ବିଜେପିକୁ ପୁଣି ନିଜର "ୟୁଜ ଆଣ୍ଡ ଥ୍ରୋ' ବୟାନରେ ବାଣ ମାରିଲେ ଗଡକରୀ

August 30, 2022, ଦେଶ, , Anupambharat News Bureau


ବିଜେପିକୁ ପୁଣି ନିଜର
Anupambharat News Bureau
August 30, 2022


ନୂଆଦିଲ୍‌ê: କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ନୀତୀନ ଗଡ଼କରୀ ପୁଣି ଚର୍ଚ୍ଚାରେ। ନିଜର ତୁଣ୍ଡ ପାଇଁ କିଛି ମାସ ହେଲା ଚର୍ଚ୍ଚାରେ ରହୁଥିବା ଗଡ଼କରୀ ଏବେ ପୁଣି ଗୋଟିଏ ବଡ଼ ବୟାନ ଦେଇଛନ୍ତି। ଗଡ଼କରୀଙ୍କ ବୟାନ କ୍ଷମତାସୀନ ବିଜେପି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରୁଥିଲେ ମଧ୍ୟ ସେ ଲଗାମ ଲଗାଇବା ମୁଡରେ ନଥିବା ଭଳି ଅନୁମେୟ ହୋଇଛି।
ଖାସ ଏହି କାରଣ ପାଇଁ ବିଜେପିର ସଂସଦୀୟ ବୋର୍ଡରୁ ଗଡ଼କରୀଙ୍କୁ ବାଦ ଦିଆଯାଇଥିଲା। ଆରଏସଏସ ମଧ୍ୟ ଗଡ଼କରୀଙ୍କୁ ତୁଣ୍ଡରେ ଲଗାମ ଲଗାଇବାକୁ କହିଥିଲା। କାର୍ଯ୍ୟାନୁଷ୍ଠାନର ଚେତାବନୀ ମଧ୍ୟ ଦିଆଯାଇଥିଲା। ହେଲେ ଏବେ ସେ ପୁଣି ପରୋକ୍ଷରେ ବିଜେପିକୁ ନିଜର ୟୁଜ ଆଣ୍ଡ ଥ୍ରୋ ବୟାନ ମଧ୍ୟରେ ବାଣ ମାରିଥିବା କୁହାଯାଉଛି। ଗଡ଼କରୀ କାହା ନାଁ ନେଇ ନଥିବା ବେଳେ ସମ୍ପର୍କ ସ୍ଥାପନ ବେଳେ ୟୁଜ ଆଣ୍ଡ ଥ୍ରୋ ନୀତି ନ ଆପଣାଇବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ତାଙ୍କର ଏହି ବୟାନ ବିଜେପି ପାଇଁ ରହିଥିଲା ବୋଲି କିଛି ରାଜନୀତିକ ବିଶେଷଜ୍ଞମାନେ କହିଛନ୍ତି। ବିଜେପି ତାଙ୍କୁ ସଂସଦୀୟ ବୋର୍ଡରୁ ବାହାର କରି ଦେଇଥିବାରୁ ଗଡ଼କରୀ ଏପରି ବୟାନ ଦେଇଥିବା କୁହାଯାଉଛି।