୦୪୭ ଯାଏଁ କର୍ତ୍ତବ୍ୟର ମହତ୍ୱ ଉପରେ ଜୋର ଦେଇଥିଲେ । କର୍ତ୍ତବ୍ୟପଥ ନାମକରଣ ପଛରେ ଏହି ଦୁଇ କାରଣ ଥାଇପାରେ ବୋଲି ଚର୍ଚ୍ଚା ହେଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୪୫ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର

୪୫ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର

Read More...

ବଢୁଛି ଭାରତର ବିଦେଶୀ ଋଣ:  ଗୋଟିଏ ବର୍ଷ ତୁଳନାରେ ୮.୨ ପ୍ରତିଶତ ଅଧିକ

ବଢୁଛି ଭାରତର ବିଦେଶୀ ଋଣ: ଗୋଟିଏ ବର୍ଷ ତୁଳନାରେ ୮.୨ ପ୍ରତିଶତ ଅଧିକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page