୧୫ ଲକ୍ଷରୁ ଊର୍ଦ୍ଧ୍ୱ ଜାଲିନୋଟ ଜବତ : ଦୁଇ ଗିରଫ

July 13, 2022, ଓଡ଼ିଶା, , Anupambharat News Bureau


୧୫ ଲକ୍ଷରୁ ଊର୍ଦ୍ଧ୍ୱ  ଜାଲିନୋଟ ଜବତ : ଦୁଇ ଗିରଫ
Anupambharat News Bureau
July 13, 2022


ସମ୍ବଲପୁର, ୧୩ା୭ (ଅନୁପମ ମିଡିଆ): କିଛି ଦିନର ଅନ୍ତରାଳ ପରେ ପୁଣି ଏସଟିଏଫ୍‌ କୁ ଗୋଟିଏ ବଡ଼ ସଫଳତା ମିଳିଛି । କୈଣସି ବଡ ଅପରାଧର ତଦନ୍ତ ପାଇଁ ସମ୍ବଲପୁର ସହରରେ ଏସଟିଏଫ ଟିମ୍‌ ସମ୍ବଲପୁର ଜିଲ୍ଲାରେ ଡେରା ପକାଇଥିବା ବେଳେ ଆଜି ଦୁଇ ଅପରାଧୀଙ୍କୁ ଗିରଫ କରି ସେମାନଙ୍କ ଠାରୁ ୧୫ଲକ୍ଷ ୧୨ହଜାର ୫ଶହ ଟଙ୍କାର ଜାଲିନୋଟ ଜବତ କରିବାରେ ସକ୍ଷମ ସୋଇଛି । ଏ ସମ୍ପର୍କରେ ଯୁଯୁମୁରା ଥାନାରେ ୧୦୪/୨୨ରେ ଏକ ମାମଲା ରୁଜୁ ହେବା ସହ ଥାନା ନୀରିକ୍ଷକ ଆର କେ ବିଶ୍ୱାଳ ଏହି ଜାଲିନୋଟ କାରବାରକୁ ନେଇ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛନ୍ତି । ସୂଚନାନୁଯାୟୀ ଗତ ୧୨ ତାରିଖ ଅପରାହ୍ନରେ ଏସଟିଏଫ ନୀରିକ୍ଷକ ଜଗନ୍ନାଥ ପ୍ରସାଦ ସାହୁ ନିଜ କର୍ତବ୍ୟ ସମ୍ପାଦନା କରୁଥିବା ବେଳେ ଯୁଯୁମୁରା ଅଞ୍ଚଳରେ ବିପୁଳ ପରିମାଣର ଜାଲିଟଙ୍କା କାରବାର ହେଉଥିବା ନେଇ ଏକ ସୁରାଗ ପାଇଥିଲେ । ଏହି ସୂଚନା ପରେ ନିଜ ଟିମକୁ ସମ୍ପୂର୍ଣ୍ଣ ସଜାଗ ହେବାପାଇଁ ନିର୍ଦ୍ଦେଶ ଦେବାସହ ଘଟଣାର ପର୍ଦ୍ଦାଫାଶ ପାଇଁ ଜାଲ ବିଛାଇଥିଲେ । ଶେଷରେ ଯୁଯୁମରା ଥାନା ଅନ୍ତର୍ଗତ ନୂଆଅଧାପୋଡା ଜାଲିପଡାର ପୋଦାର ପ୍ରସାଦ ସାହୁ (୨୮) ଓ ବରଦା ଥାନା ଅନ୍ତର୍ଗତ ଯୁଯୁମୁରା ଅଞ୍ଚଳର ଜନ୍ମେଞ୍ଜୟ ବାଗ (୩୨) କୁ ଠାବ କରି ଚଢା କରିଥିଲେ । ଉଭୟ ଅଭିଯୁକ୍ତ ଏହି