ଉତ୍ପାଦ ଶୁÂ ହ୍ରାସ ପରେ ପେଟ୍ରୋଲ, ଡିଜେଲ ମୂଲ୍ୟ ସ୍ଥିର

November 07, 2021, ଶିଳ୍ପ ବାଣିଜ୍ୟ, , Anupambharat News Bureau


ଉତ୍ପାଦ ଶୁÂ ହ୍ରାସ ପରେ ପେଟ୍ରୋଲ, ଡିଜେଲ ମୂଲ୍ୟ ସ୍ଥିର
Anupambharat News Bureau
November 07, 2021


ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର ଉତ୍ପାଦ ଶୁÂ ଓ ରାଜ୍ୟସରକାରମାନେ ଭାଟ ହ୍ରାସ କରିବା ଫଳରେ କିଛି ଦିନ ହେଲା ଏହି ଦୁଇ ଦ୍ରବ୍ୟର ମୂଲ୍ୟବୃଦ୍ଧି ହୋଇନାହିଁ । ଫଳରେ ଗ୍ରାହକ ଆଶ୍ୱସ୍ତ ହୋଇଛନ୍ତି । କ୍ରମାଗତଃ ତୃତୀୟ ଦିନ ପାଇଁ ପୋଟ୍ରାଲ ଓ ଡିଜେଲର ଦରବୃଦ୍ଧି ହୋଇନାହିଁ । ଦେଶବ୍ୟାପି ଏହି ଦୁଇ ଦ୍ରବ୍ୟର ମୂଲ୍ୟ ସ୍ଥିର ରହିଛି । କିଛି ରାଜ୍ୟରେ ଭାଟ ହ୍ରାସ କରାଯିବାକୁ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ହ୍ରାସ ପାଇଛି । ମୂଲ୍ୟ ବୃଦ୍ଧି ନଘଯିବାର ଅନ୍ୟ କାରଣ ମଧ୍ୟ ରହିଛି । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ବ୍ୟାରେଲ ଫିଛା ମୂଲ୍ୟ ୮୨ ଡଲାରରେ ସ୍ଥିର ରହିଛି । କିଛି ଦିନ ପୂର୍ବେ ଏହା ୮୫ ଡଲାର ରହିଥିବାରୁ ବିଶ୍ୱସାରା ପ୍ରଭାବ ସୃଷ୍ଟି ହୋଇଥିଲା । ମୂଲ୍ୟ ଏଭଳି ସ୍ଥିର ରହିଲେ ଭାରତୀୟ ବଜାରରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଅଧିକ ହ୍ରାସ ପାଇବା ସମ୍ଭାବନା ରହିଥିବା କୁହାଯାଇଛି ।
ଉତ୍ପାଦ ଶୁÂ ହ୍ରାସ ପୂର୍ବରୁ ୪୪ ଦିନ ମଧ୍ୟରେ ୩୦ ଦିନ ମୂଲ୍ୟ ବୃଦ୍ଧି ଘଟିଥିଲା । ସେହିଭଳି ପେଟ୍ରୋଲ ମୂଲ୍ୟ ୪୦ ଦିନ ମଧ୍ୟରେ ୨୮ ଦିନ ବୃଦ୍ଧି ପାଇଥିଲା । ଶୁÂ ହ୍ରାସ ପୂର୍ବରୁ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ପ୍ରାୟ ୨୬ ଟଙ୍କା ଲେଖାଏଁ ବୃଦ୍ଧି ପାଇ୍‌ଥିଲା । କରୋନା ପରଠାରୁ କେନ୍ଦ୍ର ସରକାର େ ପେଟ୍ରୋଲିୟମ ଦ୍ରବ୍ୟ ଉପରେ ପ୍ରଥମ ଥର ପାଇଁ ଉତ୍ପାଦ ଶୁÂ ହ୍ରାସ କରିଛନ୍ତି । କରୋନାର ମୁକାବିଲା ପାଇଁ ଅଧିକ ସମ୍ବଳ ସଂଗ୍ରହ କରିବା ନିମନ୍ତେ ସରକାର ଗତବର୍ଷ ମାର୍ଚ୍ଚ ଓ ମେ ମାସରେ ଉତ୍ପାଦ ଶୁÂରେ ସଂଶୋଧନ କରିଥିଲେ । ଗତବର୍ଷ ମାର୍ଚ୍ଚରେ ସରକାର ପେଟ୍ରୋଲ ଉପରେ ୧୩ ଟଙ୍କା ଓ ଡିଜେଲ ଉପରେ ୧୬ ଟଙ୍କା ଉତ୍ପାଦ ଶୁÂ ବୃଦ୍ଧି କରି୍‌ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଚାନେଲ ଦର ବୃଦ୍ଧି ସପକ୍ଷରେ ବ୍ରଡକାଷ୍ଟର, ନିଷ୍ପତ୍ତି ନେବେ ସୁପ୍ରୀମକୋର୍ଟ

ଚାନେଲ ଦର ବୃଦ୍ଧି ସପକ୍ଷରେ ବ୍ରଡକାଷ୍ଟର, ନିଷ୍ପତ୍ତି ନେବେ ସୁପ୍ରୀମକୋର୍ଟ

Read More...

 ତିନି କାରଣରୁ ପ୍ରଭାବିତ ହେବ ପୁଞ୍ଜିବଜାର

ତିନି କାରଣରୁ ପ୍ରଭାବିତ ହେବ ପୁଞ୍ଜିବଜାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page