ଯୁକ୍ତ ୨ ବିଜ୍ଞାନରେ ଆଇଲର୍ଣ୍ଣ ତାଳଚେର ଛାତ୍ରଛାତ୍ରୀଙ୍କ ବାଜିମାତ: ଶତ ପ୍ରତିଶତ ଛାତ୍ର ଛାତ୍ରୀ ପ୍ରଥମ ଶ୍ରେଣୀରେ ଉର୍ତ୍ତୀର୍ଣ୍ଣ

July 27, 2022, ଓଡ଼ିଶା, , Anupambharat News Bureau


ଯୁକ୍ତ ୨ ବିଜ୍ଞାନରେ ଆଇଲର୍ଣ୍ଣ ତାଳଚେର ଛାତ୍ରଛାତ୍ରୀଙ୍କ ବାଜିମାତ:  ଶତ ପ୍ରତିଶତ ଛାତ୍ର ଛାତ୍ରୀ ପ୍ରଥମ ଶ୍ରେଣୀରେ ଉର୍ତ୍ତୀର୍ଣ୍ଣ
Anupambharat News Bureau
July 27, 2022


ତାଳଚେର ସଦର,୨୭ ।୭: ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତବର୍ଷର ୨ ବିଜ୍ଞାନ ଫଳ ବୁଧବାର ପ୍ରକାଶ ପାଇଛି । ଏଥିରେ ଆଇଲର୍ଣ୍ଣର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି । ସମସ୍ତେ ପ୍ରଥମ ଶ୍ରେଣୀ ଯୋଗ୍ୟତା ହାସଲକରିଛନ୍ତି । ସମଗ୍ର ଓଡ଼ିଶାରେ ୨ ବିଜ୍ଞାନରେ ପାସ୍‌ ହାର ୯୪ ପ୍ରତିଶତ ରହିଥିବା ବେଳେ ଆଇଲର୍ଣ୍ଣର ପାସ୍‌ ହାର ଶତ ପ୍ରତିଶତ ହୋଇଛି । ଚଳିତ ବର୍ଷ ଆଇଲର୍ଣ୍ଣରେ ଅଧ୍ୟୟନ କରୁଥିବା ସମସ୍ତ ୫୮ ଛାତ୍ର ଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଅର୍ଥାତ ଶତ ପ୍ରତିଶତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍‌ କରିଛନ୍ତି । ୧୧ ଜଣ ଛାତ୍ର ଛାତ୍ରୀ ୫୦୦ରୁ ଅଧିକ ନମ୍ବର ରଖିଥିବା ବେଳେ ୪୪ ଜଣ ୪୦୦ ରୁ ଉର୍ଦ୍ଧ ମାର୍କ ରଖି ପାସ କରିଛନ୍ତି । ଆଇଲର୍ଣ୍ଣର ଛାତ୍ର ପାର୍ଥସାରଥି ସାହୁ ସର୍ବାଧିକ ୫୫୯ ନମ୍ବର ରଖି ଟªର ହୋଇଛନ୍ତି । ଆଇଲର୍ଣ୍ଣ ତାଳଚେର ଆବାସିକ ଶିକ୍ଷାନୁଷ୍ଠାନର ଦିବ୍ୟାଙ୍ଗ ଛାତ୍ରୀ ତପସ୍ୱିନୀ ରାଉଳ । ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ବିକ୍ରମପୁର ଗ୍ରାମର ମହେନ୍ଦ୍ର ରାଉଳଙ୍କ ଝିଅ ଦିବ୍ୟାଙ୍ଗ ମେଧାବୀ ଛାତ୍ରୀ ତପସ୍ୱିନୀ ।ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ସେ ୪୭୪ ନମ୍ବର ରଖି ସଫଳତାର ସହ କୃତକାର୍ଯ୍ୟ ହୋଇଛନ୍ତି । ତପସ୍ୱିନୀଙ୍କୁ ତାଙ୍କର ଏହି ସଫଳତା ପାଇଁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟୁଛି । ଦୃଢ ଇଛା ଶକ୍ତି ଓ କଠିନ ପରିଶ୍ରମ ଆଗରେ ହାର୍‌ ମାନିଛି ଶାରୀରିକ ଅକ୍ଷମତା । କଠୋର ଅଧ୍ୟାବସାୟ ବଳରେ ସେ ସୃଷ୍ଟି କରିଛନ୍ତି ଏକ ନୂତନ ପରିଚୟ । ଦିନରାତି ଏକ୍‌ କରି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ତାଙ୍କ ଉଦ୍ୟମ ଅନ୍ୟମାନଙ୍କ ଲାଗି ଉଦାହରଣ ସୃଷ୍ଟି କରିଛନ୍ତି । ଆଇଲର୍ଣ୍ଣର ଏହି ସଫଳତାରେ ଅନୁଷ୍ଠାନର ନିର୍ଦ୍ଧେଶିକା ଶ୍ରୀମତୀ ସୁଲତା ପାଣି ଆନନ୍ଦ ପ୍ରକାଶ କରିବା ସହ ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀମତୀ ପାଣି କହିଛନ୍ତି ଯେ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ନିୟମିତ ମାର୍ଗଦର୍ଶନ ଓ ଛାତ୍ରଛାତ୍ରୀଙ୍କ ଅଧ୍ୟବସାୟ ସେମାନଙ୍କୁ ସଫଳତା ଆଣି ଦେଇଛି । ଏଠାରେ ସୂଚନା ଯୋଗ୍ୟ ଯେ ୨୦୧୨ ରୁ ୨୦୨୨ ଦୀର୍ଘ ୧୨ ବର୍ଷ ଧରି ଲଗାତର ଆଇଲର୍ଣ୍ଣର ପିଲାମାନେ ପାଖାପାଖି ଶତପ୍ରତିଶତ ସଫଳତା ହାସଲ କରି ଆସୁଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାଲକୋନୀକୁ ଆସିଲେ ବାବୁଶାନ

ବାଲକୋନୀକୁ ଆସିଲେ ବାବୁଶାନ

Read More...

ମଙ୍କିପକ୍ସ ଟିକା ପାଇଁ ଟେଣ୍ଡର ଆହ୍ୱାନ

ମଙ୍କିପକ୍ସ ଟିକା ପାଇଁ ଟେଣ୍ଡର ଆହ୍ୱାନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page