ଆଜି ସମ୍ମାନିତ ହେବେ ମୁଖ୍ୟମନ୍ତ୍ରୀ

September 03, 2022, ଓଡ଼ିଶା, , Anupambharat News Bureau


ଆଜି ସମ୍ମାନିତ ହେବେ ମୁଖ୍ୟମନ୍ତ୍ରୀ
Anupambharat News Bureau
September 03, 2022


ନୂଆଦିଲ୍ଲୀ,୩ା୯(ଅନୁପମ ମିଡ଼ିଆ): ଦୃଢ଼ ନେତୃତ୍ୱ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆସନ୍ତାକାଲି (ରବିବାର)ଜୀବନବ୍ୟାପୀ ସାଧନା ସମ୍ମାନ ବା ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯିବ । ଦିଲ୍ଲୀସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍‌ ସେଣ୍ଟର ଅଡିଟୋରିୟମ୍‌ରେ କ୍ୟାପିଟାଲ୍‌ ଫାଉଣ୍ଡସେନ୍‌ ସୋସାଇଟି ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯିବ । ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏନ.ଭି ରମନ୍ନାଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିବେ । ନବୀନଙ୍କୁ ଏହି ସମ୍ମାନ ମିଳୁଥିବାରୁ ଏହାକୁ ଉତ୍ସବ ଭାବେ ପାଳିବାକୁ ବିଜେଡି ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଯାଇଛି । ସେହିପରି ୬ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବା ପରେ ତାଙ୍କୁ ଉଚ୍ଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବାକୁ ଦଳ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।
ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଆ ଆଇନଜ୍ଞ ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପରିଚାଳିତ ‘କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି’ ପକ୍ଷରୁ ଚଳିତବର୍ଷ ବାର୍ଷିକ ପୁରସ୍କାର ପ୍ରଦାନ ସମାରୋହ ଆସନ୍ତାକାଲି ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଅଡିଟୋରିୟମରେ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀଙ୍କୁ ଏହି ସଂସ୍ଥା ସମ୍ବର୍ଦ୍ଧନା ଦେବାବେଳେ ତାଙ୍କୁ ଉତ୍ସାହିତ କରିବା ନିମନ୍ତେ ବିଜେଡି ପକ୍ଷରୁ ପ୍ରାୟ ୩୦୦ରୁ ଅଧିକ ଛାତ୍ର,ଯୁବ ଓ ମହିଳା କର୍ମକର୍ତ୍ତାଙ୍କୁ ଦିଲ୍ଲୀ ନିଆଯାଇଛି । ଏହି ଆୱାର୍ଡ ମିଳିବା ପରେ ଦିଲ୍ଲୀ ଓ ଏନସିଆରରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ଏକଜୁଟ କରି ନବୀନଙ୍କୁ ସମ୍ବର୍ଦ୍ଧିତ କରିବା ନିମନ୍ତେ ବିଜେଡି ପକ୍ଷରୁ ନୂଆଦିଲ୍ଲୀସ୍ଥିତ ଓଡ଼ିଶା ଭବନରେ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ପ୍ରବାସୀ ଓଡ଼ିଆଙ୍କୁ ଓଡ଼ିଶା ଭବନକୁ ଯିବାଆସିବା ନିମନ୍ତେ ଗାଡ଼ିର ବ୍ୟବସ୍ଥା ମଧ୍ୟ ବିଜେଡିର ‘ ଓଡ଼ିଶା ମୋ ପରିବାର’ ପକ୍ଷରୁ ହୋଇଥିବା ନେଇ ସୂଚନା ମିଳିଛି । ଏହାବ୍ୟତୀତ ନବୀନ ଦିଲ୍ଲୀରୁ ଫେରିବା ପରେ ୬ତାରିଖରେ ତାଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ମଧ୍ୟ ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା ଦେବା ନିମନ୍ତେ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ ହୋଇଥିବା ଜଣାପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିରୋଧୀଙ୍କୁ ଏକଜୁଟ କରୁଛନ୍ତି ନିତୀଶ

ବିରୋଧୀଙ୍କୁ ଏକଜୁଟ କରୁଛନ୍ତି ନିତୀଶ

Read More...

ବାତ୍ୟା ସମ୍ଭାବନା ନାହିଁ

ବାତ୍ୟା ସମ୍ଭାବନା ନାହିଁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page