୩,୮୮୪ କୋଟିର ଜିଏସଟି ସଂଗ୍ରହ

September 01, 2022, ଓଡ଼ିଶା, , Anupambharat News Bureau


୩,୮୮୪ କୋଟିର ଜିଏସଟି ସଂଗ୍ରହ
Anupambharat News Bureau
September 01, 2022


ନୂଆଦିଲ୍ଲୀ, ୦୧ା୯ (ଅନୁପମ ମିଡିଆ): ୨୦୨୨ ଅଗଷ୍ଟ ମାସରେ ୧ ଲକ୍ଷ ୪୩ ହଜାର ୬୧୨ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗୃହିତ ହୋଇଛି । ଏଥିମଧ୍ୟରେ ସିଜିଏସଟି ପରିମାଣ ୨୪ ହଜାର ୭୧୦ କୋଟି ଟଙ୍କା ଥିବା ବେଳେ ଏସଜିଏସଟି ପରିମାଣ ୩୦ ହଜାର ୯୫୧ କୋଟି ଟଙ୍କା ରହିଛି । ସେହିପରି ଚଳିତ ବର୍ଷ ଅଗଷ୍ଟ ମାସରେ ୭୭ ହଜାର ୭୮୨ କୋଟି ଟଙ୍କାର ଆଇଜିଏସଟି (ବସ୍ତୁ ଆମଦାନୀ ଉପରେ ୪୨ ହଜାର ୬୭ କୋଟି ଟଙ୍କାର ରାଜସ୍ୱ ସମେତ) ଏବଂ ୧୦ ହଜାର ୧୬୮ କୋଟି ଟଙ୍କାର ସେସ୍‌ (ବସ୍ତୁ ଆମଦାନୀ ଉପରେ ୧,୦୧୮ କୋଟି ଟଙ୍କାର ରାଜସ୍ୱ ସମେତ) ଆଦାୟ ହୋଇଛି ।
ଓଡ଼ିଶାରେ ଅଗଷ୍ଟ ୨୦୨୧ ତୁଳନାରେ ଅଗଷ୍ଟ ୨୦୨୨ରେ ୧୭% ଅଧିକ ଜିଏସଟି ରାଜସ୍ୱ ସଂଗୃହିତ ହୋଇଛି । ଗତ ବର୍ଷ ଅଗଷ୍ଟ ମାସରେ ୩ହଜାର ୩୧୭ କୋଟି ଟଙ୍କାର ଜିଏସଟି ସଂଗୃହିତ ହୋଇଥିବା ବେଳେ ଅଗଷ୍ଟ ୨୦୨୨ରେ ୩ ହଜାର ୮୮୪ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ କରାଯାଇଛି ।
ଅନ୍ୟପକ୍ଷରେ କେନ୍ଦ୍ର ସରକାର ଆଇଜିଏସଟିରୁ ସିଜିଏସଟି ବାବଦରେ ୨୯ ହଜାର ୫୨୪ କୋଟି ଟଙ୍କା ଏବଂ ଏସଜିଏସଟି ବାବଦରେ ୨୫ ହଜାର ୧୧୯ କୋଟି ଟଙ୍କା ପରିଶୋଧ କରିଛନ୍ତି । ନିୟମିତ ପରିଶୋଧ ପରେ ଅଗଷ୍ଟ ୨୦୨୨ରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମୋଟ ରାଜସ୍ୱ ସିଜିଏସଟି ବାବଦକୁ ୫୩ ହଜାର ୨୩୪ କୋଟି ଟଙ୍କା ଏବଂ ଏସଜିଏସଟି ବାବଦକୁ ୫୬ ହଜାର ୭୦ କୋଟି ଟଙ୍କା ରହିଥିବା ଜଣାଯାଇଛି ।
