କଚ୍ଚା ଘରେ ୧୨ ଲକ୍ଷରୁ ଅଧିକ ପରିବାର

July 26, 2022, ଓଡ଼ିଶା, , Anupambharat News Bureau


କଚ୍ଚା ଘରେ ୧୨ ଲକ୍ଷରୁ ଅଧିକ ପରିବାର
Anupambharat News Bureau
July 26, 2022


ଭୁବନେଶ୍ୱର, ୨୬ା୭ (ଅନୁପମ ମିଡିଆ):­ ରାଜ୍ୟର ୧୨ ଲକ୍ଷ ୨୪ ହଜାର ୭୨୫ ପରିବାର କଚ୍ଚା ଘରେ ରହୁଛନ୍ତି । ସେହିପରି ରାଜ୍ୟରେ ବର୍ତମାନ ୨୧,୨୩୯ ଭୂମିହୀନ ପରିବାର ଅଛନ୍ତି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ସୂଚନା ଦେଇଛନ୍ତି । ବିଜେପି ବିଧାୟକ ନାଉରୀ ନାୟକଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ସୂଚନା ଦେଇଛନ୍ତି ଯେ, ରାଜ୍ୟର ୧୨ ଲକ୍ଷ ୨୪ ହଜାର ୭୨୫ ପରିବାର କଚ୍ଚା ଘରେ ରହୁଥିବା ବେଳେ ୨୧,୨୩୯ ଭୂମିହୀନ ପରିବାର ରହିଛନ୍ତି । ଏହା ସହ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ନିର୍ମାଣ କାର୍ଯ୍ୟ ଶେଷ କରିଥିବା ୨୩ ଲକ୍ଷ ୮୨ ହଜାର ୮୮୪ ହିତାଧିକାରୀଙ୍କୁ ଗୃହ ମରାମତି ପାଇଁ ସହାୟତା ମିଳିଛି । ଏହି କାର୍ଯ୍ୟ ପାଇଁ ରାଜ୍ୟ ରାଜକୋଷରୁ ୭୧୪ କୋଟି ୮୬ ଲକ୍ଷ ୫୨ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି ।
ସେ ଆହୁରି ସୂଚନା ଦେଇଛନ୍ତି ଯେ, ଆର୍ଥିକ ବର୍ଷ ୨୦୨୧-୨୨ରେ ପିଏମଏୱାଇ(ଜି)-ବିପିଜିୱାଇ ଯୋଜନାରେ ୫,୫୬୪ କୋଟି ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର ହୋଇଥିଲା । ଏହି ମଞ୍ଜୁର ଅର୍ଥରୁ ପିଏମଏୱାଇ(ଜି) ଓ ବିପିଜିୱାଇ ଗୃହନିର୍ମାଣ ସହିତ ଗୃହ ମରାମତି କାମ କରାଯାଇଛି । ଚଳିତ ଆର୍ଥିକ ବର୍ଷରେ ବିପିଜିୱାଇ ଯୋଜନାରେ ୪୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ତନ୍ମଧ୍ୟରୁ ଗୃହ ମରାମତି ଖର୍ଚ୍ଚ ବହନ କରାଯିବ ବୋଲି ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଜଣାଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭୁବନେଶ୍ୱର ନାଇଜରରେ ହେବ କ୍ୟାନ୍ସର ହସ୍ପିଟାଲ

ଭୁବନେଶ୍ୱର ନାଇଜରରେ ହେବ କ୍ୟାନ୍ସର ହସ୍ପିଟାଲ

Read More...

ହ ୍ରାସ ପାଉଛି ବୈଦେଶିକ ମୁଦ୍ରାଭଣ୍ଡାର

ହ ୍ରାସ ପାଉଛି ବୈଦେଶିକ ମୁଦ୍ରାଭଣ୍ଡାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page