ଆଉ ଛ’ ସହରରେ ଖୋଲିବ ସ୍ମାର୍ଟ ଆରଟିଓ

November 01, 2021, ଓଡ଼ିଶା, , Anupambharat News Bureau


 ଆଉ ଛ’ ସହରରେ ଖୋଲିବ ସ୍ମାର୍ଟ ଆରଟିଓ
Anupambharat News Bureau
November 01, 2021


ଭୁବନେଶ୍ୱର, ୧ା୧୧(ଅନୁପମ ମିଡ଼ିଆ): ଭୁବନେଶ୍ୱର ଆଚାର୍ଯ୍ୟବିହାରଠାରେ ଆରଟିଓ-୧ କାର୍ଯ୍ୟାଳୟର ନୂତନ ବିଲïିଂ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଏଠାରେ ସ୍ମାର୍ଟ କୁ୍ୟ ମ୍ୟାନେଜମେଣ୍ଟର ମଧ୍ୟ ଶୁଭାରମ୍ଭ ହୋଇଛି । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ୨୭ କୋଟି ଟଙ୍କା ବ୍ୟୟରେ ୫୪୮୮ ବର୍ଗ ମିଟର ପରିମିତ ଅଞ୍ଚଳରେ ନିର୍ମିତ ରାଜ୍ୟ ଅତିଥି ଭବନର ନୂତନ ଗୃହ ଓ ଡୁମଡୁମାଠାରେ ଆଇଟିସି ଗ୍ରୁପ୍‌ର ହୋଟେଲର ଉଦ୍‌ଘାଟନ କରିଛନ୍ତି । ଏହା ବ୍ୟତୀତ ରାଜ୍ୟର ଆଉ ୬ ଟି ସହରରେ ସ୍ମାର୍ଟ ଆରଟିଓ ଖୋଲିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଅତିଥି ଭବନର ନୂତନ ଗୃହରେ ୧୫ଟି ଭିଆଇପି ସୁ୍ୟଟ୍‌ ଓ ୪୧ଟି ଡିଲକ୍ସ ରୁମ୍‌ ରହିଛି ଯେଉଁଠାରେ ଓଡିଶାର କଳା ଓ ସଂସ୍କୃତିର ଝଲକ୍‌ ଦେଖିବାକୁ ମିଳିବ । ସେହିପରି ୩ ଟି ମହଲା ବିଶିଷ୍ଟ ଆରଟିଓ-୧ର ନୂତନ ବିଲïିଂ ରେ ୪୯୯୮.୩୦ ବର୍ଗଫୁଟ୍‌ ର ବେସମେଣ୍ଟ ରହିଛି । ଏଥିପାଇଁ ୩.୯୮ କୋଟି ଟଙ୍କା ବ୍ୟୟ କରାଯାଇଛି । ଖୁବ୍‌ ଶୀଘ୍ର ଗଞ୍ଜାମ, ଭଦ୍ରକ , କଟକ,ପୁରୀ, ବାଲେଶ୍ୱର ଓ ଅନୁଗୁଳରେ ସ୍ମାର୍ଟ ଆରଟିଓ ଖୋଲିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୨ରେ ଓଡ଼ିଶା ବନ୍ଦ ଡାକରା

୧୨ରେ ଓଡ଼ିଶା ବନ୍ଦ ଡାକରା

Read More...

ବାଣ ଫୁଟାରେ ସମ୍ପୂର୍ଣ୍ଣ କଟକଣା ଲାଗି ପାରିବନି

ବାଣ ଫୁଟାରେ ସମ୍ପୂର୍ଣ୍ଣ କଟକଣା ଲାଗି ପାରିବନି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page