ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

May 27, 2019, ଓଡ଼ିଶା, , Anupambharat News Bureau


ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ
Anupambharat News Bureau
May 27, 2019

ଭଦ୍ରକ, ୨୬ା୫ (ଅନୁପମ ମିଡିଆ): ବିବାହ ସମୟ ପୁର୍ବରୁ ପ୍ରେମ ସଂପର୍କ ବଢି ବଢି ଚାଲିଥିଲା । ହାଇସ୍କୁଲରେ ପାଠ ପଢିବା ସମୟ ଠାରୁ ଉଢିଉଠିଥିବା ସଂପର୍କ ମଜବୁତ ହେବାରେ ଲାଗିଥିଲା । ଯୁବକ ଜଣକ ଇଣ୍ଡିଆନ ରିଜର୍ଭ ବାଟାଲିୟନରେ ଚାକିରୀ କରିବା ପରେ ଘଟଣା ସଂପର୍କରେ ଉଭୟ ପରିବାର ଜାଣିବାକୁ ପାଇଥିଲେ । ଭଦ୍ରକ କଲେଜରେ ଝିଅ ପାଠ ପଢୁଥିବା ବେଳେ ଯୁବକ ଜଣକ ଛୁଟିରେ ଆସି ପୁରି ବୁଲିବାକୁ ନେଇଯାଇଥିଲା । ଏମିତିବି ଉଭୟଙ୍କ ପରିବାରର ସ୍ୱୀକୃତି ମିଳିସାରିଥିଲା । ନାଟକୀୟ ଢଙ୍ଗରେ ଆସିଥିଲା ମୋଡ । ଝିଅର ବିବାହ କରିବା ପାଇଁ ବୟସ ହେବାକୁ ଅପେକ୍ଷା କରିବା ପାଇଁ ପୁଅ ଘର ଜିଦ ଧରିଥିଲେ । ହେଲେ ଝିଅ ପରିବାର ଆଉ ଅପେକ୍ଷା କରିହେବ ନାହିଁ ବୋଲି ଦାବୀ କରିଆସୁଥିଲେ । ଯାହାକୁ ନେଇ ମାମଲା ଆସିଥିଲା ଥାନାକୁ । ଥାନାରେ ନାବାଳିକା ଜଣକ ପହଂଚି ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ପୋଲିସ ଅଭିଯୁକ୍ତକୁ ଅଟକ ରଖିଥିଲା । ମାତ୍ର ପରିସ୍ରା କରିବା ବାହାନରେ ଥାନାରୁ ଚଂପଟ ମାରିଥିବା ବେଳେ ପୋଲିସ ରୋକଠୋକ ଏହା ଏକ ଗୁଜବ ବୋଲି କହିଛି । ଗତକାଲି ଗଗନ ଘରକୁ ଆସିଥିବା ଖବରପାଇ ପୋଲିସ ଯୁବକକୁ ଧରିବା ପାଇଁ ତୁଳମତୁଳାରେ ପହଂଚିଥିଲା । ମାତ୍ର ଯୁବକକୁ ଧରିବାରେ ସକ୍ଷମ ହୋଇନଥିଲା । ଖୁବଶିଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନାଧିକାରୀ ଉମାଶଙ୍କର ନାୟକ ପ୍ରକାଶ କରିଛନ୍ତି । ଯାହାକୁ ନେଇ ସମଗ୍ର ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ଏଠାରେ ସୂଚନାଦିଆଯାଇପାରେ , ଜିଲ୍ଲାର ବାସୁଦେବପୁର ଥାନା ଅଧିନ ଅରଣ୍ଡୁଆ ପଂଚାୟତ ତୁଳମତୁଳା ଗ୍ରାମର କୃଷ୍ନଚନ୍ଦ ପାଣିଗ୍ରାହୀଙ୍କ ପୁଅ ଗଗନ ,ଗୈାରାଙ୍ଗ ପଣ୍ଡାଙ୍କ ନାବାଳିକା ଝିଅକୁ ଦିର୍ଘବର୍ଷ ତଳେ ଭଲପାଉଥିଲେ । ୨୦୧୭ ଫେବୃୟାରୀ ମାସ ଭଦ୍ରକ କଲେଜରେ ପାଠ ପଢୁଥିବା ସମୟରେ ଉଭୟ ପୁରୀ ବୁଲିବାକୁ ଯାଇଥିଲେ ବୋଲି ନାବାଳିକା ଜଣକ ପୋଲିସ ଆଗରେ ପ୍ରକାଶ କରିଛି । ଅପରପକ୍ଷରେ ଗଗନ କୋରାଫୁଟ ଇଣ୍ଡିଆୟ ରିର୍ଜଭ ବାଟାଲିୟନରେ କନେଷ୍ଟବଳ ଭାବରେ କାର୍ଯ୍ୟରତ ବୋଲି ଜଣାଯାଇଛି । ବାସୁଦେବପୁର ଥାନା କେଶ ନଂ ୧୮୪/୧୯ ବଳରେ ମାମଲା ଋଜୁ କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହାନଦୀରେ ଗାଧୋଇବାକୁ ଯାଇ ବିବିଏ ଛାତ୍ର ନିଖୋଜ

ମହାନଦୀରେ ଗାଧୋଇବାକୁ ଯାଇ ବିବିଏ ଛାତ୍ର ନିଖୋଜ

Read More...

ନାବାଳିକା ବିବାହ ରୋକିବାକୁ ଯାଇ ଚାଇଲï ଲାଇନ୍‌ ଓ ପୋଲିସ ହଟହଟା

ନାବାଳିକା ବିବାହ ରୋକିବାକୁ ଯାଇ ଚାଇଲï ଲାଇନ୍‌ ଓ ପୋଲିସ ହଟହଟା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page