ବିପଦ ସଙ୍କେତ ଉପରେ ବୈତରଣୀ

August 13, 2022, ଓଡ଼ିଶା, , Anupambharat News Bureau


ବିପଦ ସଙ୍କେତ ଉପରେ ବୈତରଣୀ
Anupambharat News Bureau
August 13, 2022


ବୈତରଣୀ ଶନିବାର ଆଖୁଆପଦାଠାରେ ବିପଦସଙ୍କେତ ସ୍ତର ଅତିକ୍ରମ କରିଛି । ସନ୍ଧ୍ୟା ୬ଟା ସୁଦ୍ଧା ନଦୀର ଜଳସ୍ତର ବିପଦସଙ୍କେତ ସ୍ତର ୧୭.୮୩ ମିଟରକୁ ଅତିକ୍ରମ କରି ୧୮.୦୩ ମିଟରରେ ପ୍ରବାହିତ ହେଉଛି ଓ ଜଳସ୍ତର ଘଣ୍ଟାପ୍ରତି ୧ ମିମି ବେଗରେ ବୃଦ୍ଧି ପାଉଥିବା ଜଣାଯାଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ନଦୀର ଉପରମୁଣ୍ଡ ଚମ୍ପୁଆରେ ୧୦.୨୦, କେଉଁଝରରେ ୨୯.୬୦, ସ୍ୱାମୀପାଟଣାରେ ୨୭.୨୦ , ଠାକୁରମୁଣ୍ଡାରେ ୨୭.୦୦, ଆନନ୍ଦପୁରରେ ୧.୦ ଓ ଆଖୁଆପଦାରେ ୧୪.୦୦ ମିମି ବର୍ଷା ରେକର୍ଡ କରାଯାଇଛି । ନଦୀର ଜଳସ୍ତର ଆଖୁଆପଦାରେ ୧୮.୨୦ମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଜଳସେଚନ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ତେବେ ଆନନ୍ଦପୁରଠାରେ ନଦୀର ଜଳସ୍ତର ହ ୍ରାସ ପାଉଥିବାରୁ ଶନିବାର ମଧ୍ୟରାତ୍ର ସୁଦ୍ଧା ଆଖୁଆପଦାରେ ଜଳସ୍ତର ସ୍ଥିର ହୋଇ ହ ୍ରାସ ପାଇପାରେ ବୋଲି ବିଭାଗ ଅନୁମାନ ଲଗାଇଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଆଖୁଆପଦା, ବାଲିପୋଖରୀ ଏସକେପ ଘାଇ ପରିଦର୍ଶନ କରିଛନ୍ତି । ବନ୍ୟା ପରିସ୍ଥିତି ସମ୍ପର୍କରେ ଆଖୁଆପଦା ଜଳସେଚନ ସହକାରୀ ନିର୍ବାହୀ ଯନ୍ତ୍ରୀ ଶଙ୍କର୍ଷଣ ବେହେରା, କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ଦାସଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଥିବା ଜଣାଯାଇଛି । ବନ୍ୟା ପରିସ୍ଥିତି ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱତନ୍ତ୍ର ଭାବେ ନିୟୋଜିତ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଧନେଶ୍ୱର ସାମଲ ଶନିବାର ରାତ୍ରରେ ଆଖୁଆପଦା ଆସୁଥିବା ଜଣାଯାଇଛି । ବ୍ଲକ ପ୍ରଶାସନ ପକ୍ଷରୁ ମଣିନାଥପୁର, ଜଳହରୀ ଓ ବନ୍ଦାଳୋ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ କରି ରଖାଯାଇଛି । ତହସିଲ ପକ୍ଷରୁ ମଧ୍ୟ ନଦୀକୂଳ ରାଜସ୍ୱ ନିରୀକ୍ଷକଙ୍କୁ ସଜାଗ ରଖାଯାଇଛି । କ୍ରମାଗତ ଭାବେ ବର୍ଷା ଲାଗି ରହିଥିବାରୁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇ ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାମସା କ୍ଷେତ୍ରରେ ତାମ୍ପରା, ହୀରାକୁଦ ଜଳଭଣ୍ଡାର ଓ ଅଂଶୁପା

ରାମସା କ୍ଷେତ୍ରରେ ତାମ୍ପରା, ହୀରାକୁଦ ଜଳଭଣ୍ଡାର ଓ ଅଂଶୁପା

Read More...

ଅବପାତର ରୂପ ନେଉଛି ଲଘୁଚାପ

ଅବପାତର ରୂପ ନେଉଛି ଲଘୁଚାପ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page