ସେହିପରି ଦେଶରେ ଗତ ବର୍ଷ ଅର୍ଥାତ୍‌ ୨୦୨୧ ଅଗଷ୍ଟ ମାସରେ ମୋଟ୍‌ ୧ ଲକ୍ଷ ୧୨ ହଜାର ୨୦ କୋଟି ଟଙ୍କାର ଜିଏସଟି ରାଜସ୍ୱ ଆଦାୟ ହୋଇଥିଲା । ଏହା ତୁଳନାରେ ଚଳିତ ବର୍ଷ ଅର୍ଥାତ ୨୦୨୨ ଅଗଷ୍ଟ ମାସରେ ୨୮% ଅଧିକ ଜିଏସଟି ସଂଗୃହିତ ହୋଇଛି । ସେହିପରି ଗତ ବର୍ଷ ତୁଳନାରେ ୨୦୨୨ ଅଗଷ୍ଟ ମାସରେ ବସ୍ତୁ ଆମଦାନୀରୁ ସଂଗୃହିତ ରାଜସ୍ୱ ୫୭% ଅଧିକ ଥିବା ବେଳେ ଘରୋଇ କାରବାର (ସେବା ଆମଦାନୀ ସମେତ)ରୁ ସଂଗୃହିତ ରାଜସ୍ୱ ୧୯% ଅଧିକ ରହିଛି । ଅଗଷ୍ଟ ମାସକୁ ମିଶାଇ ଗତ ୬ ମାସ ଧରି ଲଗାତାର ଜିଏସଟି
ରାଜସ୍ୱ ସଂଗ୍ରହ ୧.୪ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ, ଗତବର୍ଷର ସମାନ ଅବଧି ତୁଳନାରେ, ଜିଏସଟି ରାଜସ୍ୱ ସଂଗ୍ରହ ୩୩% ଅଭିବୃଦ୍ଧି ଦେଖାଦେଇଛି, ଯାହାକି କ୍ରମାଗତ ଭାବେ ରାଜସ୍ୱ ସଂଗ୍ରହରେ ଦେଖାଦେଇଥିବା ବୃଦ୍ଧିକୁ ପ୍ରଦର୍ଶିତ କରୁଛି । ଉମ ଅନୁପାଳନ ସୁନିଶ୍ଚିତ କରିବା ଲାଗି ଜିଏସଟି ପରିଷଦ ବିଗତ ଦିନଗୁଡ଼ିକରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି, ଯାହାର ସ୍ପଷ୍ଟ ପ୍ରଭାବ ରାଜସ୍ୱ ସଂଗ୍ରହ କ୍ଷେତ୍ରରେ ଦେଖିବାକୁ ମିମଳିଛି । ଉନ୍ନତ ରିପୋର୍ଟିଂ ସହିତ ଆର୍ଥିକ ସୁଧାରର ସକାରାତ୍ମକ ପ୍ରଭାବ ଲଗାତାର ଭାବେ ଜିଏସଟି ରାଜସ୍ୱ ସଂଗ୍ରହ ଉପରେ ପଡ଼ୁଛି । ଜୁଲାଇ ୨୦୨୨ ମାସରେ, ୭.୬ କୋଟି ଇ-େୱ ବିଲ୍‌? ପ୍ରସ୍ତୁତ କରାଯାଇଥିଲା, ଯାହାକି ଜୁନ ୨୦୨୨ରେ ପ୍ରସ୍ତୁତ ଇ-େୱ ବିଲ ସଂଖ୍ୟା ୭.୪ କୋଟିରୁ ଅଧିକ । ସେହିପରି ଜୁଲାଇ ୨୦୨୧ରେ ପ୍ରସ୍ତୁତ ୬.୪ କୋଟି ଇ-େୱ ବିଲ ଠାରୁ ୧୯% ଅଧିକ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୬ରୁ ଲଘୁଚାପ ସମ୍ଭାବନା

୬ରୁ ଲଘୁଚାପ ସମ୍ଭାବନା

Read More...

 ଆକାଉଣ୍ଟକୁ ଗଲା କାଳିଆ ଟଙ୍କା:   ‘ଚାଷୀ ଆମର ଗର୍ବ ଓ ଗୌରବ’

ଆକାଉଣ୍ଟକୁ ଗଲା କାଳିଆ ଟଙ୍କା: ‘ଚାଷୀ ଆମର ଗର୍ବ ଓ ଗୌରବ’

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page