ଇଂଲଣ୍ଡକୁ ୧୦ ୱିକେଟରେ ହରାଇଲା ଭାରତ

July 12, 2022, କ୍ରୀଡ଼ା, , Anupambharat News Bureau


ଇଂଲଣ୍ଡକୁ ୧୦ ୱିକେଟରେ ହରାଇଲା ଭାରତ
Anupambharat News Bureau
July 12, 2022


ଲଣ୍ଡନ,୧୨ା୭: ଷ୍ଟାର ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ଘାତକ ବୋଲିଂ ସହାୟତାରେ ମଙ୍ଗଳବାର କେନିଙ୍ଗଟନ ଓଭାଲରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଭାରତ ୧୦ ୱିକେଟରେ ଇଂଲଣ୍ଡକୁ ହରାଇଛି । ଅନ୍ତର୍ଜାତୀୟ ଦିନିକିଆରେ ଭାରତ ପ୍ରଥମ ଥର ପାଇଁ ଇଂଲଣ୍ଡକୁ ୧୦ ୱିକେଟରେ ପରାସ୍ତ କରିଛି । ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ବୁମରାଙ୍କ ବୋଲିଂରେ ଘାଇଲା ହୋଇ ୨୫.୨ ଓଭରରେ ମାତ୍ର ୧୧୦ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା । ଭାରତ ବିପକ୍ଷରେ ଇଂଲଣ୍ଡର ଏହା ସର୍ବନିମ୍ନ ଦିନିକିଆ ସ୍କୋର ଥିଲା । ବୁମରା କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ସହ ୧୯ ରନ୍‌ ଦେଇ ୬ଟି ୱିକେଟ୍‌ ନେଇଥିଲେ । ଇଂଲଣ୍ଡରେ ଏହା କୌଣସି ଭାରତୀୟ ଦ୍ରୁତ ବୋଲରଙ୍କ ପକ୍ଷରୁ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ । ମହମ୍ମଦ ସାମି ୩ଟି ୱିକେଟ୍‌ ହାସଲ କରିଥିବା ବେଳେ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ୱିକେଟ୍‌ ନେଇଥିଲେ ।
ଇଂଲଣ୍ଡ ପ୍ରଦତ୍ତ ୧୧୧ ରନର ମାମୁଲି ଟାର୍ଗେଟକୁ ଭାରତ କୌଣସି ୱିକେଟ୍‌ ନ ହରାଇ ୧୮.୪ ଓଭରରେ ହାସଲ କରିନେଇଥିଲା । କ୍ୟାପଟେନ ରୋହିତ ଶର୍ମା ୫୮ ଟି ବଲରେ ୭ଟି ଚୌକା ଓ ୫ଟି ଛକା ସହ ଅପରାଜିତ ୭୬ ରନ୍‌ କରିଥିବା ବେଳେ ଶିଖର ଧାୱନ ୫୪ଟି ବଲରେ ୪ଟି ଚୌକା ସହ ୩୧ ରନ୍‌ କରି ନଟ୍‌ ଆଉଟ୍‌ ଥିଲେ । ସ୍‌ୱାଭାବିକ ଭାବେ ଚମତ୍କାର ବୋଲିଂ ପ୍ରଦର୍ଶନ ପାଇଁ ବୁମରା ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ । ଏହି ଏକତରଫା ବିଜୟ ସହ ଭାରତ ତିନି ମ୍ୟାଚ୍‌ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି ।
ପୂର୍ବରୁ ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ଏହାକୁ ବୁମ୍ରା ଓ ମହମ୍ମଦ ଶାମି ସଠିକ ସାବ୍ୟସ୍ତ କରି ଜଣଙ୍କ ପରେ ଜଣେ ବ୍ୟାଟରଙ୍କୁ ପ୍ୟାଭିଲିୟନ ପଠାଇବା ଆରମ୍ଭ କରିଥିଲେ । ନିଜର ପ୍ରଥମ ତଥା ଇନିଂସର ଦ୍ୱିତୀୟ ଓଭର୍ରେ ହିଁ ବୁମ୍ରା ୱିକେଟ ଝଡ଼ାଇବା ଆରମ୍ଭ କରିଥିଲେ ।
