ପ୍ରଥମ ଦିନରେ ୪ ରାଉଣ୍ଡ ବିଡିଂ

July 26, 2022, ଶିଳ୍ପ ବାଣିଜ୍ୟ, , Anupambharat News Bureau


ପ୍ରଥମ ଦିନରେ ୪ ରାଉଣ୍ଡ ବିଡିଂ
Anupambharat News Bureau
July 26, 2022


ନୂଆଦିଲ୍ଲୀ : ଭାରତରେ ଟେଲି ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ବ୍ୟାପକ କରିବା ସହ ତୀବ୍ରତର କରିବା ନିମନ୍ତେ ଅତ୍ୟାଧୁନିକ ଯାନ୍ତ୍ରିକ କୌଶଳ ପ୍ରୟୋଗ କରାଯାଉଛି । ଚଳିତ ସ୍ଥିତିରେ ୪-ଜି ବ୍ୟବସ୍ଥା ଯୋଗାଯୋଗ କରାଇବା କ୍ଷେତ୍ରରେ ବହୁ ସମୟରେ ନେଟୱାର୍କିଂ ସମସ୍ୟା ସୃଷ୍ଟି ହୋଇଥାଏ । ତେବେ ଏହାକୁ ଦୂର କରିବା ପାଇଁ ପଞ୍ଚମ ପିଢ଼ି ବା ୫-ଜି ସ୍ପେକଫ୍ରମ ଟେଲି ଯୋଗାଯୋଗ କ୍ଷେତ୍ରରେ ପ୍ରୟୋଗ କରାଯାଉଛି । ଏଣିକି ମୋବାଇଲ ବାର୍ତ୍ତାଳାପ ଏବଂ ଇଣ୍ଟରନେଟ୍‌ ବ୍ୟବସ୍ଥା କ୍ଷୀପ୍ର ବେଗରେ ଗ୍ରାହକଙ୍କ ନିକଟରେ ଉପଲବ୍ଧ ହୋଇପାରିବ । ଏଣୁ ଦେଶରେ ୫-ଜି ସେବା ଆରମ୍ଭ କରିବା ପାଇଁ ଏହାର ନିଲାମ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ୫-ଜି ସ୍ପେକଫ୍ରମ ନିଲାମର ପ୍ରଥମ ଦିନରେ ବିଡରମାନଙ୍କଠାରୁ ଉତ୍ସାହଜନକ ପ୍ରତିକ୍ରିୟା ମିଳିଛି ।
ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ନିଲାମ ସନ୍ଧ୍ୟା ୬ଟାରେ ଶେଷ ହୋଇଥିଲା । ପ୍ରଥମ ଦିନରେ ମୋଟ ୪ ରାଉଣ୍ଡ ବିଡିଂ ହୋଇଥିଲା । ଆସନ୍ତା କାଲି ଅର୍ଥାତ ବୁଧବାରଠାରୁ ୫ମ ରାଉଣ୍ଡ ଆରମ୍ଭ ହେବ । ୫-ଜି ନିଲାମରେ ଦେଶର ପ୍ରମୁଖ ଟେଲିକମ କମ୍ପାନି ଜିଓ, ଏୟାରଟେଲ, ଭୋଡାଫୋନ ଆଇଡିଆ ଆଦି ଅଂଶଗ୍ରହଣ କରୁଛନ୍ତି । ସେହିପରି ପ୍ରଥମ ଥର ପାଇଁ ଅଦାନୀ ଗ୍ରୁପ ବି ଏହି ନିଲାମରେ ଅଂଶଗ୍ରହଣ କରୁଛି । ଅଦାନୀ ଗ୍ରୁପ ଅଧିନସ୍ଥ ନବଗଠିତ ଅଦାନୀ ଡାଟା ନେଟୱାର୍କ୍ସ ଏଥିରେ ଅଂଶଗ୍ରହଣ କରୁଛି । ଏହି ନିଲାମ ମାଧ୍ୟମରେ ଦେଶର ପ୍ରମୁଖ ଶିଳ୍ପପତି ମୁକେଶ ଅମ୍ବାନି, ଗୌତମ ଅଦାନୀ, ସୁନୀଲ ମିତ୍ତଲ ପରସ୍ପର ସହ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇଛନ୍ତି । ମଙ୍ଗଳବାର ଆରମ୍ଭ ହୋଇଥିବା ୫-ଜି ସ୍ପେକଫ୍ରମ ନିଲାମରେ ମୋଟ ୭୨ ଗିଗାହଜ୍‌ ସ୍ପେକଫ୍ରମ ନିଲାମ ହେବ । ଏସବୁ ନିଲାମର ମୋଟ ମୂଲ୍ୟ ପ୍ରାୟ ୪.୩ ଲକ୍ଷ କୋଟି ହେବା ନେଇ ଅଟକଳ କରାଯାଉଛି । ଗତ ଜୁନ ମାସରେ କେନ୍ଦ୍ର କ୍ୟାବିନେଟ ୫-ଜି ନିଲାମକୁ ମଞ୍ଜୁରୀ ଦେଇଥିଲା । ଏହା ପରେ ଜୁନ ୧୬ରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଦେଶରେ ଚଳିତ ଆର୍ଥିକ ବର୍ଷରେ ହିଁ ୫-ଜି ସେବା ଆରମ୍ଭ କରିବାକୁ କେନ୍ଦ୍ର ବଜେଟରେ ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ଘୋଷଣା କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜନେତାଙ୍କ ଫୋନ୍‌ ଟ୍ୟାପିଂ ଅଭିଯୋଗ

ରାଜନେତାଙ୍କ ଫୋନ୍‌ ଟ୍ୟାପିଂ ଅଭିଯୋଗ

Read More...

ଆଜି ଯୁକ୍ତ ଦୁଇ ବିଜ୍ଞାନ  ଓ ବାଣିଜ୍ୟ ରେଜଲଫ

ଆଜି ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ରେଜଲଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page