ମହିଳା ମାଳିକୁ ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ବଳାତ୍କାର

May 26, 2019, ଓଡ଼ିଶା, , Anupambharat News Bureau


ମହିଳା ମାଳିକୁ ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ବଳାତ୍କାର
Anupambharat News Bureau
May 26, 2019

ଗଞ୍ଜାମ,୨୫ା୫(ଅନୁପମ ମିଡ଼ିଆ): ଗ୍ରାସୀମ ଇଣ୍ଡଷ୍ଟି୍ରଜ୍‌ର ମୁଖ୍ୟ ସୁରକ୍ଷା ଅଧିକାରୀ ସଞ୍ଜୟ କୁମାର ଦାଶଙ୍କ ନାମରେ ବଳାତ୍କାର ଉଦ୍ୟମ ଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି । ଏନେଇ ପୀଡ଼ିତା ଥାନାରେ ଅଭିଯୋଗ କରିବା ପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । କଇଁଚପୁର ପଞ୍ଚାୟତର କଲ୍ୟାଣପୁରର ଜୈନିକା ମହିଳା ଗ୍ରାସୀମ ଇଣ୍ଡଷ୍ଟି୍ରଜ୍‌ରେ ମାଳି କାର୍ଯ୍ୟ କରି ଆସୁଛନ୍ତି । ଗତ ଗୁରୁବାର କମ୍ପାନୀର କଲୋନୀ ପରିସରରେ କାର୍ଯ୍ୟରତ ସମୟରେ ଅନ୍ୟ ଜଣେ ମହିଳା ଠିକା ଶ୍ରମିକ ଏସ୍‌. କାନ୍ତାମା ରେzୀ ମୁଖ୍ୟ ସୁରକ୍ଷା ଅଧିକାରୀ ଡାକୁଛନ୍ତି ବୋଲି କହିବା ସହ ତା’ପାଖକୁ ନେଇଥିଲା । ସେଠାରେ ଅଧିକାରୀ ସଞ୍ଜୟ ତାଙ୍କର କ୍ୱାର୍ଟର୍ସକୁ ଆସ କଥା ହେବା କହି ଚାଲି ଯାଇଥିଲେ । ପରବର୍ତ୍ତୀ ସମୟରେ ମହିଳା ଜଣକ ସଞ୍ଜୟଙ୍କ କ୍ୱାର୍ଟର୍ସକୁ । ଯାଇଥିଲେ । ଏହାପରେ ସଞ୍ଜୟ ମହିଳାଙ୍କୁ ଜୋର୍‌ଜବରଧସ୍ତ ଉଲଗ୍ନ କରିବା ସହ ନିଜେ ଉଲଗ୍ନ ହୋଇ ତାଙ୍କ ସମ୍ବେଦନଶୀଳ ଅଙ୍ଗରେ ହାତ ମାରିଥିଲେ । ଯାହାକୁ ନେଇ ମହିଳା ଶ୍ରମିକ ଜୋର୍‌ରେ ପାଟି କରିବାରୁ ସଞ୍ଜୟ ତାଙ୍କତୁ ଛାଡ଼ି ଦେଇଥିଲେ । ଏହାପରେ ମହିଳା ଶ୍ରମିକ ବାରିପଟ ଦ୍ୱାର ଦେଇ ଚାଲି ଆସିଥିଲେ । ଯାହାକୁ ନେଇ ଭୟଭୀତ ହୋଇଯାଇଥିା ସୁରକ୍ଷା ଅଧିକାରୀ ଉକ୍ତ ମହିଳାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇବା ସହ ଧମକଚମକ ଦେଇଥିଲେ କାହାକୁ ନ କହିବା ପାଇଁ । ପରେ ଏନେଇ ସେ ତାଙ୍କ ସ୍ୱାମୀଙ୍କୁ କହିବା ପରେ ଗତକାଲି ଗଞ୍ଜାମ ଥାନାରେ ସୁରକ୍ଷା ଅଧିକାରୀଙ୍କ ନାମରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ଆଜି ପୋଲିସ ତଦନ୍ତ କରିଥିଲା । ଅଭିଯୋଗରେ ସତ୍ୟତା ଥିବା ଜଣାପଡ଼ିବା ପରେ ପୋଲିସ ତଦନ୍ତକୁ ବ୍ୟାପକ କରିଛି ।
ଏନେଇ ଗଞ୍ଜାମ ଆଇଆଇସି ସୁଦାମ ମଲ୍ଲିକ କହିଛନ୍ତି ଅଭିଯୁକ୍ତ ସୁରକ୍ଷା ଅଧିକାରୀ ଫେରାର ରହିଛନ୍ତି । ତାଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି । ଏନେଇ କାଇଁଚପୁର ପଞ୍ଚାୟତରେ ଖବର ପ୍ରଚାରିତ ହେବା ମାତ୍ରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । କମ୍ପାନୀକୁ ସୁରକ୍ଷା ଅଧିକାରୀ ସଞ୍ଜୟ ଦାଶ ଆସିଥିବା ଖବର କୌଣସି ସୂତ୍ରରୁ ପାଇ ଗ୍ରାମବାସୀ ସନ୍ଧ୍ୟା ୮ଘଣ୍ଟା ସମୟରେ କମ୍ପାନୀର ପ୍ରଶାସନିକ ଭବନ ସମ୍ମୁଖରେ ବିକ୍ଷୋଭ କରିବା ସହ ଘେରାଉ କରିଥିଲେ । ଏପରିକି ଅନ୍ୟ ଦୁଇଟି ପ୍ରବେଶ ଦ୍ୱାରରେ ଲୋକେ ଜଗି ରହିଥିବା ଦେଖାଯାଇଛି । ଖବରପାଇ ଗଞ୍ଜାମ ଆଇଆଇସି ସୁଦାମ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ଖବର ଲେଖା ବେଳକୁ ଉତ୍ତେଜନା ଲାଗି ରହିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୁଇ ଦଶନ୍ଧି ହେଲା ବିଜେଡି ପଛରେ ଗଞ୍ଜାମବାସୀ, ବିକାଶମୂଳକ ଯୋଜନା କି ରୋଜଗାର ନାହିଁ

ଦୁଇ ଦଶନ୍ଧି ହେଲା ବିଜେଡି ପଛରେ ଗଞ୍ଜାମବାସୀ, ବିକାଶମୂଳକ ଯୋଜନା କି ରୋଜଗାର ନାହିଁ

Read More...

ପ୍ରେମିକା ଘରେ ପ୍ରେମିକକୁ ପିଟି ପିଟି ହତ୍ୟା

ପ୍ରେମିକା ଘରେ ପ୍ରେମିକକୁ ପିଟି ପିଟି ହତ୍ୟା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page