ଅଷ୍ଟ୍ରେଲିଆ ବିଶ୍ୱବିଜେତା

November 14, 2021, କ୍ରୀଡ଼ା, , Anupambharat News Bureau


ଅଷ୍ଟ୍ରେଲିଆ ବିଶ୍ୱବିଜେତା
Anupambharat News Bureau
November 14, 2021


ଦୁବାଇ: ଟି-୨୦ ବିଶ୍ୱକପ୍‌ର ଫାଇନାଲ ମ୍ୟାଚ୍‌ରେ ନୁ୍ୟଜିଲାଣ୍ଡକୁ ୮ ୱିକେଟ୍‌ରେ ପରାଜିତ କରି ଚମ୍ପିଆନ ହୋଇଛି ଅଷ୍ଟ୍ରେଲିଆ । ପ୍ରଥମ ଥର ପାଇଁ ଏହି ଟାଇଟଲ୍‌ ହାସଲ କରିଛି ଅଷ୍ଟ୍ରେଲିଆ । ୧୭୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରର ୭ଟି ବଲ୍‌ ପୂର୍ବରୁ ମ୍ୟାଚ୍‌କୁ ନିଜ ପକ୍ଷକୁ କରିନେଇଥିଲା । ଅଧିନାୟକ ଫିନ୍‌ଚ ମାତ୍ର ୫ ରନ୍‌ କରି ଆଉଟ୍‌ ହୋଇଥିଲେ, ତେବେ ଇନ୍‌ଫର୍ମ ବ୍ୟାଟ୍‌ସମ୍ୟାନ୍‌ ୱାର୍ଣ୍ଣର୍‌ ଓ ମାସ୍‌ ଆଉ ୱିକେଟ୍‌ ପତନ ହେବାକୁ ନଦେଇ ଦଳକୁ ବିଜୟ ଆଡକୁ ଅଗ୍ରସର କରାଇଥିଲେ । ଶେଷ ଆଡ଼କୁ ଅର୍ଦ୍ଧଶତକ କରି ୱାର୍ଣ୍ଣର୍‌ ଆଉଟ୍‌ ହୋଇଥିବା ବେଳେ ମାକ୍ସେୱଲ୍‌ ଓ ମାସ୍‌ ଦଳ ପାଇଁ ବଡ଼ ବିଜୟ ଆଣିଦେଇଥିଲେ । ମାସ୍‌ ଶେଷ ପର୍ଯ୍ୟନ୍ତ ୭୭ ରନ୍‌ କରି ଅପରାଜିତ ରହିଥିବା ବେଳେ ମାକ୍ସେୱଲ୍‌ ୨୮ ରନ୍‌ କରିଥିଲେ । ପୂର୍ବରୁ ଟସ୍‌ ଜିଣି ଅଷ୍ଟ୍ରେଲିଆ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ନୁ୍ୟଜିଲାଣ୍ଡ ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ସୁଦ୍ଧା ଅଧିନାୟକ ୱିଲିୟମ୍‌ସନ୍‌ ଆକର୍ଷଣୀୟ ବ୍ୟାଟିଂ କରି ୪୮ ବଲ୍‌ରୁ ୧୦ଟି ଚୌକା ଓ ୩ଟି ଛକା ସହାୟତାରେ ୮୫ ରନ୍‌ କରି ନିର୍ଦ୍ଧାରିତ ୨୦ ଓଭରରେ ୧୭୨ ରନ୍‌ର ଚ୍ୟାଲେଞ୍ଜିଂ ସ୍କୋର୍‌ ଛିଡ଼ା କରାଇଥିଲେ । ତେବେ ୧୭୩ ରନ୍‌ର ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ମାତ୍ର ୨ଟି ୱିକେଟ୍‌ ହରାଇ ହାସଲ କରିନେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ବ୍ୟାଙ୍କ କରେସପଣ୍ଡେଟ ଭାବେ ନିଯୁକ୍ତି ପାଇବେ :  ମା’ମାନଙ୍କୁ ଅଧିକ ସରକାରୀ କାର୍ଯ୍ୟ ମିଳିବ

ବ୍ୟାଙ୍କ କରେସପଣ୍ଡେଟ ଭାବେ ନିଯୁକ୍ତି ପାଇବେ : ମା’ମାନଙ୍କୁ ଅଧିକ ସରକାରୀ କାର୍ଯ୍ୟ ମିଳିବ

Read More...

ଶିକ୍ଷା ହେଉଛି ରୂପାନ୍ତରର ପ୍ରଥମ ପାହାଚ

ଶିକ୍ଷା ହେଉଛି ରୂପାନ୍ତରର ପ୍ରଥମ ପାହାଚ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page