ଶନିବାର ୟଙ୍ଗ ପ୍ରେସିଡେଣ୍ଟସ ସଂଗଠନର ସାଉଥ ଏସିଆ ଚାପଟରରେ ଗଡ଼କରୀ ଯୋଗ ଦେଇଥିଲେ। ଏଠାରେ ଉପସ୍ଥିତ ଉଦ୍ୟୋଗୀମାନଙ୍କୁ ଗଡ଼କରୀ କହିଛନ୍ତି, “ ଯୁଦ୍ଧରେ ହାରିଗଲେ ଜଣେ ବ୍ୟକ୍ତି ଶେଷ ହୋଇଯାଏ ନାହିଁ। କିନ୍ତୁ ଅସ୍ତ୍ର ତ୍ୟାଗ କଲେ ଶେଷ ହୋଇଯାଏ। ଆମକୁ ସବୁବେଳେ ସକାରାତ୍ମ ଓ ଆତ୍ମ ବିଶ୍ୱାସ ରଖିବାକୁ ପଡ଼ିବ। ହେଲେ କେବେ ହେଲେ ଅହଂକାରୀ ହେବା କଥା ନୁହେଁ।ଯେକୌଣସି ବ୍ୟବସାୟ, ସାମାଜିକ କାମ କିମ୍ବା ରାଜନୀତିରେ ଲୋକଙ୍କ ମଧ୍ୟରେ ଥିବା ମାନବ ସମ୍ପର୍କ ହିଁ ସବୁଠାରୁ ବଡ଼ ଶକ୍ତି। ତେଣୁ କେହି ବି ୟୁଜ ଆଣ୍ଡ ଥ୍ରୋ ନୀତି ଆପଣାଇବା କଥା ନୁହେଁ। ଆପଣମାନଙ୍କର ଭଲ ଦିନ ହେଉ କି ଖରାପ ଦିନ, ଯଦି ଆପଣ ଥରେ ଜଣେ ବନ୍ଧୁକ ହାତ ଧରିଛନ୍ତି ତା’ହେଲେ କେବେ ହେଲେ ଏହାକୁ ଛାଡ଼ିବା କଥା ନୁହେଁ। ସ୍ଥିତି ଅନୁସାରେ ଉଦୟ ସୂର୍ଯ୍ୟକୁ ପୂଜା କରିବା କଥା ଠିକ ନୁହେଁ।”
ଗଡ଼କରୀଙ୍କ ଏହି ବୟାନର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ଆହୁରି କହିଛନ୍ତି, “ଏକାକୀ ସଫଳ ହେବା କିମ୍ବା ଖୁସି ରହିବାର ମୂଲ୍ୟ କିଛି ବି ନାହିଁ। କିନ୍ତୁ ଗୋଟିଏ ଟିମ୍‌ ହୋଇ ସଫଳ ହୋଇପାରିଲେ, ଏହାର ଅର୍ଥ ବହୁତ କିଛି। କାରଣ ମିଳିତ ଭାବେ ସଫଳତା ପାଇଲେ ଆପଣଙ୍କ ସହ କାମ କରୁଥିବା ସମସ୍ତ ପାହ୍ୟାର କର୍ମଚାରୀମାନେ ବହୁତ ଖୁସି ହୁଅନ୍ତି। ମିଳିତ ସଫଳତା ହିଁ ପ୍ରକୃତ ଖୁସି ଦେଇଥାଏ।” କାର୍ଯ୍ୟକ୍ରମରେ ଗଡ଼କରୀ ନିଜର ପୁରୁଣା ଦିନର ସ୍ମୃତି କଥା ମନେ ପକାଇଛନ୍ତି। ବିଶେଷ କରି ତାଙ୍କ ବନ୍ଧୁ ତଥା ପୂର୍ବତନ କଂଗ୍ରେସ ନେତା ଶ୍ରୀକାନ୍ତ ଜିଚକର ତାଙ୍କୁ ଦେଇଥିବା ପ୍ରସ୍ତାବ ସମ୍ପର୍କରେ ଗଡ଼କରୀ ସ୍ମିତହାସ୍ୟ ଦେଇ ସମସ୍ତଙ୍କୁ ଅବଗତ କରାଇଛନ୍ତି। ଗଡ଼କରୀ ଛାତ୍ର ନେତା ଥିବା ବେଳେ ତାଙ୍କୁ କଂଗ୍ରେସରେ ଯୋଗଦେବାକୁ ପ୍ରସ୍ତାବ ଆସିଥିଲେ। ଏହାର ଉତ୍ତରରେ ସେ କହିଥିଲେ ଯେ କଂଗ୍ରେସରେ ସାମିଲ ହେବା ଅପେକ୍ଷା ମୁଁ କୂଅକୁ ଡେଇଁ ପଡ଼ିବାକୁ ବେଶୀ ପସନ୍ଦ କରିବି।



