ଲଗାଣ ବର୍ଷା ଆଣିଲା ବନ୍ୟା ସ୍ଥିତି : ଆସନ୍ତା ୪୮ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ:ଏସ୍‌ଆରସି

August 16, 2022, ଓଡ଼ିଶା, , Anupambharat News Bureau


ଲଗାଣ ବର୍ଷା ଆଣିଲା ବନ୍ୟା ସ୍ଥିତି :  ଆସନ୍ତା ୪୮ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ:ଏସ୍‌ଆରସି
Anupambharat News Bureau
August 16, 2022


ଭୁବନେଶ୍ୱର, ୧୬ା୮(ଅନୁପମ ମିଡ଼ିଆ): ଆଜି ସନ୍ଧ୍ୟାରେ ମୁଣ୍ଡଳିରେ ସର୍ବାଧିକ ବନ୍ୟାଜଳ ପ୍ରବାହିତ ହେବ । ତେଣୁ ନଦୀ ବନ୍ଧକୁ ଜଗିବା ଜରୁରୀ । ଗତକାଲି ରାତି ୯ଟାରୁ ୧୨ଟା ଭିତରେ ଖଇରମାଳରେ ସର୍ବାଧିକ ୧୨.୦୬ ଲକ୍ଷ କୁ୍ୟସେକ୍‌ ପାଣି ପାସ୍‌ କରିଛି । କାଲି ଖଇରମାଳ ପାସ୍‌ କରିଥିବା ପାଣି ଆଜି ସନ୍ଧ୍ୟାରେ ମୁଣ୍ଡଳିରେ ପହଞ୍ଚିବ । ଆଜି ସନ୍ଧ୍ୟାରେ ମୁଣ୍ଡଳିରେ ସର୍ବାଧିକ ସାଢ଼େ ୧୧ ଲକ୍ଷ କୁ୍ୟସେକ୍‌ ପାଣି ପାସ୍‌ କରିପାରେ । ତେଣୁ ଆଗାମୀ ୪୮ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସଆରସି) ପ୍ରଦୀପ ଜେନା ।
ସେ କହିଛନ୍ତି ଗତ କିଛି ଦିନ ଧରି ଲଗାତାର ବର୍ଷା ହେତୁ ମହାନଦୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ମହାନଦୀ ଅବବାହିକାରେ ଥିବା ୧୦ଟି ଜିଲ୍ଲାର କେତେକ ତଳିଆ ଅଞ୍ଚଳ ବନ୍ୟା ଦ୍ୱାରା ପ୍ରଭାବିତ ହୋଇପାରେ । ଏହି ୧୦ଟି ଜିଲ୍ଲାର ଜିଲ୍ଲା ପ୍ରଶାସନ ସତର୍କ ରହିବା ସହ ସମସ୍ତ ସତର୍କତା ଅବଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗତକାଲି ହୀରାକୁଦର ୮ଟି ଗେଟ୍‌ ବନ୍ଦ କରାଯାଇଛି ଏବଂ ବର୍ତ୍ତମାନ ୨୬ଟି ଗେଟ୍‌ ଖୋଲା ରହିଛି । କୌଣସି ଅବଶ୍ୟକ ନ ହେଲେ, ଆଗାମୀ ୩ ଦିନ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଜାରି ରହିବ । ଏହାଦ୍ୱାରା ହୀରାକୁଦର ତଳ ମୁଣ୍ଡରେ ବନ୍ୟା ପରିସ୍ଥିତିର ପ୍ରଭାବ ସାମାନ୍ୟ କମିଛି । ୭ଟି ଜିଲ୍ଲାରେ ୯ଟି ଓଡ୍ରାଫ, ୬ଟି ଜିଲ୍ଲାରେ ୯ଟି ଏନଡିଆରଏଫ ଟିମ୍‌, ୪୪ଟି ଅଗ୍ନିଶମ ସେବା ୟୁନିଟ୍‌କୁ ସଜାଗ ରଖାଯାଇଛି । ଅନ୍ୟପକ୍ଷେ ରାଜ୍ୟ ସ୍ତରରୁ ସରକାରୀ ବିଭାଗଗୁଡ଼ିକ ତୁରନ୍ତ ସହାୟତା ପ୍ରଦାନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ପ୍ଳାବିତ ଅଞ୍ଚଳରୁ ତୁରନ୍ତ ଲୋକମାନଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ପ୍ରାଥମିକତା ଦେଇ ସ୍ଥାନାନ୍ତର କରାଯିବା ଏବଂ ଆବଶ୍ୟକ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି ।
ସବୁ ଜିଲ୍ଲା ପ୍ରଶାସନକୁ ହାଇ ଆଲର୍ଟରେ ରଖାଯାଇଛି । ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଆବଶ୍ୟକ ହେଲେ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ସେଥିପାଇଁ ପଞ୍ଚାୟତରାଜ ଅନୁଷ୍ଠାନ ଗୁଡିକର ସହାୟତା ନେବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ।
ଆଗାମୀ ୪୮ ଘଣ୍ଟା ପାଇଁ ମହତ୍ୱପୂର୍ଣ୍ଣ । ଦୁଇଦିନ ପରେ ବନ୍ୟାଜଳ କ୍ରମଶଃ କମିବାକୁ ଲାଗିବ । ନଦୀ ଓ କେନାଲ ବନ୍ଧର ସୁରକ୍ଷା ନିମନ୍ତେ କ୍ଷେତ୍ରୀୟ ସ୍ତରରେ ଜଗାରଖା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ପ୍ରଭାବିତ ଅଂଚଳରେ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ପାଇଁ ଜିଲ୍ଲାପାଳମାନେ ପରିସ୍ଥିତି ଅନୁଧ୍ୟାନ କରି ନିଷ୍ପତ୍ତି ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜାତୀୟ ରାଜପଥରେ ପୋଲ ଭୁଶୁଡ଼ିଲା

ଜାତୀୟ ରାଜପଥରେ ପୋଲ ଭୁଶୁଡ଼ିଲା

Read More...

୧୯ରେ ପୁଣି ଲଘୁଚାପ

୧୯ରେ ପୁଣି ଲଘୁଚାପ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page