ଭୂସ୍‌ଖଳନ ନେଲା ୨୨ ଜୀବନ

August 20, 2022, ଦେଶ, , Anupambharat News Bureau


ଭୂସ୍‌ଖଳନ ନେଲା ୨୨ ଜୀବନ
Anupambharat News Bureau
August 20, 2022


ଶିମଲା,୨୦ା୮: ଗତ କିଛିଦିନ ଧରି ପ୍ରବଳ ବର୍ଷାର ପୂର୍ବାନୁମାନ ଯୋଗୁଁ ଲୋକମାନଙ୍କ ମଧ୍ୟରେ ଆଶଙ୍କାର ବାତାବରଣ ଜାରି ରହିଥିବା ବେଳେ ବିଭିନ୍ନ ଅଞ୍ଚଳରେ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହୋଇଛି । କେଉଁ ଅଞ୍ଚଳରେ ବାଦଲ ଫଟା ଜନିତ ପ୍ରବଳ ବର୍ଷା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଥିବା ବେଳେ ଅନ୍ୟକେତକ ଅଞ୍ଚଳରେ ଭୂÕଳନ ଯୋଗୁଁ ମାତି ଅତଡ଼ା ଖସି ଧନ ଜୀବନ କ୍ଷତି ଘଟିବା ଭଳି ସ୍ଥିତି ଦେଖା ଯାଇଛି ।
ହିମାଚଳ ପ୍ରଦେଶରେ ଗତ ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ପ୍ରବଳ ବର୍ଷା ଜାରି ରହିଛି । ଘଟଣାରେ ଆଜି ସନ୍ଧ୍ୟା ସୁଦ୍ଧା ଅତିକମ୍‌ରେ ୨୨ ଜଣ ଲୋକଙ୍କ ମୃତୁ୍ୟ ଘଟିଥିବା ବେଳେ ୧୦ରୁ ଊର୍ଦ୍ଧ୍ୱ ନିଖୋଜ ରହିଥିବା ଜଣାଯାଇଛି । ଏହା ମଧ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଘଟଣା ଘଟିଯାଇଛି ଯେ, ଗୋଟିଏ ପରିବାରର ୮ ଜଣ ସଦସ୍ୟ ଏକା ସମୟରେ ଭୂÕଳନ ଯୋଗୁଁ ଘଟିଥିବା ବିପର୍ଯ୍ୟୟରେ ପ୍ରାଣ ହରାଇଛନ୍ତି । ରାତିସୁìଦ୍ଧା ଉଦ୍ଧାର କାର୍ଯ୍ୟ ବହୁ କଷ୍ଟରେ ଜାରି ରହିଥିବା ହିମାଚଳ ପ୍ରଦେଶ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗ ନିର୍ଦ୍ଦେଶକ ସୁଦେଶ କୁମାର ମୋଖତା ପ୍ରକାଶ କରିଛନ୍ତି । ହିମାଚଳ ପ୍ରଦେଶରେ ମାଣ୍ଡି, କାଙ୍ଗରା ଏବଂ ଚମ୍ବା ଜିଲ୍ଲାରେ ସର୍ବାଧିକ କ୍ଷୟକ୍ଷତି ଘଟିଯାଇଛି । ପ୍ରାୟ ୩୬ଟି ଅଞ୍ଚଳରେ ଭୟଙ୍କର ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି । କେଉଁଠାରେ ଯୋଗାଯୋଗ ବିଚ୍ଛିନ୍ନ ତ ଆେଉ କେଉଁଠାରେ କୋଠାମାନ ଭୁଶୁଡି ପଡିଥିବା ଦେଖାଦେଇଛି ।
ମନାଲି-ଚଣ୍ଡିଗଡ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ୭୭୩ ସଡ଼କ ପଥ ଅବରୋଧ ହୋଇପଡିଛି । ଯୋଗାଯୋଗ ବିଭିନ୍ନ ଅଞ୍ଚଳରେ ବିଚ୍ଛିନ୍ନ ହୋଇପଡିଥିବା ବେଳେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇଛି । କେବଳ ମଣ୍ଡିରେ ୧୩ ଜଣ ବ୍ୟକ୍ତିଙ୍କ ମୃତୁ୍ୟ ଘଟିଥିବା ବେଳେ ୫ ଜଣ ନିଖୋଜ ହୋଇଛନ୍ତି ବୋଲି ଡେପୁଟି କମିଶନର ଅରିନ୍ଦମ ଚୌଧୁରୀ ପ୍ରକାଶ କରିଛନ୍ତି । ସନ୍ଧ୍ୟା ବେଳେ ମଧ୍ୟ ଦୀର୍ଘ ୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ ଜାରି ରହିଛି ବୋଲି ଜାତୀୟ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବଳ (ଏନ୍‌ଡିଆରଏଫ୍‌) ପକ୍ଷରୁ କୁହାଯାଇଛି । ଗୋହାର ବ୍ଲକ୍‌ର କାଶାନ ଗ୍ରାମରେ ଏକ ଭୂତଳ କୋଠା ଭୂଶୁଡ଼ି ପଡିଥିବା ମଧ୍ୟ ପୋଲିସ କହିଛି । ବିଦୁ୍ୟତ ଓ ଜଳଯୋଗାଣ ବାଧାପ୍ରାପ୍ତ ହୋଇଥିବା ଯୋଗୁଁ ରାଜ୍ୟର ବହୁ ଅଞ୍ଚଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇପଡିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସୁବର୍ଣ୍ଣରେଖାରେ ବନ୍ୟା

ସୁବର୍ଣ୍ଣରେଖାରେ ବନ୍ୟା

Read More...

ଉପରାଷ୍ଟ୍ରପତିଙ୍କୁ ଭେଟିଲେ ବିଜେଡି ସାଂସଦ

ଉପରାଷ୍ଟ୍ରପତିଙ୍କୁ ଭେଟିଲେ ବିଜେଡି ସାଂସଦ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page