ସେ କହିଛନ୍ତି, “ ମୋ ବନ୍ଧୁ ଶ୍ରୀକାନ୍ତ ସେତେବେଳେ କଂଗ୍ରେସରେ ଥିଲେ। ସେ ମୋତେ କହିଥିଲେ ଯେ ମୁଁ ଜଣେ ଭଲ ଲୋକ। କିନ୍ତୁ ଭୁଲ ପାର୍ଟିରେ ଅଛି। ମୋର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସେ ମୋତେ କଂଗ୍ରେସରେ ଯୋଗ ଦେବାକୁ କହିଥିଲେ। ହେଲେ ମୁଁ ଶ୍ରୀକାନ୍ତଙ୍କୁ କହିଥିଲି ଯେ ମୁଁ ପଛେ କୂଅକୁ ଡେଇଁ ପଡ଼ିବ ଓ ବୁଡ଼ି ଯିବି, ହେଲେ କଂଗ୍ରେସରେ କେବେ ହେଲେ ସାମିଲ ହେବିନି। କାରଣ ମୁଁ କଂଗ୍ରେସ ଦଳର ବିଚାରଧାରାକୁ ପସନ୍ଦ କରେନାହିଁ।” ତାଙ୍କ ଦଳ ବିଜେପି ଯେତେବେଳେ ନିୟମିତ ନିର୍ବାଚନ ହାରୁଥିଲା ସେତେବେଳେ ଏମିତି ପ୍ରସ୍ତାବ ମିଳଥିଲା ବୋଲି ଗଡ଼କରୀ କହିଛନ୍ତି।
ଦୁଇ ସପ୍ତାହ ତଳେ ଗଡ଼କରୀଙ୍କୁ ବିଜେପିର ସଂସଦୀୟ ବୋର୍ଡରୁ ବିଦା କରାଯାଇଥିଲା। ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କମିଟି ଗଠନ କରାଯାଇଥିବା ବେଳେ ଗଡ଼କରୀ ଏଥିରେ ସ୍ଥାନ ପାଇ ନଥିଲେ। ଗଡ଼କରୀ ବିଜେପିର ସଭାପତି ଭାବେ ପୂର୍ବରୁ କାର୍ଯ୍ୟ କରି ସାରିଛନ୍ତି। ସବୁବେଳେ ସେ ଦଳର ସଂସଦୀୟ ବୋର୍ଡର ସଦସ୍ୟ ଭାବେ ରହି ଆସୁଥିଲେ। କିନ୍ତୁ ତାଙ୍କୁ ଏଥର ଏହି ବୋର୍ଡରୁ ବିଦା କରାଯିବା ସମସ୍ତଙ୍କୁ ଚକିତ କରିଛି।ଏହି କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଗଡ଼କରୀ ନାଗପୁରର ଗୋଟିଏ କାର୍ଯ୍ୟକ୍ରମରେ କହିଥିଲେ, ଏବେ ରାଜନୀତି କେବଳ କ୍ଷମତା ପାଇଁ କରାଯାଉଛି। ତେଣୁ ସେ ବେଳେବେଳେ ରାଜନୀତି ଛାଡ଼ିବାକୁ ଭାବୁଛନ୍ତି। ଏହାବାଦ ଅଟଳ ବିହାରୀ ବାଜପେୟୀ, ଏଲକେ ଆଡଭାନୀ ଓ ଦୀନ ଦୟାଲ ଉପାଧ୍ୟାୟଙ୍କ ପାଇଁ ଆଜି ବିଜେପିର କ୍ଷମତା ବୃଦ୍ଧି ପାଇଥିବା ମଧ୍ୟ ଗଡ଼କରୀ କହିବାକୁ ପଛାଇ ନଥିଲେ।
ଆଉ ଏକ କାର୍ଯ୍ୟକ୍ରମରେ ସେ କହିଥିଲେ ଯେ “ଆପଣମାନେ ଚମତ୍କାର କରିପାରିବେ, ଏଥିପାଇଁ ଦକ୍ଷତା ଅଛି। ମୋ ମତାମତ ହେଉଛି ଭାରତୀୟ ଭତ୍ତିଭୂମିର ଭବଷ୍ୟତ ବେଶ ଉଜ୍ଜ୍ୱଳ। ଆମକୁ ଭଲ ଟେକ୍ନୋଲଜି, ଭଲ ଚିନ୍ତାଧାରା, ଭଲ ଗବେଷଣାକୁ ଗ୍ରହଣ କରିବାକୁ ପଡ଼ିବ। ସେହିପରି ଏଗୁଡ଼ିକ ଉପରେ ସଫଳତାର ସହ ବିଶ୍ୱ ଓ ଦେଶରେ ଅଭ୍ୟାସ କରିବାକୁ ହେବ। ଗୁଣବତ୍ତାରେ ବୁଝାମଣା ନ କରି ଆମକୁ ଦାମ ହ୍ରାସ କରାଯାଇ ପାରୁଥିବା ବିକଳ୍ପ ଜନିଷ ବାହାର କରିବାକୁ ହେବ।
ନିର୍ମାଣ କାମରେ ସମୟ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସମୟ ହେଉଛି ସବୁଠାରୁ ବଡ଼ ପୁଞ୍ଜି। କିନ୍ତୁ ସବୁଠାରୁ ବଡ଼ ସମସ୍ୟା ହେଲା ସରକାର ଠିକ ସମୟରେ ନିଷ୍ପତ୍ତି ନେଇ ପାରୁ ନାହାନ୍ତି। ଟେକ୍ନୋଲଜି ଓ ସମ୍ବଳ ଠାରୁ ସମୟ ହିଁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ।”





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗୌତମ ଅଦାନୀ ହେଲେ ବିଶ୍ୱର ତୃତୀୟ ଧନି ବ୍ୟକ୍ତି

ଗୌତମ ଅଦାନୀ ହେଲେ ବିଶ୍ୱର ତୃତୀୟ ଧନି ବ୍ୟକ୍ତି

Read More...

 ୧୯ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

୧୯ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page