ପ୍ରକୃତିଙ୍କୁ ଟଣା ଓଟରା କଲେ ବାବୁସାନଙ୍କ ପତ୍ନୀ

July 23, 2022, ଓଡ଼ିଶା, , Anupambharat News Bureau


ପ୍ରକୃତିଙ୍କୁ ଟଣା ଓଟରା କଲେ ବାବୁସାନଙ୍କ ପତ୍ନୀ
Anupambharat News Bureau
July 23, 2022


ଭୁବନେଶ୍ୱର, ୨୩ା୭ (ଅନୁପମ ମିଡିଆ): ଓଲିଉଡ୍‌ର ଲୋକପ୍ରିୟ ନାୟକ ବାବୁସାନ୍‌ଙ୍କ ଘର କଳି ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ନାୟକ ବାବୁସାନ୍‌ ଓ ନାୟିକା ପ୍ରକୃତି ମିଶ୍ର ଏକାଠି ଯାଉଥିବା ବେଳେ ନାୟକଙ୍କ ପତ୍ନୀ ତୃପ୍ତି ସେମାନଙ୍କୁ ଅଟକାଇବା ସହ ମାଡ ମାରିଥିବାର ଅଭିଯୋଗ ହୋଇଛି । ଏହି ସମୟର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ପରେ ପ୍ରକୃତି ତୃପ୍ତି ଓ ତାଙ୍କ ବାପା ତାଙ୍କୁ ଗୁଣ୍ଡା ଲଗାଇ ମାଡ ମାରିଥିବା ଅଭିଯୋଗ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି । ସେହିପରି ପ୍ରକୃତିଙ୍କ ବାପା ମା ଖାରବେଳ ନଗର ଥାନାରେ ଏନେଇ ଏତଲା ଦେଇଛନ୍ତି । ଅନ୍ୟପକ୍ଷରେ ବାବୁସାନ୍‌ କହିଛନ୍ତି ଯାହା ହୋଇଛି ଠିକ୍‌ ହୋଇନି । ସେ ଓ ପ୍ରକୃତି ଭଲ ସାଙ୍ଗ । ସେମାନେ ଫିଲ୍ମ କାମରେ ଯାଉଥିବା ବେଳେ ପତ୍ନୀ ଓ ଶ୍ୱଶୂର ଆଟାକ୍‌ କରିଥିବା ସେ କହିଛନ୍ତି । ଏହାପରେ ଅପରାହ୍ନରେ ବାବୁସାନ୍‌ଙ୍କ ମା ତଥା ବରିଷ୍ଠ ଅଭିନେତ୍ରୀ ଅପରାଜିତା ମହାନ୍ତି ତୃପ୍ତି ରହୁଥିବା ତାଙ୍କ ବାପାଙ୍କ ଘରେ ପହଞ୍ଚି ଆଲୋଚନା କରିବା ପରେ ପ୍ରକୃତିଙ୍କ ବିରୋଧରେ ବୋହୂଙ୍କୁ ନେଇ ଥାନାରେ ଏତଲା ଦେଇଛନ୍ତି ।
ବାବୁସାନ୍‌ ଏବଂ ପ୍ରକୃତି ମିଶ୍ର ଘଟଣାରେ ଥାନାରେ ଦୁଇ ପକ୍ଷରୁ ମାମଲା ରୁଜୁ ହୋଇଛି । ମଧ୍ୟାହ୍ନ ସମୟରେ ଖାରବେଳ ଥାନାରେ ପ୍ରକୃତି ମିଶ୍ରଙ୍କ ମା ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ବିରୋଧରେ ଏଫ୍‌ଆଇଆର ଦାୟର କରିଥିବା ବେଳେ ସନ୍ଧ୍ୟା ସମୟରେ ଥାନାରେ ବୋହୂଙ୍କ ସହ ପହଞ୍ଚିଥିଲେ ଅପରାଜିତା ମହାନ୍ତି । ସେ ମଧ୍ୟ ଥାନାରେ ମାମଲା ଦାୟର କରିଛନ୍ତି । ତୃପ୍ତି ତାଙ୍କ ଏଫଆଇଆରରେ ଉଲ୍ଲେଖ କରିଛନ୍ତି ପ୍ରକୃତିଙ୍କ ଯୋଗୁଁ ଆମ ଦାମ୍ପତ୍ୟ ଜୀବନରେ ଝଡ଼ ହୋଇଛି । କୋଭିଡ ଯୋଗୁଁ ପ୍ରକୃତିଙ୍କ କ୍ୟାରିଅର ପ୍ରଭାବିତ ହୋଇଛି, ପ୍ରକୃତି ବାବୁସାନଙ୍କ ଉପରେ ଟଙ୍କା ପାଇଁ ନିର୍ଭର କରୁଛନ୍ତି । ପ୍ରକୃତି ବାବୁସାନଙ୍କୁ ଗଞ୍ଜେଇ ଏବଂ ମଦ ଯୋଗାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।
ଶନିବାର ସକାଳେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା । ସେଥିରେ ବାବୁସାନ୍‌ ଓ ପ୍ରକୃତି ମିଶ୍ର
ଗୋଟିଏ ଫର୍ଚ୍ୟୁନର ଗାଡ଼ିରେ ଏକାଠି ସକାଳୁ ସକାଳୁ ଭୁବନେଶ୍ୱରର ସତ୍ୟ ନଗର ଅଂଚଳରେ ଯାଉଥିବା ବେଳେ ବାବୁସାନଙ୍କ ପତ୍ନୀ ତୃପ୍ତି ସେମାନଙ୍କୁ ଅଟକାଇଛନ୍ତି । ଏହାପରେ ସେ ବାବୁସାନଙ୍କୁ ଗାଡ଼ିରୁ ବାହାରକୁ ଆସିବା ଲାଗି ବାଧ୍ୟ କରିବା ସହ ତାଙ୍କୁ ଟଣାଓଟରା କରିଛନ୍ତି । ଏହାପରେ ତୃପ୍ତି ଗାଡ଼ି ଭିତରେ ପଶି ପ୍ରକୃତିଙ୍କୁ ଟଣାଓଟରା କରିଛନ୍ତି । ପରେ ପ୍ରକୃତି ଗାଡ଼ିରୁ ବାହାରି ସେଠାରୁ ଚାଲିଯିବାକୁ ଉଦ୍ୟମ କରୁଥିବା ବେଳେ ବାବୁସାନଙ୍କ ପତ୍ନୀ ତାଙ୍କୁ ମାଡ଼ ମାରିଥିବାର ଦେଖିବାକୁ ମିଳିଛି । ବାବୁସାନଙ୍କ ପତ୍ନୀ ତୃପ୍ତି ଅଭିଯୋଗ କରିଛନ୍ତି ଯେ ପ୍ରକୃତି ତାଙ୍କ ଘରଭାଙ୍ଗି ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଭାରତର ସ୍ଥିତି ଭଲ ରହିିିଛି :ଶକ୍ତିକାନ୍ତ

ଭାରତର ସ୍ଥିତି ଭଲ ରହିିିଛି :ଶକ୍ତିକାନ୍ତ

Read More...

 ଶିକ୍ଷକ ନିଯୁକ୍ତି ଜାଲିଆତି : ରିମାଣ୍ଡରେ ଗଲେ ପାର୍ଥ,  ଗିରଫ ହେଲେ ଅର୍ପିତା

ଶିକ୍ଷକ ନିଯୁକ୍ତି ଜାଲିଆତି : ରିମାଣ୍ଡରେ ଗଲେ ପାର୍ଥ, ଗିରଫ ହେଲେ ଅର୍ପିତା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page