ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ

May 25, 2019, ଓଡ଼ିଶା, , Anupambharat News Bureau


ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ
Anupambharat News Bureau
May 25, 2019

ପାତ୍ରପୁର,୨୫ ।୫(ଅନୁପମ ମିଡ଼ିଆ): ଜରଡ଼ା ଥାନା ଇଲାକା ଉପର ବୁରାତଲ ଗାଁର ସାବିତ୍ରୀ କାର୍ଜି (୩୦)ଙ୍କ ମୃତ ଦେହ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ଗତ ୨୦ ବର୍ଷ ପୂର୍ବରୁ ଟୁନା କାର୍ଜି ନାମକ ଜଣେ ଉପର ବୁରାତାଲ ଗାଁର ବ୍ୟକ୍ତିକୁ ଭଲପାଇ ସେ ବିବାହ କରିଥିଲେ । ବର୍ତ୍ତମାନ ତାଙ୍କର ଗୋଟିଏ ପୁଅ ଓ ତିନୋଟି କନ୍ୟା ସନ୍ତାନ ଅଛନ୍ତି । ସାବିତ୍ରୀଙ୍କ ମୃତୁ୍ୟ ଘଟିଥିବା ନେଇ ତାଙ୍କ ସ୍ୱାମୀ ସାବିତ୍ରୀର ପରିବାରକୁ ଜଣାଇବା ପରେ ପରିବାର ବର୍ଗ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ଜରଡ଼ା ଥାନାରେ ଅଭିଯୋଗ କରିଛନ୍ତି । ସାବିତ୍ରୀଙ୍କ ଭାଇଙ୍କ ଅଭିଯୋଗ ପ୍ରକାରେ ତାଙ୍କୁ ସବୁବେଳେ ସ୍ୱାମୀ ମାରପିଟ କରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ । ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ସାବିତ୍ରୀଙ୍କ ଶବକୁ ଦେଖି ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ମଧ୍ୟ ଅଞ୍ଚଳରେ ଆଲୋଚନା ହେଉଛି । ଏନେଇ ଜରଡ଼ା ଥାନା ପକ୍ଷରୁ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯିବା ସହ ତଦନ୍ତ ଆରମ୍ଭ ହୋଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଦୋଷୀଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି । ବ୍ୟବଚ୍ଛେଦ ପରେ ଶୋକାକୁଳ ପରିବେଶ ମଧ୍ୟରେ ଶବର ଅନ୍ତେଷ୍ଟି କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଇସ୍ତଫା ଦେବାକୁ ଜିଦ୍‌ ଧରିଲେ ରାହୁଲ ଗାନ୍ଧି

ଇସ୍ତଫା ଦେବାକୁ ଜିଦ୍‌ ଧରିଲେ ରାହୁଲ ଗାନ୍ଧି

Read More...

ନବୀନଙ୍କୁ ଭେଟିଲେ, ଗଞ୍ଜାମ ନବନିର୍ବାଚିତ ସାଂସଦ ଓ ବିଧାୟକ

ନବୀନଙ୍କୁ ଭେଟିଲେ, ଗଞ୍ଜାମ ନବନିର୍ବାଚିତ ସାଂସଦ ଓ ବିଧାୟକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page