ଆଜିଠୁ ଦୁଇଦିନ ବନ୍ଦ ରହିବ ଶ୍ରୀମନ୍ଦିର

November 13, 2021, ଓଡ଼ିଶା, , Anupambharat News Bureau


 ଆଜିଠୁ ଦୁଇଦିନ  ବନ୍ଦ ରହିବ ଶ୍ରୀମନ୍ଦିର
Anupambharat News Bureau
November 13, 2021


ପୁରୀ, ୧୩ା୧୧(ଅନୁପମ ମିଡ଼ିଆ): ରବିବାର ଓ ସୋମବାର ଦର୍ଶନାର୍ଥୀମାନଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । ପ୍ରତ୍ୟେକ ରବିବାର ଶ୍ରୀମନ୍ଦିର ପରିସର ସାନିଟାଇଜ୍‌ କରାଯାଉଥିବାରୁ ଆସନ୍ତାକାଲି ଦର୍ଶନାର୍ଥୀଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । ସୋମବାର ବଡ଼ ଏକାଦଶୀ ପଞ୍ଚକ ଆରମ୍ଭ । ତେବେ ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ଏଡ଼ାଇବା ଲାଗି ଶ୍ରୀମନ୍ଦିର ପ୍ରଶାସନର ପୂର୍ବ ନିଷ୍ପତ୍ତି ଅନୁଯାୟୀ ବଡ଼ ଏକାଦଶୀ ଦିନ ମଧ୍ୟ ଦର୍ଶନାର୍ଥୀଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । ପଞ୍ଚକର ବିଭିନ୍ନ ଦିବସରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହୋଇଥାଏ । ତଦାନୁଯାୟୀ ସୋମବାର ପଞ୍ଚକ ଆରମ୍ଭ ଦିବସରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହେବ । କି;ୁ ଉକ୍ତଦିନ ଶ୍ରୀମନ୍ଦିର ଦର୍ଶନାର୍ଥୀଙ୍କ ପାଇଁ ବନ୍ଦ ରହୁଥିବାରୁ ଭକ୍ତମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଲକ୍ଷ୍ମୀନାରାୟଣ ବେଶ ଦର୍ଶନରୁ ବଞ୍ଚିତ ହେବେ । ସେହିପରି ମଙ୍ଗଳବାର ଚତୁର୍ଦ୍ଧାମୂର୍ତ୍ତିଙ୍କର ବାଙ୍କଚୂଡବେଶ, ବୁଧବାର ତ୍ରୀବ୍ରିକ୍ରମ ବେଶ, ଗୁରୁବାର ଲକ୍ଷ୍ମୀନୃସିଂହ ବେଶ ଏବଂ ଶୁକ୍ରବାର ଦିନ ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହେବ । କାର୍ତ୍ତିକ ପୂଣ୍ଣିମା ଦିନ ମଧ୍ୟ ଶ୍ରୀମନ୍ଦିର ଦର୍ଶନାର୍ଥୀଙ୍କ ପାଇଁ ବନ୍ଦ ରହୁଥିବାରୁ ଭକ୍ତମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କ ରାଜରାଜେଶ୍ୱର ବେଶ ଦର୍ଶନରୁ ବଞ୍ଚିତ ହେବେ । ତେବେ କରୋନା କଟକଣା ମଧ୍ୟରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛିି । ଗତ ପହିଲାଠାରୁ ସହରର ଦର୍ଶନାର୍ଥୀମାନଙ୍କୁ ପଶ୍ଚିମଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ ଅନୁମତି ଦିଆଯାଇଛି । ସହର ବାହାରର ଦର୍ଶନାର୍ଥୀମାନେ ନିର୍ଦ୍ଧାରିତ ସ୍ଥାନରେ ପରିଚୟ ପତ୍ର ପ୍ରଦାନ କରି କିଓସ୍କରେ ସ୍କାନିଂ ପରେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରି ଓ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି । କି;ୁ ଶ୍ରୀମନ୍ଦିରରେ ପ୍ରବେଶ ଲାଗି ସମସ୍ତଙ୍କ ଲାଗି ଦୁଇଡ଼ୋଜ୍‌ ଟିକା ନେଇଥିବା ପ୍ରମାଣପତ୍ର କିମ୍ବା ୯୬ ଘଣ୍ଟା ଅବଧି ମଧ୍ୟରେ କରୋନ ସଂକ୍ରମିତ ହୋଇନଥିବା ଡ଼ାକ୍ତରୀ ପ୍ରମାଣପତ୍ର ସହ ଆଧାରକାର୍ଡ଼ ଅଥବା ଭୋଟରପରିଚୟପତ୍ର ବାଧ୍ୟତା ମୂଳକ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବର୍ଷା : ସାତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ବର୍ଷା : ସାତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Read More...

ନଭେମ୍ବର ୧୫କୁ ଜନଜାତୀୟ ଗୌରବ ଦିବସ ଘୋଷଣା

ନଭେମ୍ବର ୧୫କୁ ଜନଜାତୀୟ ଗୌରବ ଦିବସ ଘୋଷଣା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page