୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

September 03, 2022, ଓଡ଼ିଶା, , Anupambharat News Bureau


୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
Anupambharat News Bureau
September 03, 2022


ଭୁବନେଶ୍ୱର, ୩ା୯(ଅନୁପମ ମିଡ଼ିଆ): ମୌସୁମୀ ନିମ୍ନ-ଚାପ ରେଖାର ପଶ୍ଚିମ ଭାଗ ଆଜି ହିମାଳୟର ପାଦଦେଶରେ ଅବସ୍ଥାନ କରିଛି । ଏଥିସହ ପୂର୍ବ ଭାଗ ଉତ୍ତରପ୍ରଦେଶର ଗୋରଖପୁରରୁ ବାହାରି ମୁଜାଫରପୁର, ଜଲପାଈଗୁଡ଼ିରୁ ପୂର୍ବ ଦିଗରେ ଉତ୍ତର-ବଙ୍ଗଳାଦେଶ ଏବଂ ଆସାମ ଦେଇ ନାଗାଲାଣ୍ଡ ଯାଏଁ ବ୍ୟାପିଛି । ଅପରପକ୍ଷରେ ଆହୁରି ୨ଦିନ ପର୍ଯ୍ୟନ୍ତ ଦୁର୍ବଳ ମୌସୁମୀର ପ୍ରଭାବ ରହିବ । ଏଥିଯୋଗୁଁ ଗୁଳୁଗୁଳି ଲାଗି ରହିବ । ତେବେ ୫ତାରିଖରୁ ବର୍ଷାର ବିସ୍ତୃତିବଢିବ ଏବଂ ୬ରୁ ବର୍ଷାର ପରିମାଣ ବଢିବ ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୦ ଟି ଜିଲ୍ଲାରେ ଘଡଘଡି ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକ ହେଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ , ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ, ସମ୍ବଲପୁର, ଅନୁଗୁଳ, ଝାରସୁଗୁଡା, ଦେବଗଡ, ସୁନ୍ଦରଗଡ, କେନ୍ଦୁଝର ଓ ମୟୂରଭଞ୍ଜ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାତ୍ୟା ସମ୍ଭାବନା ନାହିଁ

ବାତ୍ୟା ସମ୍ଭାବନା ନାହିଁ

Read More...

 ସ୍ଲରି ପାଇପ ଲାଇନକୁ ବିରୋଧ  :କ୍ୟାମ୍ପ ପୋଡି  ଓ ଭଙ୍ଗାରୁଜା

ସ୍ଲରି ପାଇପ ଲାଇନକୁ ବିରୋଧ :କ୍ୟାମ୍ପ ପୋଡି ଓ ଭଙ୍ଗାରୁଜା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page