ଜାଲି ନୋଟକୁ ସମ୍ବଲପୁର, ଝାରସୁଗୁଡ଼ା ଓ ବୁର୍ଲାର ବିଭିନ୍ନ ସ୍ଥାନରେ ଚଳାଇବା ପାଇଁ କିଛି ଦଲାଲ ମାନଙ୍କ ସହ କମିଶନୀ କାରବାର ନେଇ ମସୁଧା କରି ସାରିଥିଲେ ଏହି ଚଢାଉ ବେଳେ ସେମାନଙ୍କ ନିକଟରୁ ମୋଟ ୧୫ ଲକ୍ଷ ୧୨ ହଜାର ୫ଶହ ଟଙ୍କା ଜବତ କରିଥିଲେ । ଜବତ ଟଙ୍କା ଗୁଡିକ ମଧ୍‌ଯରେ ୫ ଏଫ୍‌ ୧୧୭୫୪୨ ନମ୍ବରରେ ୭୦୫ ଖଣ୍ଡ, ୫ ଏନ୍‌ ବି ୬୦୨୧୦୦ ନମ୍ବରରେ ୫୬୦ ଖଣ୍ଡ, ୫ ୟୁଏଚ୍‌ ୫୮୬୧୧୧ ନମ୍ବରରେ ୭୫୦ ଖଣ୍ଡ ଓ ବିଏଫ୍‌ ୬୯୩୨୫୭ ନମ୍ବରରେ ୮୫୦ ଖଣ୍ଡ ୫ଶହ
ଟଙ୍କିଆ
ନୋଟ୍‌ ସହ ଓଜିକ୍‌ଯୁ ୯୪୪୨୮୯ ନମ୍ବରର ୨ଶହ ଟଙ୍କିଆ ନୋଟ୍‌ ୪ଶହ ଖଣ୍ଡ ଜବତ କରିଥିଲେ । ଏହି ଜାଲି ନୋଟ୍‌ ସହ ଦୁଇ ଦୁର୍ବୃତ ଙ୍କ ଠାରୁ ଦୁଇଟି ଏଚପି ଲାପଟପ୍‌, ଗୋଟିଏ ଲେଖାଏଁ କି-ବୋର୍ଡ, ହାଉସ୍‌, ମେଜିକ୍‌ ଏଟିଏମ୍‌ କାର୍ଡ ସେ୍ୱପର, କଲର ପ୍ରିଂଟର, ଦୁଇଟି ଲାପଟପ୍‌ ବ୍ୟାଗ୍‌, ୧୦ଟି ଜିଓ ସିମ୍‌ କୁ ମଧ୍ୟ ଏସଟିଏଫ୍‌ ଟିମ୍‌ ଜବତ କରିଥିବା ଥାନା ସୂତ୍ରରୁ ଜଣାଯାଇଛି । ଏହି ଧରପଗଡ ୧୩ ତାରିଖ ମୋର ସାଢ଼େ ୫ଟାରୁ ମଧ୍‌ଯାହ୍ନ ଗୋଟାଏ ୧୦ ମିନିଟ ପର୍ଯ୍ୟନ୍ତ ଚାଲିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାଗଣାରେ ମିଳିବ ବୁଷ୍ଟର ଡୋଜ୍‌ , ଦୈନିକ ସଂକ୍ରମଣ ୧୬ ହଜାରରୁ ଊର୍ଦ୍ଧ୍ୱରେ

ମାଗଣାରେ ମିଳିବ ବୁଷ୍ଟର ଡୋଜ୍‌ , ଦୈନିକ ସଂକ୍ରମଣ ୧୬ ହଜାରରୁ ଊର୍ଦ୍ଧ୍ୱରେ

Read More...

ଛ’ ଲକ୍ଷ ହିତାଧିକାରୀ  ପାଇନାହାନ୍ତି କୋଭିଡ୍‌ ସହାୟତା

ଛ’ ଲକ୍ଷ ହିତାଧିକାରୀ ପାଇନାହାନ୍ତି କୋଭିଡ୍‌ ସହାୟତା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page