ଦ୍ରୌପଦୀ ମୁର୍ମୁ ପଞ୍ଚଦଶ ରାଷ୍ଟ୍ରପତି

July 21, 2022, ଦେଶ, , Anupambharat News Bureau


  ଦ୍ରୌପଦୀ ମୁର୍ମୁ ପଞ୍ଚଦଶ ରାଷ୍ଟ୍ରପତି
Anupambharat News Bureau
July 21, 2022


ନୂଆଦିଲ୍ଲୀ: ଭାରତୀୟ ଗଣତନ୍ତ୍ରରେ ପ୍ରଥମ ଥର ପାଇଁ ଜଣେ ଆଦିବାସୀ ସଂପ୍ରଦାୟର ମହିଳା ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଘଟଣା ସମଗ୍ର ବିଶ୍ୱରେ ଆକର୍ଷଣର କେନ୍ଦ୍ରକୁ ଆସିଛି । ସର୍ବତ୍ର ଚର୍ଚ୍ଚା ହେଉଛି ଯେ, ସାଧାରଣ ଜଣେ କାଉନ୍‌ସିଲର ପଦବୀରୁ ଝାଡଖଣ୍ଡର ରାଜ୍ୟପାଳ ଏବଂ ଦେଶର ସର୍ବୋଚ ପଦବୀ ତଥା ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇ ଦ୍ରୌପଦୀ ମୁର୍ମୁ ଭାରତ ପାଇଁ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି ।
ଜଣେ ମହିଳା ଭାବରେ ଏଭଳି ସର୍ବୋଚ ପଦବୀ ଅଳଙ୍କୃତ କରିବା ଘଟରା ନିହାତି ଏହା ମହିଳା ସଶକ୍ତିକରଣ ଏବଂ ମହିଳାମାନଙ୍କ ପ୍ରଗତି କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସଦୃଶ ହେବ ବୋଲି କୁହାଯାଉଛି । ରାଷ୍ଟ୍ରପତି ନିର୍ବାଚନ ୨୦୨୨ ଚଳିତ ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ୱାଧିନ ଏନ୍‌ଡିଏ ସରକାରଙ୍କ ସପକ୍ଷରେ ଯାଇଛି । ଯଦିଓ ରାଷ୍ଟ୍ରପତି ପଦବୀ ନିରପେକ୍ଷ ଅଟେ ତେବେ ଉକ୍ତ ପଦବୀରେ ଅଧିଷ୍ଠିତ କରାଇବା ପାଇଁ ପ୍ରଥମେ ରାଜନୈତିକ ଦଳ ହିଁ ପ୍ରାର୍ଥୀ ଚୟନ କରିଥାନ୍ତି । ଠିକ୍‌ ସେହିଭଳି ବିଜେପି ପକ୍ଷରୁ ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବାସିନ୍ଦା ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଥିଲା ଏବଂ ଚଳିତ ମାସ ୧୮ ତାରିଖରେ ଭୋଟିଂ ହେବା ପରେ ଆଜି ଗଣତି ହୋଇଛି । ଭୋଟ ଗଣତିର ତୃତୀୟ ପର୍ଯ୍ୟାୟ ବେଳକୁ ଦ୍ରୌପଦୀ ମୁର୍ମୁ ଅର୍ଦ୍ଧାଧିକ ଭୋଟ ସଂଖ୍ୟା ହାସଲ କରିଛନ୍ତି । ଏପରିକି ସେ ୫,୭୭,୭୭୭ ସଂଖ୍ୟକ ଭୋଟ ହାସଲ କରିଛନ୍ତି । ଫଳରେ ଭାରତର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଆଜି ନିର୍ବାଚିତ ହୋଇଛନ୍ତି ଏବଂ ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ୨୫ ତାରିଖରେ ସେ ନିଜ ପଦ ଓ ଗୋପନୀୟତାର ଶପଥ ପାଠ କରି ରାଇସିନ ହିଲ ତଥା ରାଷ୍ଟ୍ରପତି ଭବନ ଅଳଙ୍କୃତ କରିବେ । ପ୍ରାପ୍ତ ସୂଚନା ମୁତାବକ ଦ୍ରୌପଦୀ ମୁର୍ମୁ ତାଙ୍କ ନିକଟତମ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଏକତରଫା ଭାବେ ପରାସ୍ତ କରିଛନ୍ତି ।
ଏହି ଦିନଟି ଓଡ଼ିଶା ଲାଗି ପାଲଟି ଯାଇଛି ଏକ ଐତିହାସିକ ଦିନ । ଓଡ଼ିଶା ମାଟିର ଝିଅ, ମୟୂରଭଂଜ ଅଞ୍ଚଳର ଆଦିବାସୀ ନେତ୍ରୀ, ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ମିଳିତ ବିରୋଧୀ ଦଳର ପ୍ରାର୍ଥ ଯଶବନ୍ତ ସିହ୍ନାଙ୍କୁ ଏନଡିଏ ପ୍ରାର୍ଥୀ ମୁର୍ମୁ ବହୁ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି । ପାର୍ଲାମେଣ୍ଟ ଭବନରେ ଚାଲିଥିବା ଗଣତିର ତୃତୀୟ ରାଉଣ୍ଡର ଫଳାଫଳ ଅନୁଯାୟୀ ମୁର୍ମୁ ବିଜୟ ଲାଗି ଆବଶ୍ୟକ ୫୦ ପ୍ରତିଶତ ଭୋଟ ସୀମା ଅତିକ୍ରମ କରିଛନ୍ତି । ଏଥିସହ ସେ ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତିର ମର୍ଯ୍ୟାଦା ଲାଭ କରିଛନ୍ତି । ସୂଚନା ଅନୁସାରେ, ତୃତୀୟ ରାଉଣ୍ଡ ଗଣତି ଦୌପଦୀଙ୍କୁ ବିଜୟୀ କରାଇଛି । ବିଜୟ ପାଇଁ ଆବଶ୍ୟକ ସମୁଦାୟ ଭୋଟ ମୂଲ୍ୟର ୫୦ ପ୍ରତିଶତ ଭୋଟ୍‌ ସୀମା ଅତିକ୍ରମ କରିଛନ୍ତି ଦ୍ରୌପଦୀ । ତୃତୀୟ ରାଉଣ୍ଡ ଗଣତି ସୁଦ୍ଧା ଏନଡିଏ ପ୍ରାର୍ଥୀ ମୁର୍ମୁଙ୍କୁ ମିଳିଛି ୫୩.୧୩ ପ୍ରତିଶତ ଭୋଟ । ଏହି ରାଉଣ୍ଡରେ ମୋଟ ୧୩୩୩ଟି ଭୋଟ୍‌ ପଡ଼ିଥିବା ବେଳେ ସମୁଦାୟ ଭୋଟର ମୂଲ୍ୟ ୧ ଲକ୍ଷ ୬୫ ହଜାର ୬୬୪ ଥିଲା ୧୩୩୩ଟି ଭୋଟରୁ ଦ୍ରୌପଦୀ ୮୧୨ ଖଣ୍ଡ ଭୋଟ ପାଇଥିବାବେଳେ ଯଶବନ୍ତ ସିହ୍ନା ୫୨୧ ଖଣ୍ଡ ଭୋଟ ପାଇଛନ୍ତି । ସୂଚନା ମୁତାବକ ତୃତୀୟ ରାଉଣ୍ଡରେ କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ଓଡିଶା ଓ ପଞ୍ଜାବ ଆଦି ରାଜ୍ୟର ବିଧାୟକମାନଙ୍କର ଭୋଟ ଗଣନା ହୋଇଥିଲା । ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁ ବୃହତ୍ତର ସଫଳତା ହାସଲ କରିଥିବା ଯୋଗୁଁ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇବା ସହିତ ମୋଦିଙ୍କ କ୍ୟାବିନେଟ୍‌ର ବରିଷ୍ଠ ସଦସ୍ୟ ଏବଂ ବିଜେପି ମୁଖ୍ୟ ଜେପି ନzାଙ୍କ ସହିତ ମୁର୍ମୁଙ୍କ ବାସଭବନକୁ ଯାଇ ତାହାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଭିନନ୍ଦନ ଜଣାଇଛନ୍ତି । ଦ୍ରୌପଦୀଙ୍କ ବିରୋଧରେ ପ୍ରତିଦ୍ୱନ୍ଦୀତା କରିଥିବା ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନା ମଧ୍ୟ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଜପଥ ଠାରେ ଅବସ୍ଥିତ ବିଜେପିର ମୁଖ୍ୟ କାର୍ଯ୍ୟାଳୟରେ ଏହି ରାଷ୍ଟ୍ରପତି ନିର୍ବାଚନରେ ସଫଳତା ହାସଲ କରିଥିବା ଯୋଗୁଁ ରୋଡ୍‌ସୋ ପ୍ରଦର୍ଶନ କରାଯାଇଛି । ଦେଶର ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ପଦବୀ ହାସଲ କରିଥିବା ଦ୍ରୌପଦୀ ମୁର୍ମୁଙ୍କୁ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପୂର୍ବରୁ ଶୁଭେଚ୍ଛା ଜଣାଇଥିଲେ । ଜୁଲାଇ ୨୫ ତାରିଖରେ ଓଡ଼ିଶା ମାଟିର ଏହି ନେତ୍ରୀଙ୍କ ସରକାରୀ ଠିକଣା ରାଷ୍ଟ୍ରପତି ଭବନ ହେବ । ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଭାବେ ସେ ଏହି ପଦକୁ ଅଳଙ୍କୃତ କରିବେ । ତେବେ ରାଷ୍ଟ୍ରପତି ଭବନର ବିଳାସମୟ ଜୀବନ ବ୍ୟତୀତ ରାଷ୍ଟ୍ରପତିଙ୍କୁ ଆହୁରି ଅଧିକ ସୁବିଧା ମଧ୍ୟ ମିଳିଥାଏ । ଚଳିତ ବ୍ୟବସ୍ଥାରେ ରାଷ୍ଟ୍ରପତିଙ୍କୁ ମାସିକ ଦରମା ୫ ଲକ୍ଷ ଟଙ୍କା ଦିଆଯାଏ । ଏହା ବ୍ୟତୀତ ରାଷ୍ଟ୍ରପତିଙ୍କୁ ମାଗଣା ମେଡିକାଲ, ଟେଲିଫୋନ୍‌ ବିଲ୍‌, ବିଜୁଳି ସହିତ କାର୍ଯ୍ୟକାଳ ସରିବା ପରେ ଭତ୍ତା ମିଳିଥାଏ ।






Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନୂଆ ନିୟମରେ ହେବ ଭୋଟର ତାଲିକା:  ଏଣିକି ବର୍ଷକୁ ୪ଥର ନାଁ ଯୋଡ଼ି ହେବ

ନୂଆ ନିୟମରେ ହେବ ଭୋଟର ତାଲିକା: ଏଣିକି ବର୍ଷକୁ ୪ଥର ନାଁ ଯୋଡ଼ି ହେବ

Read More...

୨୪ ଘଣ୍ଟା ମଧ୍ୟରେ ୩ ପୁଲିସ କର୍ମୀଙ୍କୁ ଗାଡ଼ି ଚଢାଇ ହତ୍ୟା

୨୪ ଘଣ୍ଟା ମଧ୍ୟରେ ୩ ପୁଲିସ କର୍ମୀଙ୍କୁ ଗାଡ଼ି ଚଢାଇ ହତ୍ୟା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page