‘ଆମ ଉପରେ ଅଧିକ ଟ୍ୟାକ୍ସ ଲଗାଅ’

October 26, 2021, ଦେଶ, , Anupambharat News Bureau


‘ଆମ ଉପରେ ଅଧିକ ଟ୍ୟାକ୍ସ ଲଗାଅ’
Anupambharat News Bureau
October 26, 2021


ନୂଆଦିଲ୍ଲୀ: ବ୍ରିଟେନ୍‌ ଶିଳ୍ପପତିମାନେ ଟ୍ୟାକ୍ସ ଦେବାକୁ ଆଗ୍ରହ ପ୍ରକାଶ କରିବା ଏବଂ ଏଥିଲାଗି ସରକାରଙ୍କୁ ନିବେଦନ କରିଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ବ୍ରଟେନରେ ୩୦ ଅରବପତିଙ୍କ ସମୂହ ସେଠାକର ଅର୍ଥମନ୍ତ୍ରୀ ଋଷି ସୁନକ୍‌ଙ୍କୁ ଚିଠି ଲେଖି ତାଙ୍କ ଉପରେ ଏବଂ ଅନ୍ୟ ଧନି ଲୋକଙ୍କ ଉପରେ େୱଲତ୍‌ ଟ୍ୟାକ୍ସ ଲାଗୁ କରିବାକୁ ଅପିଲ୍‌ କରିଛନ୍ତି । ସେମାନଙ୍କ କହିବା ହେଲା ଯେ, ଧନୀ ଲୋକେ ଯଦି ଅଧିକ ଟ୍ୟାକ୍ସ ଦେବେ ତେବେ କମ୍‌ ଆୟକାରୀ ବ୍ୟକ୍ତିଙ୍କ ଉପରେ ଟ୍ୟାକ୍ସ ବୋଝ ପଡ଼ିବ ନାହିଁ । ଋଷି ସୁନକ୍‌ ଭାରତୀୟ ଆଇଟି କମ୍ପାନୀ ଇନ୍‌ଫୋସିସର ସହ ସଂସ୍ଥାପକ ଏନ୍‌ଆର ନାରାୟଣମୂର୍ତ୍ତିଙ୍କ ଜ୍ୱାଇଁ ।
ସେମାନେ କହିଛନ୍ତି ଧନୀ ଲୋକଙ୍କୁ ଉପରେ େୱଲତ୍‌ ଟ୍ୟାକ୍ସ ଲାଗୁ ହେଲେ କରୋନା କାରଣରୁ ଭୁଶୁଡ଼ି ଯାଇଥିବା ଅର୍ଥବ୍ୟବସ୍ଥାରେ ସୁଧାର ଆସିବ । ବର୍ତ୍ତମାନ ସମୟରେ ସରକାରୀ ରାଜସ୍ୱ ଉପରେ ଅଧିକ ପ୍ରଭାବିତ ହୋଇଛି । ସରକାରଙ୍କୁ ବର୍ତ୍ତମାନ ଓ ଭବିଷ୍ୟତର ଆହ୍ୱାନର ମୁକାବିଲା କରିବାକୁ ପଡିବ । କରୋନା ଏବଂ ଜଳବାୟୁ ପରିବର୍ତ୍ତନ ବଡ଼ ଆହ୍ୱାନ ରୂପେ ସରକାରଙ୍କ ନିକଟରେ ଉଭା ହୋଇଛି ।
ଚିଠିରେ ଆହୁରି ଉଲ୍ଲେଖ ରହିଛି ଯେ, ଆମେ ଜାଣିଛୁ, ଆପଣ ଟଙ୍କା ଯୋଗାଡ଼ କରିପାରିବେ । ଆପଣଙ୍କୁ ଆମ ଭଳି ଲୋକଙ୍କ ସମ୍ପତ୍ତି ଉପରେ ଟ୍ୟାକ୍ସ ଲାଗୁ କରିବାକୁ ପଡ଼ିବ । ଆମେ ଅଧିକ ଟ୍ୟାକ୍ସ ଦେଇପାରିବୁ । ଆମକୁ ଦେଶର ଅର୍ଥ ବ୍ୟବସ୍ଥାର ସୁଧାରରେ ଯୋଗଦାନ କରିବାର ଅଛି । ଆମକୁ ଜାତୀୟ ସାମାଜିକ ସୁରକ୍ଷା ଭଳି ଯୋଜନା ପାଇଁ ଟ୍ୟାକ୍ସ ଦେବାରେ ଗର୍ଭ ଅନୁଭବ କରୁଛୁ । କରୋନା କାଳରେ ସାରା ବିଶ୍ୱ ଉପରେ ଆର୍ଥକ ବୋଝ ପଡ଼ିଛି । ଏଥିରୁ ମୁକୁଳିବା ପାଇଁ ଏହାର ମୁକାବିଲା ନେଇ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ବଡ଼ ଖର୍ଚ୍ଚ କରିବାକୁ ପଡ଼ିଛି । ଏଣୁ ସରକାରଙ୍କ ଉପରେ ଆର୍ଥିକ ବୋଝ ବଢ଼ିଛି । ଏଣୁ ଟ୍ୟାକ୍ସ ଲାଗୁ କରିବାକୁ ଅପିଲ୍‌ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ପେଗାସସ୍‌ ବିବାଦ ମାମଲା : ସୁରକ୍ଷା ଆଳରେ ସବୁବେଳେ ଖସି ପାରିବେନି

ପେଗାସସ୍‌ ବିବାଦ ମାମଲା : ସୁରକ୍ଷା ଆଳରେ ସବୁବେଳେ ଖସି ପାରିବେନି

Read More...

‘ବିହାରରେ ବିସର୍ଜନ ହେବେ ନୀତିଶ-ଏନଡିଏ’ :  ଲାଲୁ

‘ବିହାରରେ ବିସର୍ଜନ ହେବେ ନୀତିଶ-ଏନଡିଏ’ : ଲାଲୁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page