ସ୍ୱରାଷ୍ଟ୍ର ମନ୍ତ୍ରୀ ପଦକ ପାଇବେ ଓଡ଼ିିଶାର ଚାରି ପୋଲିସ୍‌ ଅଧିକାରୀ

August 12, 2022, ଓଡ଼ିଶା, , Anupambharat News Bureau


 ସ୍ୱରାଷ୍ଟ୍ର ମନ୍ତ୍ରୀ ପଦକ ପାଇବେ ଓଡ଼ିିଶାର ଚାରି ପୋଲିସ୍‌ ଅଧିକାରୀ
Anupambharat News Bureau
August 12, 2022


ନୂଆଦିଲ୍ଲୀ, ୧୨ା ଉତ୍କର୍ଷତା ପାଇଁ ସମ୍ମାନିତ ହେବେ ଓଡିଶାର ଚାରି ପୋଲିସ୍‌ ଅଧିକାରୀ । ମେଡାଲ୍‌ ପାଇବାକୁ ଥିବା ଓଡ଼ିଶାର ଚାରି ପୋଲିସ୍‌ ଅଧିକାରୀଙ୍କ ମଧ୍ୟରେ ଜଣେ ଡିଏସ୍‌ପି ଏବଂ ତିନି ଜଣ ଇନ୍ସପେକଫର ଅଛନ୍ତି । ସେମାନେ ହେଲେ- ଡିଏସ୍‌ପି ସୁମିତ୍ରା ଜେନା, ଇନ୍ସପେକଫର ଆଶିଷ ଜେନା, ଇନ୍ସପେକଫର ଅନସୂୟା ନାୟକ ଓ ରମେଶ ପ୍ରଧାନ । ଅନୁସନ୍ଧାନରେ ଉକିର୍ଷ ନିମନ୍ତେ-୨୦୨୨ ବର୍ଷ ପାଇଁ ଓଡିଶାରୁ ୪ ଜଣଙ୍କ ସମେତ ମୋଟ ୧୫୧ଜଣ ପୋଲିସ କର୍ମଚାରୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପଦକ ପ୍ରଦାନ କରାଯାଇଛି । ଅପରାଧ ଅନୁସନ୍ଧାନରେ ପେଶାଗତ ଉକିର୍ଷ ପ୍ରତିପାଦନ ପାଇଁ ୨୦୧୮ ମସିହାରେ ଏହି ପଦକ ସୃଷ୍ଟି କରାଯାଇଥିଲା ।
ପଦକ ପାଇଥିବା କର୍ମଚାରୀଙ୍କ ମଧ୍ୟରେ ୧୫ଜଣ କେନ୍ଦ୍ରୀୟ ତଦନ୍ତ ବୁ୍ୟରୋ (ସିବିଆଇ)ର ହୋଇଥିବାବେଳେ ମହାରାଷ୍ଟ୍ର ପୋଲିସରୁ ୧୧ ଜଣ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ପୋଲିସରୁ ୧୦ଜଣ ଲେଖାଏଁ, କେରଳ, ରାଜସ୍ଥାନ ଓ ପଶ୍ଚିମବଙ୍ଗ ପୋଲିସରୁ ଆଠଜଣ ଲେଖାଏଁ ଓ ଅନ୍ୟମାନେ ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଓ ସଂଗଠନରୁ ଅଟନ୍ତି । ସେମାନଙ୍କ ମଧ୍ୟରେ ୨୮ଜଣ ମହିଳା ପୋଲିସ ଅଧିକାରୀ ଅଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଲେଖକ ରସିଦଙ୍କୁ ଛୁରା ମାଡ଼

ଲେଖକ ରସିଦଙ୍କୁ ଛୁରା ମାଡ଼

Read More...

JEE ମେନ୍ ରେଜଲ୍ଟ ପ୍ରକାଶିତ, ୨୭ ନମ୍ବର ସ୍ଥାନରେ ଓଡିଶାର ସ୍ଥିତି

JEE ମେନ୍ ରେଜଲ୍ଟ ପ୍ରକାଶିତ, ୨୭ ନମ୍ବର ସ୍ଥାନରେ ଓଡିଶାର ସ୍ଥିତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page