ଲଗାଣବର୍ଷାରେ ବ୍ରହ୍ମପୁର ବେହାଲ୍‌

August 09, 2022, ଓଡ଼ିଶା, , Anupambharat News Bureau


ଲଗାଣବର୍ଷାରେ ବ୍ରହ୍ମପୁର ବେହାଲ୍‌
Anupambharat News Bureau
August 09, 2022


ବ୍ରହ୍ମପୁର,୮ା୮(ଅନୁପମ ମିଡ଼ିଆ): ଲଗାଣ ବର୍ଷା ଫଳରେ ବ୍ରହ୍ମପୁର ମହାନଗର ତଥା ଆଖପାଖ ଅଞ୍ଚଳ ବେହାଲ୍‌ ହୋଇ ପଡିଥିବା ଦେଖିବାକୁ ମିଳିଛି । ଗତକାଲି ଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବା ଏବଂ ବାରମ୍ବାର ବର୍ଷା ହୋଇ ମହାନଗର ବିଚ୍‌ ରାସ୍ତା ତଥା ବିଭିନ୍ନ ତଳିଆ ଅଞ୍ଚଳରେ ବର୍ଷା ପାଣି ଜମି ରହିଥିବା ଏବଂ ବହୁ ଡ୍ରେନ୍‌ ବି ଜାମ୍‌ ହୋଇ ଯାଇଥିବାରୁ ଉକ୍ତ ଡ୍ରେନ୍‌ ପାଣି ବର୍ଷାଜଳ ରାସ୍ତାରେ ଚାଲୁଥିବା ଦେଖିବାକୁ ମିଳିଛି । ଏପରି ବର୍ଷା ପାଣି ଜମି ରହିବା ଯୋଗୁଁ ବହୁ ସାହି ବାସିନ୍ଦା ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ବିଶେଷ କରି ଗାନ୍ଧୀନଗର, ଅଶୋକ ନଗର, ନୀଳାଞ୍ଚଳ ନଗର, ପୁରୁଣା ବ୍ରହ୍ମପୁର ସମେତ ବହୁ ମୁଖ୍ୟରାସ୍ତାରେ ମଧ୍ୟ ବର୍ଷା ପାଣି ଜମି ରହୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତେଣୁ ଏହାର ସ୍ଥାୟୀ ସମାଧାନ କରିବା ସାଧାରଣରେ ଦାବି ହୋଇଛି । ସୂଚନାଯୋଗ୍ୟ ଯେ, ମହାନଗର ନିଗମ ତରଫରୁ ବର୍ଷାଜଳ ନିଷ୍କାସନ ପାଇଁ ବହୁ ବ୍ୟବସ୍ଥା ଗ୍ରହଣ କରାଯାଉଥିଲେ ମଧ୍ୟ ସ୍ଥାୟୀ ସମାଧାନ ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଯୋଗୁଁ ସମସ୍ୟା ଲାଗି ରହୁଥିବା ଅଭିଯୋଗ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
JEE ମେନ୍ ରେଜଲ୍ଟ ପ୍ରକାଶିତ, ୨୭ ନମ୍ବର ସ୍ଥାନରେ ଓଡିଶାର ସ୍ଥିତି

JEE ମେନ୍ ରେଜଲ୍ଟ ପ୍ରକାଶିତ, ୨୭ ନମ୍ବର ସ୍ଥାନରେ ଓଡିଶାର ସ୍ଥିତି

Read More...

ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କଲେ ଶାହା

ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କଲେ ଶାହା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page