ଆପତ୍ତିଜନକ ପୋଷ୍ଟ : ୬୮ ଆକାଉଣ୍ଟ ହଟାଇବ ଟ୍ୱିଟର

November 07, 2021, ଦେଶ, , Anupambharat News Bureau


ଆପତ୍ତିଜନକ ପୋଷ୍ଟ : ୬୮ ଆକାଉଣ୍ଟ ହଟାଇବ ଟ୍ୱିଟର
Anupambharat News Bureau
November 07, 2021


ଅଗରତାଲା: ତ୍ରିପୁରାରେ ନିକଟରେ ଘଟିଥିବା ସାମ୍ପ୍ରଦାୟିକ ସଂଘର୍ଷ । ଯାହାକୁ ନେଇ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ୱିଟରରେ କିଛି ୟୁଜର୍ସ ଆପତ୍ତିଜନକ ପୋଷ୍ଟ କରିବାରେ ଲାଗିଛନ୍ତି ଛ ଏହା ବିରୋଧରେ ତ୍ରିପୁରା ପୋଲିସ ନେଇଛି କଡା ପଦକ୍ଷେପ । ପ୍ରାୟ ୬୮ଟି ଆକାଉଣ୍ଟକୁ ହଟାଇବା ପାଇଁ ତ୍ରିପୁରା ପୋଲିସ ଟ୍ୱିଟରକୁ କହିଥିବା ସୂଚନା ମିଳିଛି ।
ଆକାଉଣ୍ଟଗୁଡିକୁ ହଟାଇବା ପାଇଁ ପଶ୍ଚିମ ଅଗରତାଲା ପୋଲିସ ଆମେରିକାର କାଲିଫର୍ଣ୍ଣିଆରେ ଥିବା ଟ୍ୱିଟର ଅଧିକାରୀଙ୍କୁ ନଭେମ୍ବର ୩ତାରିଖରେ ଏକ ଚିଠି ପଠାଇଛି । ଏହି ଚିଠିରେ ଉଲ୍ଲେଖ ରହିଛି ଯେ, ରାଜ୍ୟର ସାମ୍ପ୍ରଦାୟିକ ସଂଘର୍ଷ ସମ୍ପର୍କରେ କିଛି ୟୁଜର୍ସ ଲଗାତାର ଭାବେ ଖବର ସହିତ କିଛି ଆପତ୍ତିଜନକ ମନ୍ତବ୍ୟ ଦେଉଛନ୍ତି । ଏଥିଲାଗି ସେ ତାଙ୍କ ପୋଷ୍ଟକୁ ଡିଲିଟ୍‌ କରିବା ପାଇଁ ଚିଠିରେ କହିଥିବା ସୂଚନା ମିଳିଛି । ପୋଲିସ ଅଭିଯୋଗ କରିଛି ଯେ, କିଛି ନୁ୍ୟଜ ଆଇଟମ୍ସ ଓ ପୋଷ୍ଟରେ ରାଜ୍ୟର ଦଙ୍ଗା ସମ୍ପର୍କରେ କୁହାଯାଇ ଅନ୍ୟ କୌଣସି ଘଟଣାର ଫଟୋ ସହିତ ଭିଡ଼ିଓ ପୋଷ୍ଟ କରାଯାଉଛି । ଏଭଳି ପୋଷ୍ଟ ସଂଘର୍ଷକୁ ଆହୁରି ଉସକାଉଥିବା ଅଭିଯୋଗ କରିଛି ପୋଲିସ ।
ଏହାସହିତ ଚିଠିରେ ଉଲ୍ଲେଖ ରହିଥିବା ୟୁଜର୍ସଙ୍କ ଆଇପି ଠିକଣା ସହିତ ସେମାନେ କେଉଁ ସ୍ଥାନରୁ ଆକାଉଣ୍ଟକୁ ଲଗ୍‌ ଇନ୍‌ କରୁଛନ୍ତି ସେ ସମ୍ପର୍କରେ ମଧ୍ୟ ଟ୍ୱିଟରକୁ ସବିଶେଷ ତଥ୍ୟ ମାଗିଛି ପୋଲିସ । ତେବେ ସୂଚନା ଥାଉ କି ଗତ ଅକେଫାବର ୧୯ରୁ ୨୬ ତାରିଖ ମଧ୍ୟରେ କିଛି ଦୁର୍ବୃତ୍ତ ଧାର୍ମିକ ଅନୁଷ୍ଠାନ ସହିତ ଦୋକାନ ବଜାର ଭଙ୍ଗାରୁଜା କରିଥିଲେ । ବାଂଲାଦେଶ ନିକଟବର୍ତ୍ତୀ ଅଞ୍ଚଳରେ ଦୁର୍ଗା ପୂଜା ମଣ୍ଡପ ଭଙ୍ଗାରୁଜା ପରଠାରୁ ତ୍ରିପୁରାରେ ତେଜିଛି ଏହି ସଂଘର୍ଷ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୁକୁର-ବିଲେଇଙ୍କ ଶରୀରରେ ଆଲଫା ଭାରିଆଣ୍ଟ ଚିହ୍ନଟ

କୁକୁର-ବିଲେଇଙ୍କ ଶରୀରରେ ଆଲଫା ଭାରିଆଣ୍ଟ ଚିହ୍ନଟ

Read More...

ଗୋଷ୍ଠୀ ସଂଘର୍ଷରୁ ବୋମାମାଡ

ଗୋଷ୍ଠୀ ସଂଘର୍ଷରୁ ବୋମାମାଡ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page