କେନ୍ଦ୍ରକୁ ନବୀନଙ୍କ ଚିଠି : ଆବଶ୍ୟକ ପରିମାଣର ସାର ଯୋଗାଅ

August 26, 2022, ଓଡ଼ିଶା, , Anupambharat News Bureau


କେନ୍ଦ୍ରକୁ ନବୀନଙ୍କ ଚିଠି : ଆବଶ୍ୟକ ପରିମାଣର ସାର ଯୋଗାଅ
Anupambharat News Bureau
August 26, 2022


ଭୁବନେଶ୍ୱର, ୨୬ା୮(ଅନୁପମ ମିଡ଼ିଆ):­ ରାଜ୍ୟକୁ ଆବଶ୍ୟକ ପରିମାଣର ସାର ଯୋଗାଇଦେବାକୁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ଚିଠି ଲେଖିଛନ୍ତି । ଚାଷୀଙ୍କ ବୃହତର ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ପାଇଁ ମାସିକ ଆବଶ୍ୟକ ପରିମାଣର ସାର ପଠାଇବାକୁ ମୁଖ୍ୟମନ୍ତ୍ରୀ ଚିଠିରେ ଅନୁରୋଧ କରିଛନ୍ତି । ଏହାସହ ପୂର୍ବ ମାସ ଗୁଡିକର ବାକିଆ ସାର ମଧ୍ୟ ପଠାଇବାକୁ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।
ନବୀନ ଚିଠିରେ ଦର୍ଶାଇଛନ୍ତି, ଓଡ଼ିଶାକୁ ଚାହିଦା ଅନୁସାରେ ଏମଓପି ଏବଂ ଡିଏପି ସାର ମିଳିନି । ଜୁଲାଇ ଶେଷ ସୁଦ୍ଧା ରାଜ୍ୟକୁ ୪୭ ହଜାର ମେଟ୍ରିକ ଟନ ଡିଏପି ଏବଂ ୧ ହଜାର ମେଟ୍ରିକ ଟନ ଏମଓପି ସାର କମ୍‌ ମିଳିଛି । ରାଜ୍ୟରେ ଏବେ ଖରିଫ ଚାଲିଥିଲା ବେଳେ ଏ ସାରର ଚାହିଦା ଆକାଶଛୁଆଁ ରହିଛି । ଗତବର୍ଷ ରାଜ୍ୟକ୍ଷହ ବାତ୍ୟା ପାଇଁ ଚାଷୀକୁଳ ବହୁ କ୍ଷତି ସହିଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଏଥର ଭଲ ଫସଲ ପାଇଁ ପାଣିପାଗ ଅନୁକୂଳ ଅଛି । ତେଣୁ ଅଗଷ୍ଟ ଓ ସେପଟେମ୍ବରରେ ଏମଓପି ଏବଂ ଡିଏପି ସାର ଅଧିକ ଦରକାର ହେବ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ନବୀନ ଚିଠିରେ ଅନୁରୋଧ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜାତୀୟ ଦଳଗୁଡ଼ିକୁ ମିଳିଛି ୧୫ ହଜାର କୋଟିରୁ ଊର୍ଦ୍ଧ୍ୱ

ଜାତୀୟ ଦଳଗୁଡ଼ିକୁ ମିଳିଛି ୧୫ ହଜାର କୋଟିରୁ ଊର୍ଦ୍ଧ୍ୱ

Read More...

ଆଜି ଏଏସ୍‌ଓ ପରୀକ୍ଷା

ଆଜି ଏଏସ୍‌ଓ ପରୀକ୍ଷା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page