ଆଗାମୀ ତିନି ଦିନ ବନ୍ୟା ସ୍ଥିତି

August 18, 2022, ଓଡ଼ିଶା, , Anupambharat News Bureau


 ଆଗାମୀ ତିନି ଦିନ ବନ୍ୟା ସ୍ଥିତି
Anupambharat News Bureau
August 18, 2022


­ ରାଜ୍ୟରେ ଆଗାମୀ ତିନି ଦିନ ଯାଏ ବନ୍ୟା ସ୍ଥିତି ରହିବ ବୋଲି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର । ବର୍ତ୍ତମାନ ହୀରାକୁଦ ଗେଟ୍‌ ଆଉ ଖୋଲିବା କି ବନ୍ଦ ନେଇ ନିଷ୍ପତ୍ତିି ହୋଇନି ।
ସ୍ଥିତି ଦେଖିଲା ପରେ ଗେଟ୍‌ ବନ୍ଦ କି ଖୋଲାହେବ ସେ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଆଗାମୀ ୨୪ ଘଣ୍ଟା ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ । ମୁଣ୍ଡୁଳିରେ ଜଳସ୍ତର କମିଥିବାବେଳେ ହୀରାକୁଦରୁ ଛଡାଯାଇଥିବା ପାଣି ଖଇରମାଳରେ ପହଞ୍ଚିଛି । ଆସନ୍ତାକାଲି ସକାଳେ ଏହା ମୁଣ୍ଡୁଳିରେ ପହଁଞ୍ଚିବ । ହୀରାକୁଦ ଡ୍ୟାମରୁ ଛଡା ଯାଇଥିବା ବନ୍ୟାଜଳ ମୁଣ୍ଡୁଳି ଅତିକ୍ରମ କଲାବେଳକୁ ୧୦ ଲକ୍ଷ କୁ୍ୟସେକ ହେବ । ଗତକାଲି ମୁଣ୍ଡୁଳିରେ ୧୨ ଲକ୍ଷ କୁ୍ୟସେକ ଜଳ ପ୍ରବାହିତ ହେଉଥିବାବେଳେ ଆଜି ସକାଳ ୯ଟା ବେଳକୁ ୧୧ ଲକ୍ଷ ୭୭ ହଜାର କୁ୍ୟସେକ ଜଳ ପ୍ରବାହିତ ହେଉଛି । ସେହିପରି ଖଇରମାଳରେ ୯ ଲକ୍ଷ ୮୪ ହଜାର କୁ୍ୟସେକ , ବରମୂଳରେ ୮ ଲକ୍ଷ ୭୮ ହଜାର ୨୫୦ କ୍ୟୁସେକ ପାଣି ପ୍ରବାହିତ ହେଉଛି । ଆସନ୍ତାକାଲି ୧୦ ଲକ୍ଷରୁ କମ ପାଣି ପ୍ରବାହିତ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ବର୍ତ୍ତମାନ ହୀରାକୁଦରେ ୬ ଲକ୍ଷ ୨୪ ହଜାର ୨୫୪ କ୍ୟୁସେକ ପାଣି ପ୍ରବେଶ କରୁଥିବାବେଳେ ୬ ଲକ୍ଷ ୮୧ ହଜାର ୪୩୧ କୁ୍ୟସେକ ପାଣି ୪୦ଟି ଗେଟ ଦେଇ ବାହାରୁଛି । ସେ କହିଛନ୍ତି ଯେ ବର୍ତ୍ତମାନ ୪୦ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ୫୦ଟି ଘଳିଆ ମରାମତି କରାଯାଇଛି । ୫ଟି ଘାଇ ହେଇଛି । ବର୍ତ୍ତମାନ ପାଣି ସ୍ରୋତ ଅଧିକ ଥିବାରୁ ଘାଇ ମରାମତି ଏବେ ହୋଇପାରୁନି । ପାଣି କମିଲେ ଘାଇ ମରାମତି ହେବ ବୋଲି ସେ ସୂଚନା ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୪.୬୭ ଲକ୍ଷ ଲୋକ ପ୍ରଭାବିତ

୪.୬୭ ଲକ୍ଷ ଲୋକ ପ୍ରଭାବିତ

Read More...

ଦିଲ୍ଲୀ ପୋଲିସରେ ହାଜର ହେବେ ଅଭିନେତ୍ରୀ ବର୍ଷା

ଦିଲ୍ଲୀ ପୋଲିସରେ ହାଜର ହେବେ ଅଭିନେତ୍ରୀ ବର୍ଷା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page