ସେ ଦ୍ୱିତୀୟ ଓଭର୍ର ୪ର୍ଥ ବଲରେ ଜେସନ ରୟ(୦)ଙ୍କୁ ଆଉଟ କରିଥିଲେ । ସେହି ଓଭର୍ର ଶେଷ ବଲରେ ଜୋ ରୁଟ(୦) ବୁମ୍ରାଙ୍କ ଦ୍ୱିତୀୟ ଶିକାର ବନିଥିଲେ । ବେନ ଷ୍ଟୋକ୍ସ ଖାତା ଖୋଲିବା ପୂର୍ବରୁ ମହମ୍ମଦ ଶାମିଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ । ଜନ୍ନି ବେୟାରଷ୍ଟୋ(୭)ଙ୍କୁ ଆଉଟ କରି ବୁମ୍ରା ଇଂଲଣ୍ଡକୁ ୪ର୍ଥ ଝଟକା ଦେଇଥିଲେ ।
୧୭ ରନରେ ଦଳ ୪ ଜଣ ଟପ ଅର୍ଡର ବ୍ୟାଟରଙ୍କୁ ହରାଇଥିଲା । ଲିଆମ ଲିଭିଙ୍ଗଷ୍ଟୋନ ମଧ୍ୟ ଖାତା ଖୋଲିବାକୁ ଅକ୍ଷମ ହୋଇଛନ୍ତି । ତାଙ୍କ ୱିକେଟ ବୁମ୍ରା ନେଇଛନ୍ତିଛ ୨୬ ରନରେ ଇଂଲଣ୍ଡର ୫ ଜଣ ବ୍ୟାଟର ପ୍ୟାଭିଲିୟନ ଫେରିଥିବା ବେଳେ ଅଧିନାୟକ ଜୋଶ ବଟଲର କିଛି ସମୟ ଲେଇ କରିଥିଲେ । କି;ୁ ସେ କେବଳ ୩୦ ରନ କରିବାକୁ ସକ୍ଷମ ହୋଇଥିଲେ ।
ତାଙ୍କୁ ଶାମି ଆଉଟ କରି ଇଂଲଣ୍ଡର ସବୁ ଆଶାରେ ପାଣି ପକାଇ ଦେଇଥିଲେ । ବଟଲରଙ୍କ ପୂର୍ବରୁ ମୋଇନ ଅଲୀ(୧୪) ପ୍ରସିଦ୍ଧ କ୍ରିଷ୍ଣାଙ୍କ ବଲରେ ଆଉଟ ହୋଇଥିଲେ । କ୍ରେଗ ଓଭରଟନ(୮) ଶାମିଙ୍କ ତୃତୀୟ ଶିକାର ବନିଥିଲେଛ ଇଂଲଣ୍ଡ ୬୮ ରନରେ ୮ମ ୱିକେଟ ହରାଇବାରୁ ଲାଗୁଥିବା ଦଳ ୧୦୦ ରନ ମଧ୍ୟ ପାର କରିପାରିବ ନାହିଁ । ହେଲେ ଡାଭିଡ ୱିଲ୍ଲୀ ଓ ବ୍ରାୟଡନ କାର୍ସେ କିଛି ସମୟ ଲେଇ କରି ଦଳୀୟ ସ୍କୋରକୁ ୧୦୦ ପାର କରାଇଥିଲେ । ହେଲେ ବୁମ୍ରା ଆସିବା ମାତ୍ରେ ଉଭୟ ଆଉ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇଥିଲେ । ସେ ପ୍ରଥମେ ୧୫ ରନ କରିଥିବା କାର୍ସେଙ୍କୁ ବୋଲï କରିଥିଲେ । ଏହାପରେ ୱିଲ୍ଲୀ(୨୧)ଙ୍କୁ ବୋଲï କରି ଇଂଲଣ୍ଡ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ । ବୁମ୍ରା ଦ୍ୱିତୀୟ ଥର ପାଇଁ ଦିନିକିଆ କ୍ରିକେଟରେ ୫ କିମ୍ବା ତା’ ଠାରୁ ଅଧିକ ୱିକେଟ ନେବାର ରେକର୍ଡ କରିଛନ୍ତି ।
ଭାରତ ପକ୍ଷରୁ ବୁମ୍ରା ୭.୨ ଓଭରରେ ୧୯ ରନ ଦେଇ ୬ ୱିକେଟ ନେଇଥିବା ବେଳେ ଶାମି ୩୧ ରନ ଦେଇ ୩ଟି ଓ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ୱିକେଟ ନେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏସଡିପିଓଙ୍କ ଦୁର୍ବ୍ୟବହାର ଓ ସାର କଳାବଜାରୀ ପ୍ରସଙ୍ଗରେ ହଟ୍ଟଗୋଳ :  ଗୃହ ମୁଲତବୀ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଏସଡିପିଓଙ୍କ ଦୁର୍ବ୍ୟବହାର ଓ ସାର କଳାବଜାରୀ ପ୍ରସଙ୍ଗରେ ହଟ୍ଟଗୋଳ : ଗୃହ ମୁଲତବୀ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

Read More...

ସୂର୍ଯ୍ୟଙ୍କ ଶୂନ୍ୟସ୍ଥାନ ସମ୍ଭାଳୁଛନ୍ତି ଚନ୍ଦ୍ର

ସୂର୍ଯ୍ୟଙ୍କ ଶୂନ୍ୟସ୍ଥାନ ସମ୍ଭାଳୁଛନ୍ତି ଚନ୍ଦ୍ର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page