ନୌସେନାରେ ‘ଆଇଏନ୍‌ଏସ୍‌ ବିକ୍ରାନ୍ତ’

September 02, 2022, ଦେଶ, , Anupambharat News Bureau


ନୌସେନାରେ ‘ଆଇଏନ୍‌ଏସ୍‌ ବିକ୍ରାନ୍ତ’
Anupambharat News Bureau
September 02, 2022


ନୂଆଦିଲ୍ଲୀ : ଭାରତୀୟ ନୌସେନାର ଶକ୍ତିକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ପକ୍ଷରୁ ଏକ ବଡ଼ଧରରଣର ସ୍ଥାୟୀ ପଦକ୍ଷେପ ଗ୍ରହଣ କରାଯାଇଛି । ନୌସେନାରେ ସାମିଲ ହେବାକୁ ଯାଉଛି ସ୍ୱଦେଶୀ କୌଶଳରେ ନିର୍ମିତ ଏୟାର୍‌କ୍ରାଫଫ କ୍ୟାରିୟର ଆଇଏନ୍‌ଏସ୍‌ ବିକ୍ରାନ୍ତ’ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିଶାଳ ଏୟାରକ୍ରାଫଫ କ୍ୟାରିୟରକୁ ଶୁଭାରମ୍ଭ କରିଛନ୍ତି । ଯାହା ଦ୍ୱାରା ସମୁଦ୍ରରେ ଭାରତର ଶକ୍ତି ବୃଦ୍ଧି ଘଟିଛି । ସବୁଠାରୁ ବିଶେଷ ପ୍ରସଙ୍ଗ ହେଉଛି ଯେ, ଏହି ବିକ୍ରାନ୍ତର କିଛି ବୈଶିଷ୍ଠ୍ୟ ରହିଛି ଯାହା ଅନ୍ୟ ଏୟାରକ୍ରାଫଫ ଠାରୁ ଅଧିକ ଅତ୍ୟାଧୁନିକ ହୋଇପାରିଛି । ଏହା ସ୍ୱଦେଶ ଜ୍ଞାନକୌଶଳରେ ନିର୍ମିତ ହୋଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ନୌସେନା ମୁଖ୍ୟ ମଧ୍ୟ ସାମିଲ ଥିଲେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସରକାର ନୌସେନା ପାଇଁ ବଜେଟ୍‌ ବୃଦ୍ଧି କରିଛନ୍ତି । ଅନେକ ନୂଆ ନୂଆ ଯୋଜନା ହାତକୁ ନିଆଯାଇଛି । ବିକ୍ରାନ୍ତ ସମୁଦ୍ରରେ ଭାରତର ଶକ୍ତି ବୃଦ୍ଧି କରିବ । ସୁରକ୍ଷା ପାଇଁ ନିୟୋଜିତ ହେବ । ଏହା ଭାରତର ସଫଳତାର ଏକ ପରିଚୟ ହେବ । ଏହା ଦେଶର ସାମର୍ଥ୍ୟର ପ୍ରତୀକ ଅଟେ । ଏହାସହ ସେ ନୌସେନାର ନୂଆ ଧ୍ୱଜ ମଧ୍ୟ ଅନାବରଣ କରିଛନ୍ତି । ଯାହା ଛତ୍ରପତି ଶିବାଜୀଙ୍କ ଦ୍ୱାରା ପ୍ରେରିତ । ଏହି ଏୟାରକ୍ରାଫଫ କ୍ୟାରିୟରକୁ ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଭାରତୀୟ ଶକ୍ତି ବୃଦ୍ଧି କରିବ । ଏହାକୁ ତିଆରି କରିବା ଲାଗି ୨୦ ହଜାର କୋଟି ଟଙ୍କା ବ୍ୟୟହୋଇଛି । ଆତ୍ମ ନିର୍ଭର ଭାରତର ଏହା ପ୍ରକୃଷ୍ଟ ଉଦାହରଣ ହୋଇଛି । ୧୯୭୧ରେ ଭାରତର ପ୍ରଥମ ଏୟାରକ୍ରାଫଫ କ୍ୟାରିୟର ଅନୁସାରେ ଏହି ସ୍ୱଦେଶୀ ଏୟାରକ୍ରାଫଫ କ୍ୟାରିୟରକୁ ନାମିତ କରାଯାଇଛି । ଆଇଏନ ବିକ୍ରାନ୍ତ ସାମିଲ ହେଲା ପରେ ଭାରତୀୟ ନୌସେନାର ବଳ ଦୁଇଗୁଣା ବଢିଯାଇଛି । ଆଇଏନଏସ ବିକ୍ରାନ୍ତର ଲମ୍ବ ହେଉଛି ୨୬୨ ମିଟର ଏବଂ ୧୮ ମହଲା ଉଚ୍ଚତା ବିଶିଷ୍ଟ । ଚଉଡା ପାଖାପାଖି ୬୨ ମିଟର ହେଇଥିବାବେଳେ ଏହାର ଉଚ୍ଚତା ହେଉଛି ୫୦ ମିଟର । ୨୪ ହଜାର କିଲୋୱାଟର ପାୱାର ମଧ୍ୟ ରହିଛି । ସମୁଦ୍ରରେ ଯେକୌଣସି ଶତ୍ରୁକୁ ନାଶ କରିବାର ଶକ୍ତି ରଖିଛି ଏହି ଯୁଦ୍ଧପୋତ । ଭାରତୀୟ ନୌସେନା ପାଇଁ ଏକ ବଡ ବଳ କହିଲେ ଭୁଲ ହେବନାହିଁ । ଏହା ଭିତରେ ୨୪୦୦ କମ୍ପାଟମେଣ୍ଟ, ୧୬୦୦ କ୍ରିଉ, ୧୬ ବେଡ୍‌ ହସ୍ପିଟାଲ ରହିଛି । ୨୦୦୯ ମସିହାରୁ ନିର୍ମାଣ ହେଇଥିବା ଏହି ଏୟାରକ୍ରାଫଫ କ୍ୟାରିଅରର ୭୬ ପ୍ରତିଶତ ଉପକରଣ ସ୍ୱଦେଶୀ ଅଟେ । ଯାହା ଶତ୍ରୁକୁ ସବୁ କ୍ଷେତ୍ରରେ ଚେକ୍‌ ଦେବାକୁ ସକ୍ଷମ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ସ୍ଲରି ପାଇପ ଲାଇନକୁ ବିରୋଧ  :କ୍ୟାମ୍ପ ପୋଡି  ଓ ଭଙ୍ଗାରୁଜା

ସ୍ଲରି ପାଇପ ଲାଇନକୁ ବିରୋଧ :କ୍ୟାମ୍ପ ପୋଡି ଓ ଭଙ୍ଗାରୁଜା

Read More...

ନଦୀଜଳ ନିୟନ୍ତ୍ରଣ: ବ୍ୟାରେଜ୍‌ ନିର୍ମାଣ ହେଉ

ନଦୀଜଳ ନିୟନ୍ତ୍ରଣ: ବ୍ୟାରେଜ୍‌ ନିର୍ମାଣ ହେଉ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page