ରେପୋ ରେଟ ପୁଣି ବଢ଼ିଲା

August 05, 2022, ଦେଶ, , Anupambharat News Bureau


ରେପୋ ରେଟ  ପୁଣି ବଢ଼ିଲା
Anupambharat News Bureau
August 05, 2022


ନୂଆଦିଲ୍ଲୀ, ୫ା୮: ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ଦରରେ ୫୦ ବେସିସ ପଏ ବୃଦ୍ଧି କରିଛି । ଏହି ଦର ଆଧାରରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶର ବାଣିଜି୍ୟକ ବ୍ୟାଙ୍କମାନଙ୍କୁ ଋଣ ପ୍ରଦାନ କରିଥାଏ । ବିଶ୍ୱ ଅର୍ଥବ୍ୟବସ୍ଥାର ପ୍ରତିକୂଳ ସ୍ଥିତି, ଘରୋଇ ଆର୍ଥିକ ଗତିବିଧିର ସହନଶୀଳତା, ଉଚ୍ଚ ମୁଦ୍ରାସ୍ପୀତି ହାର ଜନିତ ସମସ୍ୟାକୁ ଦୃଷ୍ଟିରେ ରଖି ରେପୋ ଦରରେ ଆଉ ୫୦ ପ୍ରତିଶତ ବୃଦ୍ଧି ସହିତ ଏହାକୁ ୫.୪୦%ରେ ନିର୍ଦ୍ଧାରିତ କରାଯାଇଛି ।ମୁଦ୍ରାସ୍ପୀତି ଏବଂ ମୁଦ୍ରାସ୍ପୀତି ଜନିତ ପ୍ରତ୍ୟାଶା ଉପରେ ଅଙ୍କୁଶ ଲଗାଇବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି ସମିତି ଏହି ନିଷ୍ପତ୍ତି ନେଇଛି । ଅନଲାଇନରେ ମୁଦ୍ରା ନୀତି ବିବରଣୀ ପ୍ରଦାନ କରି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, “ମୁଦ୍ରାସ୍ପୀତି ଜନିତ ପ୍ରତ୍ୟାଶାକୁ ନିରନ୍ତର ଉଚ୍ଚ ମୁଦ୍ରାସ୍ପୀତି ଅସ୍ଥିର କରିପାରେ ଏବଂ ଏହା ମଧ୍ୟମକ୍ରମରେ ଅଭିବୃଦ୍ଧିକୁ ପ୍ରଭାବିତ କରିବାର ଆଶଙ୍କା ରହିଛି ।”





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଡାଇରିଆ ସମୀକ୍ଷା : ସ୍ଥିତି ନିୟନ୍ତ୍ରଣାଧିନ

ଡାଇରିଆ ସମୀକ୍ଷା : ସ୍ଥିତି ନିୟନ୍ତ୍ରଣାଧିନ

Read More...

ସାଇବର ଥାନା: ଦାନ୍ତ ନଥିବା ବାଘ : ମାତିଛନ୍ତି ଠକ, ରୋକିବାରେ ବିଫଳ

ସାଇବର ଥାନା: ଦାନ୍ତ ନଥିବା ବାଘ : ମାତିଛନ୍ତି ଠକ, ରୋକିବାରେ ବିଫଳ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page