ଓଡ଼ିଶାରେ ନିତି ଆୟୋଗ ଉପାଧ୍ୟକ୍ଷ: ମୁଖ୍ୟମନ୍ତ୍ରୀଙ୍କୁ ବୈଠକକୁ ନିମନ୍ତ୍ରଣ

July 28, 2022, ଓଡ଼ିଶା, , Anupambharat News Bureau


 ଓଡ଼ିଶାରେ ନିତି ଆୟୋଗ ଉପାଧ୍ୟକ୍ଷ:  ମୁଖ୍ୟମନ୍ତ୍ରୀଙ୍କୁ ବୈଠକକୁ ନିମନ୍ତ୍ରଣ
Anupambharat News Bureau
July 28, 2022


ଭୁୁବନେଶ୍ୱର, ୨୮ା୭(ଅନୁପମ ମିଡ଼ିଆ):­ ନିତି ଆୟୋଗର ଉପାଧ୍ୟକ୍ଷ ସୁମନ କୁମାର ବେରୀ ଓ ସଦସ୍ୟ ଡ. ବିନୋଦ କେ. ପାଉଲଙ୍କ ସହ ନିତି ଆୟାଗର ଅନ୍ୟ ଅଧିକାରୀମାନେ ଓଡ଼ିଶା ଗସ୍ତରେ ଆସି ଗୁରୁବାର ସକାଳେ ଭୁବନେଶ୍ୱରସ୍ଥ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଛନ୍ତି । ତା’ପରେ ସେମାନେ ମହିଳାମାନଙ୍କ ଦ୍ୱାରା ପରିଚାଳିତ ଏକ ଉଦ୍ୟୋଗ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ୫-‘ଟି’ରେ ରୂପାନ୍ତରିତ ହୋଇଥିବା ଉଚ୍ଚବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଏବଂ ପିପିଲିଠାରେ ଥିବା େୱଲ୍‌ ନେସ୍‌ କେନ୍ଦ୍ର ଇତ୍ୟାଦି ସହ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ବିକାଶମୂଳକ କାର୍ଯ୍ୟକ୍ରମଗୁଡ଼ିକୁ ନିରୀକ୍ଷଣ କରିଥିଲେ । ନିତି ଆୟୋଗର ଉପାଧ୍ୟକ୍ଷ ଓଡ଼ିଶାର ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଲୋକସେବା ଭବନର କନ୍‌ଭେନ୍‌ସନ୍‌ ସେଣ୍ଟରରେ ଏକ ବୈଠକ କରାଯାଇଥିଲା । ରାଜ୍ୟ ସରକାରଙ୍କ ତରଫରୁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଏକ ପାୱାର
ପଏ ମାଧ୍ୟମରେ ଉପସ୍ଥାପନ କରାଯାଇଥିଲା ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ରାଜ୍ୟରେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ସଫଳତା ଉପରେ ଆଲୋକପାତ କରିଥିଲେ । ନିତି ଆୟୋଗର ଉପାଧ୍ୟକ୍ଷ ଏବଂ ସଦସ୍ୟ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା କାର୍ଯ୍ୟଗୁଡ଼ିକର ସଫଳତାକୁ ନେଇ ପ୍ରଶଂସା କରିଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ବିକାଶମୂଳକ କାର୍ଯ୍ୟ ନିମନ୍ତେ ନିଆଯାଉଥିବା ଉଦ୍ୟମଗୁଡ଼ିକୁ ସେମାନେ ନିରୀକ୍ଷଣ କରିବା ସହ ସଫଳତା ନିମନ୍ତେ ଆଶ୍ୱାସନା ଦେଇଥିଲେ । ସନ୍ଧ୍ୟାରେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ଏବଂ ଦିଲ୍ଲୀଠାରେ ଆସନ୍ତା ଅଗଷ୍ଟ ୭ ତାରିଖରେ ହେବାକୁ ଥିବା ‘ନିତି ଆୟୋଗର ସପ୍ତମ ପରିଚାଳନା ପରିଷଦ ବୈଠକ’କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ । ତା’ପରେ ଉପାଧ୍ୟକ୍ଷ ଓ ସଦସ୍ୟ ଭୁବନେଶ୍ୱରସ୍ଥ ଓଡ଼ିଶା କ୍ରାଫଫ ମୁ୍ୟଜିୟମ୍‌ ‘କଳାଭୂମି’ ପରିଦର୍ଶନ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମନ୍ତ୍ରୀ ପାର୍ଥଙ୍କୁ ବହିଷ୍କୃତ କଲେ ମମତା

ମନ୍ତ୍ରୀ ପାର୍ଥଙ୍କୁ ବହିଷ୍କୃତ କଲେ ମମତା

Read More...

ମଙ୍କିପକ୍ସ ଚିନ୍ତା : କେନ୍ଦ୍ରର ଗାଇଡ଼ଲାଇନ

ମଙ୍କିପକ୍ସ ଚିନ୍ତା : କେନ୍ଦ୍ରର ଗାଇଡ଼ଲାଇନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page